ବସ୍‌ଙ୍କୁ ଖୁସି କରିବାକୁ ଚାହୁଁଥିଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ବସ୍‌ଙ୍କୁ ଖୁସି କରିବାକୁ ଚାହୁଁଥିଲେ…

boss

ପାଠ ପଢ଼ା ପରେ କେହି କେହି ଚାକିରି କରନ୍ତି ତ ଆଉ କେହି ଚାକିରି ଦିଅନ୍ତି। କିଏ ସରକାରୀ ଚାକିରି କରେ ତ ଆଉ କିଏ ବେସରକାରୀ। ବେସରକାରୀ ଚାକିରିରେ ସଦାବେଳେ ଖଟାମିଠା ଅନୁଭୂତି ମିଳେ। ଗ୍ରୁପିଜମ୍, ଫୁସୁରୁଫାସର୍, ଟୁପୁର୍‌ଟାପର୍ ଠୁ ଆରମ୍ଭ କରି କିଏ କାହା ବିରୋଧରେ କହିଲାଣି ତ ଆଉ କିଏ ବସ୍‌ଙ୍କୁ ଖୁସି କରିବାକୁ ଚାହିଁଲାଣି। ତେବେ ଚାଲନ୍ତୁ ପଢ଼ିବା ବସ୍‌ଙ୍କୁ ଖୁସି କରିବାର କେତୋଟି ଭଲ ପ୍ରୟାସ ଆଉ କେତୋଟି ମନ୍ଦ ପ୍ରୟାସ:

ଭଲ ପ୍ରୟାସ

୧- ବସ୍ ସଦାବେଳେ ଚାହାଁନ୍ତି, ନିଜ କମ୍ପାନୀ ଭଲରେ ଚାଲୁ, ଅଭିବୃଦ୍ଧି ହାସଲ କରୁ। ପ୍ରତିଯୋଗୀଙ୍କ ଠାରୁ ଦୁଇ ପାଦ ଆଗରେ ରହୁ। ବସ୍‌ଙ୍କ ଏହି ପ୍ରୟାସରେ ନିଜକୁ ସାମିଲ କରନ୍ତୁ।

୨- ସମସ୍ତଙ୍କ ପରି ଚିରାଚରିତ ଢଙ୍ଗରେ କାର୍ଯ୍ୟ ନକରି ନିଜର ସ୍ୱତନ୍ତ୍ର ଶୈଳୀ ସୃଷ୍ଟି କରନ୍ତୁ। ଯାହା ଫଳରେ କି ଆପଣ ବାରି ହୋଇପଡ଼ିବେ।

୩- ଗୁଣାତ୍ମକ (କ୍ୱାଲିଟିଟିଭ୍) କାର୍ଯ୍ୟ କରନ୍ତୁ। କମ୍ପାନୀ ପାଇଁ ଏକ ଲାଇବିଲିଟି(ବୋଝ) ନ ହୋଇ ଏକ ଆସେଟ୍ (ସମ୍ପତ୍ତି) ହୁଅନ୍ତୁ।

୪- ଦିନକୁ ଦିନ ନିଜ କ୍ଷମତା ଅନୁସାରେ ଅଧିକ ଦାୟିତ୍ୱ ଗ୍ରହଣ କରନ୍ତୁ।

୫- କୌଣସି ସମୟରେ ସମସ୍ୟା ଉପୁଜିଲେ ଏହାର ସମାଧାନ ବାଟ ଦେଖାଇ ପାରିଲେ ଭଲ।

ମନ୍ଦ ପ୍ରୟାସ- (ଭୁଲ୍‌ରେ ଏଭଳି କରନ୍ତୁନି)

୧- ପାଞ୍ଚ ଟଙ୍କାର କାମ କରି ପଚାଶ ଟଙ୍କାର ଦେଖେଇ ହେଲେ କିଛି ଲାଭ ନାହିଁ।

୨- ବସ୍‌ଙ୍କୁ ଖୁସି କରିବା ପାଇଁ ତାଙ୍କର ଅଯଥା ଗୁଣଗାନ କରିବା।

୩- ଅନ୍ୟ କର୍ମଚାରୀଙ୍କ ବିରୋଧରେ ତାଙ୍କ ଆଗରେ ଗପିବା।

୪- କାମ ନକରି କେବଳ ଶୀଘ୍ର ଅଫିସ୍ ଆସିବା ଏବଂ ଡେରିରେ ଅଫିସ୍‌ରୁ ଫେରିବା।

୫- ଉପରେ ପଡ଼ି ନିଜ ଆଡ଼ୁ ସବୁ କଥାରେ ମୁଣ୍ଡ ପୁରାଇବା।



from Odisha Reporter https://ift.tt/2CdIV0u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages