
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ଯେ କୌଣସି ଅଂଶର ମରାମତି କିମ୍ବା ପୁନଃ ନିର୍ମାଣ ପାଇଁ କେବଳ ଭାରତୀୟ ପତ୍ନତାତ୍ତ୍ୱିକ ସଂସ୍ଥା (ASI) ହିଁ ଅଧିକୃତ ସଂସ୍ଥା। ଏଣୁ ASIର ବିନା ଅନୁମତିରେ ବାଇଶି ପାହାଚ ଖୋଳି ବ୍ୟାରିକେଡ୍ ନିର୍ମାଣ ଲାଗି ପ୍ରଶାସନକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।
ଆଜି ଫେସ୍ବୁକ୍ ଲାଇଭ୍ ଜରିଆରେ ଶ୍ରୀ ମହାପାତ୍ର ନିଜ ମତ ରଖିଥିଲେ। କହିଥିଲେ ଗତ କିଛି ଦିନ ତଳେ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ସମ୍ବେଦନଶୀଳ। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଆଳ କରି ଜଗନ୍ନାଥଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟ ମନ୍ଦିରଗୁଡ଼ିକ ସହ ଜଗନ୍ନାଥ ମନ୍ଦିର କେବେ ହେଲେ ତୁଳନୀୟ ନୁହେଁ, ଏଣୁ ହାତଗଣତି କିଛି ଆଇଏଏସ୍ ଓ ଆଇପିଏସ ଅଫିସର ଦେଶର ଅଳ୍ପ କିଛି ମନ୍ଦିର ବୁଲି ଆସି ଏଭଳି ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାର ଯଥାର୍ଥତା କିଛି ନାହିଁ। କାରଣ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ସୁପ୍ରିମ୍କୋର୍ଟ କୌଣସି ମତ ରଖି ନ ଥିଲେ ବରଂ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରରେ କିପରି ଶୃଙ୍ଖଳିତ ଦର୍ଶନ ହୋଇପାରିବ, ସେ ନେଇ ଦୃଷ୍ଟି ଦେବାକୁ କହିଥିଲେ।
ଜଗନ୍ନାଥ ସେନାର ବନ୍ଦ ଡାକରା ବେଳେ ଶ୍ରୀକ୍ଷେତ୍ର ଯେଭଳି ରଣାଙ୍ଗନରେ ପରିଣତ ହେଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାପାତ୍ର କହିବା ସଂଗେ ସଂଗେ ଏହାର ଯେପରି ପୁନରାବୃତ୍ତି ନ ହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଉଚିତ ବୋଲି କହିଛନ୍ତି।
ଗଜପତି ମହାରାଜ, ଶଙ୍କରାଚାର୍ଯ୍ୟ ଓ ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ଭକ୍ତଙ୍କ ଭାବାବେଗ ସମ୍ପର୍କରେ ଜ୍ଞାନ ଥିବା ବିଭିନ୍ନ ବ୍ୟକ୍ତିଙ୍କ ସହଯୋଗ ଓ ପରାମର୍ଶ ନେଇ ସମସ୍ୟାର ସମାଧାନ କରାଯିବା ଆବଶ୍ୟକ ବୋଲି ମତ ରଖିଛନ୍ତି ଶ୍ରୀ ମହାପାତ୍ର।
ବିଜୟ ମହାପାତ୍ରଙ୍କ ବକ୍ତବ୍ୟ ପୂରା ଶୁଣିବାକୁ ଦେଖନ୍ତୁ ଭିଡିଓ :
Bijoy Mohapatra यांनी वर पोस्ट केले शनिवार, ६ ऑक्टोबर, २०१८
from Odisha Reporter https://ift.tt/2NtQXnL
No comments:
Post a Comment