ପୂଜା ଛୁଟି ବାତିଲ କଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ପୂଜା ଛୁଟି ବାତିଲ କଲେ ସରକାର

Odisha-Secretariat-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତଲି’ କ୍ଷୟକ୍ଷତି ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଚିବାଳୟ ଓ ବିଭାଗୀୟ ମୁଖ୍ୟ ଦପ୍ତର(ଏଚଓଡି)ର ସମସ୍ତ ଅଫିସରଙ୍କ ପୂଜା ଛୁଟି ବାତିଲ କରିଛନ୍ତି।ଏପରିକି ଯେଉଁ ଅଫିସରମାନଙ୍କୁ ପୂଜା ଛୁଟିରେ ଯିବା ପାଇଁ ସରକାର ଅନୁମୋଦନ ଦେଇଥିଲେ ତାକୁ ମଧ୍ୟ ରଦ୍ଦ କରାଯାଇଛି।

ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏକେକେ ମୀନା ଆଜି ଏନେଇ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି କହିଛନ୍ତି ଯେ ତିତଲି କ୍ଷୟକ୍ଷତି ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସଚିବାଳୟର ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କଠୁ ଆରମ୍ଭ କରି ସଚିବ ପାହ୍ୟାର ସମସ୍ତ ଅଫିସର ଏବଂ ବିଭାଗୀୟ ମୁଖ୍ୟ ଦପ୍ତରର ସମସ୍ତ ଅଫିସରଙ୍କ ଛୁଟିକୁ ବାତିଲ କରିଛନ୍ତି। ସରକାରୀ କାର୍ଯ୍ୟ ଯେଭଳି ବ୍ୟାଘାତ ନହେବ ସେଥିପାଇଁ ରୋଷ୍ଟର ଡ୍ୟୁଟିର ବ୍ୟବସ୍ଥା କରିବା ନିମନ୍ତେ ସଚିବମାନଙ୍କୁ ପରାମର୍ଶ ଦିଆଯାଇଛି।



from Odisha Reporter https://ift.tt/2Onq0Y2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages