
ମୁମ୍ବାଇ: ଫେସବୁକ୍ରେ ବିରୋଧୀ ଦଳଗୁଡ଼ିକୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିବା ଜଣେ କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ିଛି। ଫେସବୁକ୍ ପୋଷ୍ଟ ପାଇଁ ଉକ୍ତ କଂଗ୍ରେସ ନେତାଙ୍କୁ କିଛି ଦୁର୍ବୃତ୍ତ ଛୁରୀ ଭୁଷି ହତ୍ୟା କରିଛନ୍ତି।
ଘଟଣାଟି ମୁମ୍ବାଇର ଘାଟକୋପାର ଅଞ୍ଚଳରେ ଘଟିଛି। ରବିବାର ରାତି ପ୍ରାୟ ୧.୩୦ରେ ମନୋଜ ଦୁବେ ନାମକ ସ୍ଥାନୀୟ କଂଗ୍ରେସ ନେତାଙ୍କୁ ୨ରୁ ୩ ଜଣ ବ୍ୟକ୍ତି ଆସଲାଫା ମେଟ୍ରୋ ଷ୍ଟେସନ୍ ନିକଟରେ ଆକ୍ରମଣ କରିଥିଲେ।
ଏହି ଆକ୍ରମଣରେ ମନୋଜ ଗୁରୁତର ଆହତ ହୋଇଥିଲେ। ପୁଲିସ୍ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍ ଆଣିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମନୋଜ ବାରମ୍ବାର ଫେସବୁକ୍ରେ ଅଣ କଂଗ୍ରେସ ଦଳଗୁଡ଼ିକୁ ନିଜର ପୋଷ୍ଟରେ କଟୁ ସମାଲୋଚନା କରୁଥିଲେ। ଏହି କାରଣରୁ ତାଙ୍କୁ କେହି ହତ୍ୟା କରିଥାଇ ପାରେ ବୋଲି ପୁଲିସ୍ ସନ୍ଦେହ କରୁଛି। ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2Pd9rhf
No comments:
Post a Comment