ଅଟକିଗଲେ ଅମିତାଭ, ଆଖିରୁ ଝରିଲା ଲୁହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଅଟକିଗଲେ ଅମିତାଭ, ଆଖିରୁ ଝରିଲା ଲୁହ

ମୁମ୍ବାଇ: ‘କୌନ୍‌ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ ବିଗ୍‌ବି ଅମିତାଭ ବଚ୍ଚନଙ୍କ ଉପସ୍ଥାପନା ଶୈଳୀ ନିଆରା। ତାଙ୍କର ପ୍ରଶ୍ନ ପଚାରିବାର କୌଶଳ ପ୍ରତିଯୋଗୀଙ୍କୁ କେବେ ନିରୁତ୍ସାହିତ କରେ ନାହିଁ। ବରଂ ଆତ୍ମବିଶ୍ୱାସ ବଢ଼ାଏ। କାରଣ ଅମିତାଭଙ୍କ ବାକ୍‌ଚାତୁରୀ ପ୍ରତିଯୋଗୀଙ୍କୁ ସ୍ୱପ୍ନ ରାଇଜଙ୍କୁ ନେଇଯାଏ। ବେଳେ ବେଳେ ଦୁଃଖ ସୁଖର କଥା କହି ସାରା ମାହୋଲକୁ ଭାବପ୍ରବଣ କରିଦିଅନ୍ତି ଅମିତାଭ୍।

ହେଲେ ଏମିତି ଖୁବ୍‌ କମ୍‌ ମୁହୂର୍ତ୍ତ ଆସିଥିବ ଯେବେ ଏହି ମହାନାୟକଙ୍କ ଆଖିରେ ଲୁହ ଆସିଥିବ। ମୁହଁରୁ ଶବ୍ଦ ବାହାରି ନଥିବ। ନିକଟରେ କେବିସିର ଏକ ଏପିସୋଡରେ ଏମିତି ଏକ ଘଟଣା ଘଟିଛି। ଯେଉଁଥିରେ ଅମିତାଭଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ଯେଉଁ ଦୃଶ୍ୟ ଦର୍ଶକମାନଙ୍କୁ ଭାବବିହ୍ୱଳ କରିଦେଇଥିଲା।

ଆଗକୁ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଆସୁଥିବା ବେଳେ କେହି ଜଣେ ଫ୍ୟାନ୍‌ ତାଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇବାକୁ ଯାଇ ଏକ କବିତା ଆବୃତି କରିଥିଲେ। ଆଉ ସେହି କବିତା ଶୁଣି ଅମିତାଭ ନିଜ ଭାବାବେଗକୁ ନିୟନ୍ତ୍ରଣ କରିପାରି ନ ଥିଲେ। ସଙ୍ଗେ ସଙ୍ଗେ ତାଙ୍କ ଆଖିକୁ ଲୁହ ଚାଲି ଆସିଥିଲା।

କବିତାଟି ଥିଲା “ଆ ଝରୋଖେ ସେ ଜରା ସା…ଚାନ୍ଦନୀ ପିଛଲି ପହର୍‌କୀ …ପାସ୍‌ ମେଁ ଯୋ ଶୋ ଗୟୀ ହୈ…।’ ଏହି କବିତା ଶୁଣିବା ପରେ ପୂରା ମଞ୍ଚରେ ନିରବତା ଖେଳିଯାଇଥିଲା। ଅମିତାଭଙ୍କ ମୁହଁରେ ହଠାତ୍‌ ଉଦାସପଣ ଘୋଟି ଯାଇଥିଲା। କିଛି କ୍ଷଣ ପାଇଁ ଅଟକିଯାଇଥିଲେ ଅମିତାଭ୍‌। ଖାଲି ଏତିକି କହିଲେ ଏହା ହେଉଛି ମା’ର ସ୍ୱର। ଏଠାରେ ସୂଚନାଯୋଗ୍ୟ ଯେ, ଅମିତାଭଙ୍କ ଜନ୍ମ ଦିନ ଆସନ୍ତା ଅକ୍ଟୋବର ୧୧ରେ ପଡ଼ୁଛି। ଏହି ଅବସରରେ ସେ ୭୬ ବର୍ଷରେ ପଦାର୍ପଣ କରିବେ। ତେବେ ଏହି ଏପିସୋଡ୍‌ଟି ପ୍ରସାରିତ ହୋଇ ନାହିଁ। ଖୁବ୍‌ଶୀଘ୍ର ଏହା ପରଦାକୁ ଆସିବ।



from Odisha Reporter https://ift.tt/2RuGN9E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages