ଯାତ୍ରୀ ଭଳି ଆସି ମୋବାଇଲ୍‌ ଲୁଟିନେଲେ ବିମାନ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ଯାତ୍ରୀ ଭଳି ଆସି ମୋବାଇଲ୍‌ ଲୁଟିନେଲେ ବିମାନ କର୍ମଚାରୀ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର)- ଦିଲ୍ଲୀ ପୁଲିସ୍‌ ଏଭଳି ୨ ଜଣ ଚୋରଙ୍କୁ ଗିରଫ କରିଛି ଯେଉଁମାନେ ବିମାନ କର୍ମଚାରୀ ହୋଇ ମଧ୍ୟ ଗ୍ରାହକର ଅଭିନୟ କରି ଚୋରି କରିଛନ୍ତି ଏବଂ ପରେ ଧରାପଡ଼ିଛନ୍ତି।

ଏଭଳି ଘଟଣା ଘଟିଛି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନବନ୍ଦରରେ। କାର୍ଗୋ ବିମାନରୁ ଜିନିଷ ଖାଲି କରାଇବା ଦାୟିତ୍ୱରେ ଥିବା ୨ ଜଣ ‘ଗୋ-ଏୟାର୍’ର କର୍ମଚାରୀ ୫୩ଟି ମୋବାଇଲ୍‌ ଭର୍ତ୍ତି ଏକ ବ୍ୟାଗ୍‌ କନ୍‌ଭେୟର୍‌ ବେଲ୍ଟରେ ରଖିଦେଇଥିଲେ। ଏହାପରେ ଗ୍ରାହକଙ୍କ ପରି ଆରାଇଭାଲ ଟର୍ମିନାଲ୍‌ରେ ପହଞ୍ଚିଯାଇଥିଲେ ଏବଂ ମୋବାଇଲ୍‌ ସହ ପାର୍‌ ହୋଇଯାଇଥିଲେ।

ଏକ କାର୍ଗୋ ସଂସ୍ଥାର ପରିଚାଳକ ଏବାବଦରେ ଅଭିଯୋଗ କରିବାପରେ ଛାନ୍‌ଭିନ୍‌ ଆରମ୍ଭ ହୋଇଥିଲା। ଚୋରି ଧରିବା ପାଇଁ ସିସିଟିଭି ଯାଞ୍ଚ ମଧ୍ୟ ବିଫଳ ହୋଇଥିଲା। ସେମାନେ ଚୋରି କରିଥିବା ମୋବାଇଲ୍ ବ୍ୟବହାର କରିବାରୁ ହିଁ ଧରାପଡ଼ିଯାଇଥିଲେ। ପୁଲିସ୍‌ ଜେରା କରିବା ପରେ ସେମାନେ ‘ଗୋ ଏୟାର’ର କର୍ମଚାରୀ ବୋଲି ସ୍ୱୀକାର କରିଥିଲେ।



from Odisha Reporter https://ift.tt/2QnUdms

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages