ଯୌତୁକ ଦାବି କରି ସାତବେଣ୍ଟିଆ ହେଲେ ବର , ଫଟୋ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ଯୌତୁକ ଦାବି କରି ସାତବେଣ୍ଟିଆ ହେଲେ ବର , ଫଟୋ ଭାଇରାଲ

ଲକ୍ଷ୍ନୌ: ଯୌତୁକ ଦାବି କରି ସାତବେଣ୍ଟିଆ ହେଲେ ବର। ବିବାହ ଦିନ ବର ମୁଣ୍ଡରୁ ଉଡ଼ିଗଲା ବାଳ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏମିତି ଏକ ଅଦ୍ଭୁତ ଘଟଣା ଘଟିଛି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ବର ମୁଣ୍ଡରୁ ବାଳ କିଏ କାଟିଦେଲା ତାହା ଜଣାପଡ଼ିନି। ଏନେଇ ପୁଲିସ ତଦନ୍ତ ଜାରି ରଖିଛି।

କୁହାଯାଉଛି ବିବାହ ପାଇଁ ବର ଘର ପକ୍ଷରୁ ଏକ ମୋଟରସାଇକେଲ ଏବଂ ସୁନା ଚେନ୍ ଡିମାଣ୍ଡ କରାଯାଇଥିଲା। ହୁଏତ ଏହି କାରଣରୁ ବାପଘର ପକ୍ଷରୁ କେହି ତାଙ୍କ ଚୁଟି କାଟିଦେଇଥିବା ସନ୍ଦେହ କରାଯାଉଛି। ଏନେଇ ପୁଲିସରେ ମାମଲା ରୁଜୁ ହୋଇଛି। ବରକୁ ଅଧା ଲଣ୍ଡା କରାଯିବାର ଫଟୋ ଏଏନ୍‌ଆଇ  ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯାହାର ପ୍ରତିକ୍ରିୟାରେ ୧୬୩ଟି ରି-ଟ୍ୱିଟ୍‌ ହୋଇଛି ଏବଂ ଏହି ପୋଷ୍ଟକୁ ୪୦୦ରୁ ଅଧିକ ଲାଇକ୍‌ ମିଳିଛି। ଏବେ ଏହି ଫଟୋଟି ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ ବର-କନ୍ୟାର ବିବାହ ଠିକ୍‌ ହେବା ପରେ ବିବାହର ୫ ଦିନ ପୂର୍ବରୁ ବର ଘର ପକ୍ଷରୁ ଯୌତୁକ ଦାବି କରାଯାଇଥିଲା । ବିବାହ ସମୟରେ  ଗୋଟିଏ ମୋଟରସାଇକେଲ ଏବଂ ସୁନା ଚେନ୍ ଦବାକୁ ଦାବି କରାଯାଇଥିଲା। ହେଲେ ଏହି ଦାବିରେ ବାପଘର ଲୋକେ ରାଜି ନଥିଲେ। ଫଳରେ ବାହାଘର ପାଇଁ ମନା କରିଦେଇଥିଲେ ବରଘର ଲୋକେ। କିନ୍ତୁ ଯେଉଁ ଦିନ ବିବାହ ପାଇଁ ଧର୍ଯ୍ୟ ହୋଇଥିଲା

ସେହିଦିନ ବର ଚୁଟି କାଟି ଦିଆଯାଇଥିବା ଖବର ଆସିଥିଲା। ହେଲେ ବରର ଏମିତି ଅବସ୍ଥା କିଏ କଲା ତାକୁ ନେଇ ନେଇ ସସ୍‌ପେନ୍ସ ଜାରି ରହିଛି। ଅନ୍ୟପଟେ ବାହାଘର ପାଇଁ ରାଜି ନହେବାରୁ ବାପଘର ଲୋକେ ତା’ର ଏମିତି ଅବସ୍ଥା କରିଥିବା କୁହାଯାଉଛି।  ସେପଟେ ଏମିତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାପଘର ଲୋକେ। ଏନେଇ ଏକ ମାମଲା ରୁଜୁ ହେବା ପରେ ପୁଲିସ୍‌ ତଦନ୍ତ ଜାରି ରଖିଛି।



from Odisha Reporter https://ift.tt/2AlVVji

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages