
ମାଲକାନଗିରି(ଜିତେନ୍ଦ୍ର ବେଉରା): ବିଧାନସଭା ନିର୍ବାଚନ ସମୟରେ ଯବାନମାନଙ୍କୁ ଆଘାତ ଦେବା ପାଇଁ ନକ୍ସଲମାନେ ନୂଆ ରଣନୀତି କରିଛନ୍ତି। ମାଓବାଦୀମାନେ ‘ମାଇକ୍ରୋ ଆଇଇଡି’ ନାମକ ନୂଆ ଅସ୍ତ୍ର ତିଆରି କରିଛନ୍ତି।
ଏହା ଏତେ ଛୋଟ ଯେ, ଗଛର ପତ୍ର ମଧ୍ୟରେ ବି ତାହା ଲୁଚି ଯିବ। ଏପରି କିଛି ‘ଆଇଇଡି’ ତାଡ଼ା ମେଟାଲ୍ ଜଙ୍ଗଲରୁ ଜବତ କରାଯାଇଛି।
ସର୍ଚ୍ଚ ଅପରେସନ୍ ପାଇଁ ଯବାନମାନେ ଯାଉଥିବା ବେଳେ ଏହାକୁ ଠାବ କରିଥିଲେ।
ଏହି ମାଇକ୍ରୋ ଆଇଇଡି ଦେଖିବାକୁ ଦୀପାବଳିରେ ଫୁଟା ଯାଉଥିବା ବାଣ ଭଳି।
ଜଙ୍ଗଲରେ କମ୍ବିଂ ବେଳେ ଯବାନଙ୍କ ଉପରେ ଆକ୍ରମଣ କରିବାକୁ ନକ୍ସଲମାନେ ଏହି ମାଇକ୍ରୋ ଆଇଇଡିକୁ ବ୍ୟବହାର କରିବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି।
from Odisha Reporter https://ift.tt/2O9JI9C
No comments:
Post a Comment