
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଛି। ସଚିବାଳୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟର ୪ଟି ସ୍ଥାନ ଜଳେଶ୍ୱର, ଖୁଣ୍ଟା, ରାଜଗାଙ୍ଗପୁର ଓ କଣ୍ଟାବାଞ୍ଜିରେ ମନ୍ତ୍ରୀ ଏବଂ ଲୋକପ୍ରତିନିଧିଙ୍କ ଉପସ୍ଥିତିରେ ଖାଦ୍ୟ ସୁରକ୍ଷା ରାସନ୍ କାର୍ଡ ବଣ୍ଟନ କରାଯାଇଛି
ଏଣିକି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡିଥିବା ଗରିବ ହିତାଧିକାରୀଙ୍କୁ ଏହି ଯୋଜନାରେ ଟଙ୍କିକିଆ ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଏପଟେ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ ବେଳେ ସବୁଠି ଦଳୀୟ ନେତାଙ୍କ ଯୋଗଦାନ ନେଇ ସରକାରୀ ଯୋଜନା ପ୍ରସ୍ତୁତ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶନାମା ଅନୁସାରେ କାଲିଠୁ ୧୦ ତାରିଖ ପର୍ଯ୍ୟନ୍ତ ବ୍ଲକ ଓ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଉତ୍ସବରେ ରାସନ କାର୍ଡ ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ବଣ୍ଟାଯିବ।
ଏଥିପାଇଁ ମନ୍ତ୍ରୀ ଓ ସାଂସଦମାନଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି। ଏପରିକି ବିଜେଡିର ନେତାମାନେ ଯେଉଁ ଜିଲ୍ଲାରେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି, ଅଧିକାଂଶ ଜିଲ୍ଲାରେ ସେମାନେ ହିଁ ରାସନ୍ କାର୍ଡ ବାଣ୍ଟିବେ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2O0Wffy
No comments:
Post a Comment