
ଥିରୁଅନନ୍ତପୁରମ୍: କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ସମ୍ପର୍କରେ ସମସ୍ତଙ୍କର ମନେଥିବ। ଏହି ସମୟରେ ଦେବଦୂତ ସାଜିଥିବା ଜିନେଶ ଜେରୋନେ ନିଜ ଜୀବନକୁ ବାଜି ଲଗାଇ ଅନେକଙ୍କ ଜୀବନ ବଞ୍ଚାଇଥିଲେ। ହେଲେ ଦୁନିଆଟା ଏତେ ସ୍ୱାର୍ଥପର ବୋଲି ଜାଣି ନଥିଲେ।
ଜିନେଶ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ଲୋକଙ୍କୁ ସାହାଯ୍ୟ ଭିକ୍ଷା କରୁଥିଲେ ହେଁ ତାଙ୍କୁ କେହି ସାହାଯ୍ୟ କରିବାକୁ ଆଗେଇ ଆସି ନଥିଲେ। ଶେଷରେ ୨୪ ବର୍ଷୀୟ ଜିନେଶ ସବୁଦିନ ପାଇଁ ଏ ସ୍ୱାର୍ଥପର ଦୁନିଆରୁ ବିଦାୟ ନେଇଛନ୍ତି। ଦୁର୍ଘଟଣା ବେଳେ ଜିନେଶଙ୍କ ସହ ଥିବା ତାଙ୍କ ବନ୍ଧୁ ଜଗନ ଏଭଳି ଅମାନବୀୟ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଜଗନଙ୍କ କହିବା ଅନୁଯାୟୀ, ରବିବାର ରାତିରେ ଉଭୟ ଏକ ଗାଡ଼ିରେ ଯାଉଥିଲେ। ଜିନେଶ ରହୁଥିବା ଘରଠାରୁ ୧୨ କିମି ଦୂର ପୋନ୍ନଥୁରାଠାରେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ବାଇକ୍ ଚଳାଉଥିବା ଜିନେଶ ତଳେ ପଡ଼ିଯିବା ପରେ ଟ୍ରକ୍ଟି ତାଙ୍କ ଉପରେ ଚଢ଼ି ଚାଲିଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ଜିନେଶ ରାସ୍ତାରେ ପଡ଼ି ଲୋକଙ୍କୁ ସାହାଯ୍ୟ ମାଗିଥିଲେ ହେଁ କେହି ବି ସେଥିପାଇଁ କର୍ଣ୍ଣପାତ କରି ନଥିଲେ। ପାଖାପାଖି ୩୦ ମିନିଟ୍ ପରେ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଁ ସେତେବଳକୁ ଜିନେଶ ଆଖି ବୁଜି ସାରିଥିଲେ ବୋଲି ସେ କହିଛନ୍ତି।
ଜିନେଶଙ୍କ ମା’ ସେଲଭି କହିଛନ୍ତି, ବନ୍ୟା ଖବର ପାଇବା କ୍ଷଣି ମୋ ପୁଅ ତା’ ସାଙ୍ଗମାନଙ୍କ ସହ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଯାଇଥିଲା। ସେମାନେ ବନ୍ୟାରେ ପଶି ଲୋକଙ୍କୁ ଉଦ୍ଧାର କରିଥିଲେ। ପ୍ରତିଦିନ ୧୦୦ରୁ ଅଧିକ ଲୋକଙ୍କୁ ସେମାନେ ସୁରକ୍ଷିତ ସ୍ଥାନକୁ ଆଣିଥିଲେ। କିନ୍ତୁ ଆଜି ଲୋକମାନେ ମୋ ପୁଅକୁ ସାହାଯ୍ୟ କଲେନାହିଁ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି।
from Odisha Reporter https://ift.tt/2NZHzgW
No comments:
Post a Comment