ଜଳବନ୍ଦୀ ଗଞ୍ଜାମ: ତିତ୍‌ଲି ଲାଗି ଛାତ ଉପରେ ଦିନ କାଟୁଛନ୍ତି ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ଜଳବନ୍ଦୀ ଗଞ୍ଜାମ: ତିତ୍‌ଲି ଲାଗି ଛାତ ଉପରେ ଦିନ କାଟୁଛନ୍ତି ଲୋକେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ଗତକାଲିଠୁ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫୁଲୁଛି ଋଷିକୂଲ୍ୟା, ବଂଶଧାରା ଓ ଜଳକା ସମେତ ଅନ୍ୟାନ୍ୟ ନଦୀ। କେଉଁଠି ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି ତ କେଉଁଠି ରାସ୍ତା ଉପରେ ଅଣ୍ଟୁଏ ଉଚ୍ଚର ପାଣି ଚାଲୁଛି। ଅନେକ ସ୍ଥାନରେ ଲୋକେ ପାଣି ମଝିରେ ଫସି ରହିଛନ୍ତି।

ବିଶେଷ କରି ଗଞ୍ଜାମ ଜିଲାର ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ସୋରଡ଼ା, ଆସିକା, ଧରାକୋଟ ପ୍ରଭୃତି ଅଞ୍ଚଳ। ଏଠାରେ ସ୍ଥିତି ଗମ୍ଭୀର ରୂପ ନେଇଛି । ଏହି ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗକୁ କାଟି ଦିଆଯାଇଛି।  ଆସିକା ସହରରରେ ୮ ଫୁଟ୍ ଉଚ୍ଚର ପାଣି ପ୍ରଭାବିତ ହେଉଛି । ଏପରିକି ପରିସ୍ଥିତି ଏତେ ସଙ୍ଗୀନ ହେଇଛି ଯେ, ଆତଙ୍କିତ ହୋଇ ଛାତ ଉପରେ ଆଶ୍ରୟ ନେଇଛନ୍ତି ଲୋକେ। ସେହିପରି ପ୍ରବଳ ବର୍ଷା ଯୋଗୁଁ ଆସିକା ଜେଲ୍‌ କାନ୍ଥ ଭାଙ୍ଗି ଯାଇଛି । ସମସ୍ତ କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ହିଞ୍ଜିଳିକାଟୁ ବ୍ଲକର ନୂଆବୁରୁପଡ଼ା ଗ୍ରାମରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଋଷିକୂଲ୍ୟା ଓ ଜରଉ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳିଆ ଅଂଚଳ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ବ୍ରହ୍ମପୁରରୁ ସୋରଡା ବ୍ଳକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଶେରଗଡଠାରୁ-ବଡ଼ଗଡ ଏବଂ ଆସିକାରୁ ସୋରଡ଼ା ଯିବା ରାସ୍ତାରେ ପାଣି ଯାତାୟତ କରୁଥିବାରୁ ଗମନା ଗମନ ବ୍ୟାହତ ହୋଇଛି। ସୋରଡା ବ୍ଳକର ଅନେକ ଗାଁରେ ନଦୀ ଜଳ ପଶିଯାଇଥିବା ଦେଖିବାକୁ ମିଳିଛି

ଭଞ୍ଜନଗରର ବିଭିନ୍ନ ସାହି ମଧ୍ୟରେ ଧସେଇ ପଶିଛି ପାଣି । ଲଗାଣ ବର୍ଷାରେ ବାଉଁଶଲୁଣ୍ଡି, ଜାମପଲି, ଗାମୁଣ୍ଡି ଆଦି ଅଞ୍ଚଳରେ ସ୍ଥିତି ଗମ୍ଭୀର ହେଲାଣି । ଆଣ୍ଟୁଏ ଉଚ୍ଚର ପାଣି ଜମା ହୋଇଥିବା ଯୋଗୁଁ ଯାନାବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ପଡ଼ିଛି । ସେପଟେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ଲୋହରାଖଣ୍ଡି ଓ ବଡ଼ ନଦୀ।



from Odisha Reporter https://ift.tt/2RKHwUk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages