ସାମ୍ବାଦିକଙ୍କୁ ମାରି ଖଣ୍ଡ ଖଣ୍ଡ କରି କାଟି ଦେଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ସାମ୍ବାଦିକଙ୍କୁ ମାରି ଖଣ୍ଡ ଖଣ୍ଡ କରି କାଟି ଦେଲେ!

journalist

ନୂଆଦିଲ୍ଲୀ: ସାଉଦୀ ଆରବର ରାଜ ପରିବାରକୁ ସମାଲୋଚନା କରି ଚର୍ଚ୍ଚାରେ ରହୁଥିବା ଜଣେ ବରିଷ୍ଠ ସାମ୍ୱାଦିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଜମାଲ୍‌ ଖାଶୋଜ୍ଜୀ (୫୯)।

ତାଙ୍କୁ ଧମକଚମକ ଦିଆଯାଉଥିବାରୁ ସେ ଭୟରେ ଦେଶ ଛାଡ଼ି ଆମେରିକାରେ ରହୁଥିଲେ। ତେବେ ଗତ ମଙ୍ଗଳବାର ସେ ତୁର୍କୀ ସ୍ଥିତ ସାଉଦୀ ଦୂତାବାସକୁ ଯାଇଥିଲେ। ତା’ପରଠାରୁ ଆଉ ତାଙ୍କ ପତ୍ତା ମିଳୁନି। ଜମାଲ୍ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହିତ ସାଉଦୀ ଦୂତାବାସକୁ ଯାଇଥିଲେ। ତେବେ ତାଙ୍କ ଗର୍ଲଫ୍ରେଣ୍ଡ ଦୂତାବାସର ଗେଟ୍ ବାହାରେ ରହିଥିଲେ।

ତୁର୍କୀ ପୁଲିସ୍‌ ଦାବି କରିଛି,“ମଙ୍ଗଳବାର ଦିନ ଜମାଲ୍ ତାଙ୍କର ଛାଡ଼ପତ୍ର ସଂପର୍କିତ କିଛି କାଗଜପତ୍ର ଆଣିବା ପାଇଁ ଇସ୍ତାନ୍‌ବୁଲ୍‌ ସ୍ଥିତ ସାଉଦୀ ଦୂତାବାସକୁ ଯାଇଥିଲେ। ସେଠାରେ ହିଁ ତାଙ୍କୁ ହତ୍ୟା କରାଯାଇଥିଲା।”

“ଜମାଲଙ୍କୁ ପ୍ରଥମେ ନିର୍ଯାତନା ଦିଆଯାଇଥିଲା। ତା’ପରେ ତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା କରାଯିବା ପରେ ତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ଦିଆଯାଇଥିଲା। ଏସବୁ ଦୃଶ୍ୟର ଭିଡିଓ ସୁଟିଂ କରି ସାଉଦୀ ଆରବକୁ ମଧ୍ୟ ପଠାଯାଇଛି।”

ତୁର୍କୀ ପୁଲିସ୍ ଦାବି କରିଛି ଯେ ଜମାଲ୍‌ଙ୍କୁ ହତ୍ୟା କରିବା ପାଇଁ ସାଉଦୀ ଆରବରୁ ୧୫ ଜଣ ବ୍ୟକ୍ତି ଆସିଥିଲେ। ସାଉଦୀ ଆରବର କିଛି ପ୍ରଶାସନିକ ଅଧିକାରୀଙ୍କ ସହିତ ଦୁଇଟି ବିମାନରେ ସେମାନେ ଭାଗ ଭାଗ ହୋଇ ଆସିଥିଲେ। ଜମାଲ୍ ଯେତେବେଳେ ସାଉଦୀ ଦୂତାବାସକୁ ଯାଇଥିଲେ ସେମାନେ ସେତେବେଳେ ସେଠାରେ ଉପସ୍ଥିତ ଥିଲେ।

ତେବେ ତୁର୍କୀ ପୁଲିସ୍ ଏନେଇ ପ୍ରମାଣ ଦେଖାଇ ପାରି ନାହିଁ।

ତୁର୍କୀ ପୁଲିସ୍‌ର ଅଭିଯୋଗକୁ ସାଉଦୀ ଆରବର ରାଷ୍ଟ୍ରଦୂତ ମହମ୍ମଦ ଅଲ୍ ଔତୈବୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଜମାଲ୍‌ଙ୍କୁ ଖୋଜିବାକୁ ଚେଷ୍ଟା କରାଯାଉଛି। ସେ ସାଉଦୀ ଆରବ କିମ୍ବା ସାଉଦୀ ଦୂତାବାସରେ ନାହାନ୍ତି।
ଜମାଲ ଆମେରିକାରେ ରହି ‘ୱାଶିଂଟନ୍‌ ପୋଷ୍ଟ’ ପାଇଁ ଖବର ଲେଖୁଥିଲେ।



from Odisha Reporter https://ift.tt/2C0kIuq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages