
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): WWE ରିଙ୍ଗ୍କୁ ଧମାକାଦାର୍ ରିଟର୍ଣ୍ଣ କରିଛନ୍ତି ସୁପର୍ ଫାଇଟର୍ ଜନ୍ ସିନା। WWE Super Show-Downରେ ଜନ୍ ନିଜ ପ୍ରତିପକ୍ଷଙ୍କୁ ଖୁବ୍ ସହଜରେ ମାତ୍ ଦେଇ ନିଜ ଫ୍ୟାନ୍ସ୍ଙ୍କ ହୃଦୟ ଜିଣିଛନ୍ତି। ଜନ୍ଙ୍କ ଏହି କମ୍ବ୍ୟାକ୍ ଫାଇଟ୍ର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ନିଜ କମ୍ବ୍ୟାକ୍ ଫାଇଟ୍ରେ ଜନ୍ଙ୍କ ମୁକାବିଲା ଏଲିଆସ୍(Elias) ଏବଂ କେଭିନ୍ ଅୱେନ୍ସ୍(Kevin Owens)ଙ୍କ ସହିତ ହୋଇଥିଲା। ବବି ଲ୍ୟାସ୍ଲିଙ୍କ ସହ ଯୋଡ଼ି ହୋଇ ଜନ୍ ପ୍ରତିପକ୍ଷଙ୍କୁ ହରାଇବାରେ ସମର୍ଥ ହୋଇଛନ୍ତି। ଯାହାର ଦୃଶ୍ୟ ଆପଣ ଭିଡିଓରେ ଦେଖିବାକୁ ପାଇବେ।
ଜନ୍ ସିନା ଗତ ୬ମାସ ହେଲା WWEରୁ ଦୂରେଇ ରହି ଚୀନ୍ରେ ଏକ ଶୁଟିଂରେ ବ୍ୟସ୍ତ ଥିଲେ। ଏବେ ଶୁଟିଂରେ ବ୍ରେକ୍ ନେଇ ସେ ଅଷ୍ଟ୍ରେଲିଆ ଆସିଥିଲେ ଏବଂ କମ୍ବ୍ୟାକ୍ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି।
ଜନ୍ ସିନାଙ୍କର ଭାରତରେ ମଧ୍ୟ ବହୁ ଫ୍ୟାନ୍ସ୍ ଅଛନ୍ତି।
ଏବେ ଜନ୍ଙ୍କ ଆଗାମୀ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି।
from Odisha Reporter https://ift.tt/2yo4EPt
No comments:
Post a Comment