ବାତ୍ୟା-ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ବାତ୍ୟା-ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ: କଂଗ୍ରେସ

70

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିତଲି ବାତ୍ୟା ଓ ତଦଜନିତ ବନ୍ୟାରେ ମୃତାହତଙ୍କ ସଠିକ୍ ତଥ୍ୟ ପ୍ରଦାନ ସହ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ରାଜ୍ୟ କଂଗ୍ରେସ ଦାବି କରିଛି ।
ଆଜି ପିସିସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ରାଜ୍ୟ ସରକାରଙ୍କ ଦ୍ୱାରା ‘ତିତଲି’ ପ୍ରସଙ୍ଗରେ ‘ଜିରୋ କାଜୁଆଲିଟି’ ପାଇଁ ଚାଲିଥିବା ପ୍ରଚାର ପ୍ରସାରରୁ ନିବୃତ୍ତ ରହି ମୃତାହତଙ୍କ ସଠିକ୍ ତଥ୍ୟ ଦେବାକୁ ଦାବି କରିଛନ୍ତି।

ଏହାସହିତ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଫସଲ ନଷ୍ଟ ଯୋଗୁ ଚାଷୀଙ୍କୁ ଏକର ପିଛା ୨୦ହଜାର ଟଙ୍କାର କ୍ଷତିପୂରଣ ସହ ସେମାନଙ୍କର ଋଣ ଛାଡ଼ ପାଇଁ କଂଗ୍ରେସ ଦାବି କରିଛି। ପୂର୍ବଭଳି ମନଇଚ୍ଛା ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ଆକଳନ ନକରି ‘ତିତଲି’ ବାତ୍ୟାରେ ସାଧାରଣ ସମ୍ପତ୍ତିର କ୍ଷୟକ୍ଷତି ଆକଳନ ଠିକ୍ ଭାବେ କରାଯିବା ଉଚିତ୍ ବୋଲି ଶ୍ରୀ ନାୟକ କହିଛନ୍ତି। ତିତଲି ବାତ୍ୟାରେ ସାଧାରଣ ସଂପତ୍ତିର କ୍ଷୟକ୍ଷତିର ଆକଳନ ବାସ୍ତବ ତଥ୍ୟକୁ ନେଇ ସରକାର କରନ୍ତୁ। ଅତୀତରେ ଫାଇଲିନ୍ ଓ ହୁଡ୍ହୁଡ୍ ଭଳି ଅଧାପନ୍ତରିଆ ଥଇଥାନ କାର୍ଯ୍ୟ ନହେଉ ବୋଲି କଂଗ୍ରେସ ଦାବି କରିଛି ।



from Odisha Reporter https://ift.tt/2QOr7wF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages