ଦିନକ ପାଇଁ ବ୍ରିଟିଶ୍ ହାଇ କମିଶନର ହେଲେ ଭାରତୀୟ ଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଦିନକ ପାଇଁ ବ୍ରିଟିଶ୍ ହାଇ କମିଶନର ହେଲେ ଭାରତୀୟ ଛାତ୍ରୀ

ଆପଣମାନେ ବଲିଉଡ୍‌ ଫିଲ୍ମ ‘ନାୟକ’ରେ ଫିଲ୍ମର ନାୟକ ଅନିଲ୍‌ କପୁରଙ୍କୁ ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହୋଇଥିବା ଦେଖିଥିବେ। କିନ୍ତୁ ଏହା କ’ଣ ବାସ୍ତବରେ ସମ୍ଭବ କି? ତେବେ ଏହାର ଉତ୍ତର ହେଉଛି ହଁ। ବାସ୍ତବରେ ମଧ୍ୟ ଏପରି ହୋଇଛି, ମୁଖ୍ୟମନ୍ତ୍ରୀ ନୁହେଁ କିନ୍ତୁ ନୋଏଡ଼ା ଇଣ୍ଟରନ୍ୟାସନାଲ୍ ୟୁନିଭରସିଟିର ଜଣେ ଛାତ୍ରୀଙ୍କୁ ଗୋଟିଏ ଦିନ ପାଇଁ ଭାରତର ବ୍ରିଟିଶ୍ ହାଇ କମିଶନର ହେବାର ସୌଭାଗ୍ୟ ମିଳିଛି।

ଆସନ୍ତା ଅକ୍ଟୋବର ୧୧ ତାରିଖରେ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ଏହି ଅବସରକୁ ଆହୁରି ଖାସ୍‌ କରିବା ପାଇଁ ବ୍ରିଟିଶ୍ ହାଇ କମଶିନର ଏକ ପ୍ରତିଯୋଗିତାର ଆୟୋଜନ କରିଥିଲେ। ଏହି ପ୍ରତୀଯୋଗିତାରେ ପଚରାଯାଇଥିଲା, ‘ଲିଙ୍ଗଗତ ସମାନତାକୁ ନେଇ ଆପଣଙ୍କ ମତ କ’ଣ?’ ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ ଏକ ଛୋଟ ଭିଡିଓ କରି ପଠାଇବାର ଥିଲା। ଏଥିରେ ୫୮ ଜଣ ପ୍ରତିଯୋଗୀ ଭିଡିଓ ପଠାଇଥିଲେ। ଏହି ୫୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ନୋଏଡ଼ା ଇଣ୍ଟରନ୍ୟାସନାଲ୍ ୟୁନିଭରସିଟିର ଛାତ୍ରୀ ଇଶା ବହଲ୍‌ଙ୍କୁ ବଛାଯାଇଛି ଓ ତାଙ୍କୁ ଗୋଟିଏ ଦିନ ପାଇଁ  ଭାରତର ବ୍ରିଟିଶ୍ ହାଇ କମିଶନର ବନାଯାଇଛି। ଇଶା ପବ୍ଲିକ୍‌ ପଲିସି ଓ ଲ’ ପଢ଼ୁଛନ୍ତି। ସେ ଆଗକୁ ଜଣେ ସାମାଜିକ ଉଦ୍ୟୋଗୀ ହେବେ ବୋଲି ଆଶା ରଖିଛନ୍ତି।

ଦିନକ ପାଇଁ ବ୍ରିଟିଶ୍ ହାଇ କମିଶନର ହୋଇ ଇଶା ଅନେକ ଉତ୍ସାହିତ ଅଛନ୍ତି। ବ୍ରିଟିଶ୍ ହାଇ କମିଶନର ଡୋମିନିକ୍‌ ଏସ୍‌କ୍ୱିଥ୍ କହିଛନ୍ତି ୟେ ଇଶା ଅନେକ ପ୍ରଭାବଶାଳୀ। ସୋମବାର ଦିନ ସେ ଡେପ୍ୟୁଟି କମିଶନର ଭାବେ କାର୍ଯ୍ୟ କରୁଥିଲେ। ଇଶା ଚାର୍ଜ ନେବାପରେ ଅନେକ କାମ ମଧ୍ୟ କରିଥିଲେ। ସେ ଅନେକ ବୈଠକରେ ସାମିଲ ହେବା ସହ କିଛି ସ୍ଥାନକୁ ଗସ୍ତ ମଧ୍ୟ କରିଥିଲେ। ବ୍ରିଟଶ୍ ହାଇ କମିଶନ ଭାରତରେ ମହିଳା ଓ ଶିଶୁଙ୍କ କଲ୍ୟାଣ ପାଇଁ ଅନେକ ପ୍ରକଳ୍ପରେ କାମ କରୁଥିବା ଏହି ଅବସରରେ ସୂଚନା ଦିଆଯାଇଛି।

କେମିତି ହେଲେ ବିଜେତା
ଇଶାଙ୍କ କହିବା ଅନୁଯାୟୀ ତାଙ୍କର ଏହି ଅଭିଯାନ ସାଧାରଣ ଥିଲା। ସେ ଫେସ୍‌ବୁକ୍‌ରେ ଏକ ଭିଡିଓ ଅପ୍‌ଲୋଡ କରିଥିଲେ, ଯେଉଁଥିରେ ସେ ଲିଙ୍ଗଗତ ସମାନତାର ଅର୍ଥ ବୁଝାଇଥିଲେ। ଭିଡିଓଟିରେ ସେ ଭାରତ ଓ ୟୁକେର ହାଇ କମିଶନକୁ ଟ୍ୟାଗ କରିଥିଲେ। କିଛି ଦିନ ପରେ ତାଙ୍କୁ ଏକ ଇ-ମେଲ୍‌ ଆସିଥିଲା, ଓ ସେଥିରେ ସେ ବିଜେତା ହୋଇଯାଇଛନ୍ତି ବୋଲି ଲେଖା ଥିଲା। ଏହା ଜାଣିବାପରେ ପରେ ସେ ଖୁସି ହୋଇଯାଇଥିଲେ।

ବ୍ରିଟିଶ୍ ହାଇ କମିଶନର ଡୋମିନିକ୍‌ ଏସ୍‌କ୍ୱିଥ୍ ଇଶାଙ୍କୁ ତାଙ୍କ ଭବିଷ୍ୟ ପାଇଁ ଶୁଭକାମନା ଜଣାଇ କହିଥିଲେ ଯେ, ଆମେ ଖୁସି ଅନୁଭବ କରୁଛୁ ଯେ ଆମେ ଏକ ଏଭଳି ପ୍ରତିଯୋଗିତା କରିବାରେ ସଫଳ ହେଲୁ ଯାହା ଜରିଆରେ ଭାରତୀୟ ମହିଳାମାନଙ୍କୁ ନିଜ ଅଧିକାର ବିଷୟରେ ଖୋଲି କଥା ହେବାକୁ ଅବସର ମିଳିଲା। ଏଥି ସହ ଏସ୍‌କ୍ୱିଥ୍ ପ୍ରତିଯୋଗିତାରେ ଭାଗନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।



from Odisha Reporter https://ift.tt/2pHwGl8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages