ଦିନିକିଆ ଟିମ୍‌ରୁ ବ୍ରାଭୋ, ପୋଲାର୍ଡ ଓ ନରେନ ଆଉଟ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଦିନିକିଆ ଟିମ୍‌ରୁ ବ୍ରାଭୋ, ପୋଲାର୍ଡ ଓ ନରେନ ଆଉଟ୍‌ !

Dwayne-Bravo

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ହିରୋ ଡାରେନ୍‌ ବ୍ରାଭୋ, କିରଣ ପୋଲାର୍ଡ ଓ ସୁନୀଲ ନରେନଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ରେ ଦେଖିବାକୁ ମିଳି ନପାରେ। ଭାରତ ଆସିବାକୁ ଭିସା ପାଇଁ କରାଯାଇଥିବା ଆବେଦନରେ ଏମାନଙ୍କ ନାମ ନାହିଁ। ଭିସା ପାଇଁ ୨୫ ଜଣିଆ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। କିନ୍ତୁ ଏଥିରେ ଏହି ତିନି ଜଣଙ୍କ ନାଁ ନଥିବାରୁ ଏପରି ସନ୍ଦେହ ପ୍ରକାଶ ପାଇଛି।

ଏପରିକି ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ଟିମ୍‌ରେ ବି ବ୍ରାଭୋଙ୍କୁ ସାମିଲ କରାଯାଇ ନପାରେ। କ୍ରିକେଟ୍‌ ୱେଷ୍ଟଇଣ୍ଡିଜ୍‌ ଭାରତ ଆସିବାକୁ ଭିସା ପାଇଁ ଯେଉଁ ଖେଳାଳିମାନଙ୍କ ସହ ଯୋଗାଯୋଗ କରିଛି, ସେଥିରେ ବ୍ରାଭୋ ନାହାନ୍ତି। ବ୍ରାଭୋ ଏବେ ପୂରା ଫର୍ମରେ ଥିବା ବେଳେ ଏପରି ଖବର ଆସୁଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୱେଷ୍ଟଇଣ୍ଡିଜ୍‌ର ଦିନିକିଆ ଟିମ୍‌ ଘୋଷଣା କରାଯାଇନାହିଁ। ହେଲେ ଏଥିପାଇଁ ମ୍ୟାନେଜ୍‌ମେଣ୍ଟ ପ୍ରକ୍ରିୟା ଆରମ୍ଭ କରି ଦେଇଛି।

ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିବା ଘରୋଇ ୱେଷ୍ଟଇଣ୍ଡିଜ୍‌ ସୁପର୍‌-୫୦ ପ୍ରଦର୍ଶନ ଉପରେ ମ୍ୟାନେଜ୍‌ମେଣ୍ଟ ଏବେ ନଜର ରଖିଛି। ଏଥିରୁ ଖେଳାଳି ଚୟନ କରାଯିବା ନେଇ ଆଶା କରାଯାଉଛି।

ଆସନ୍ତା ୨୧ ତାରିଖରୁ ଭାତର ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ।



from Odisha Reporter https://ift.tt/2OcPRC7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages