ହୃଦୟ ଖୋଲି ମତ ରଖିଲେ ବୈଜୟନ୍ତ, ନୂଆ ଦଳ ଗଢ଼ିବା ପ୍ରସଙ୍ଗରେ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ହୃଦୟ ଖୋଲି ମତ ରଖିଲେ ବୈଜୟନ୍ତ, ନୂଆ ଦଳ ଗଢ଼ିବା ପ୍ରସଙ୍ଗରେ କହିଲେ ଏମିତି କଥା

ଭୁବନେଶ୍ୱର (ପ୍ରକାଶ ସେଠୀ): ବିଜେଡିରୁ ଇସ୍ତଫା ଦେଇ ‘ହେଇଯାଉ’ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜର ରାଜନୀତିକ ଭବିଷ୍ୟତକୁ ନେଇ ଖୋଲା ମତ ରଖିଛନ୍ତି। ଅନ୍ୟ ରାଜନୀତିକ ଦଳରେ ସାମିଲ ହେବା କିମ୍ବା ନିଜେ ଦଳ ଗଢ଼ିବା କଥା ଏବେ ସେ ଚିନ୍ତା କରିନାହାନ୍ତି। ଅତ୍ୟନ୍ତ ଜରୁରୀ ନହେବା ପର୍ଯ୍ୟନ୍ତ ସେ କୌଣସି ନିଷ୍ପତ୍ତି ନେବେନି ବୋଲି ସ୍ପଷ୍ଟ କରିଛନ୍ତି।

‘ପଦବୀ ହାସଲ ଲକ୍ଷ୍ୟ ନୁହେଁ’

ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ’ ଉପରେ ନୂଆଦିଲ୍ଲୀରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ଏକ ଆଲୋଚନାଚ୍ରକରେ ଭାଗ ନେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, କୌଣସି ପଦବୀ ହାସଲ ଲକ୍ଷ୍ୟରେ ରାଜନୀତି କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ। କିମ୍ବା ସେଭଳି ରାଜନୀତିକୁ ସେ ପସନ୍ଦ କରନ୍ତି ନାହିଁ। ସେ କେବେ ପଦପଦବୀରେ ରହିନାହାନ୍ତି। ଅବଶ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଦଳର ଏନ୍‌ଡିଏ ସଂଯୋଜକ ଓ ୭ ବର୍ଷ ପାଇଁ ରାଜ୍ୟସଭାରେ ଦଳର ନେତା ଭାବେ କାର୍ଯ୍ୟ କରିଥିଲେ। କିନ୍ତୁ ପଦପଦବୀ ହାସଲ ପାଇଁ ରାଜନୀତି କରିବା ତାଙ୍କର ଉଦ୍ଦେଶ୍ୟ ବା ଲକ୍ଷ୍ୟ ନୁହେଁ।

‘ଜରୁରୀ ନହେବା ପର୍ଯ୍ୟନ୍ତ ନିଷ୍ପତ୍ତି ନେବିନି’

ବୈଜୟନ୍ତ କହିଛନ୍ତି, ଏହା ସତ ଯେ ଅନ୍ୟ ଦଳ ସହ ସେ ସମ୍ପର୍କରେ ଅଛନ୍ତି। ନୂଆଦଳ ଗଢ଼ିବା ପାଇଁ ତାଙ୍କୁ ଅଫର୍ ମଧ୍ୟ ମିଳିଛି। ଏପରିକି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ତାଙ୍କୁ ଭେଟିଥିଲେ ଓ ଦୁହେଁ ଏକାଠି ଚା’ ପିଇଥିଲେ। ଡା. ରାଉତ ନୂଆଦଳ ଗଢ଼ିବା ଉପରେ ଜୋର୍ ଦେଇଥିଲେ। ମାତ୍ର ସେଭଳି କୌଣସି ରାଜନୀତିକ କାର୍ଯ୍ୟପନ୍ଥା ସମ୍ପର୍କରେ ସେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ଶ୍ରୀ ପଣ୍ଡା ସ୍ପଷ୍ଟ କରିଛନ୍ତି।

‘ଉଭୟ ୟୁପିଏ ଓ ଏନ୍‌ଡିଏକୁ ମ୍ୟାନେଜ୍ କରିବାରେ ବିଜେଡି ସଫଳ’

ଓଡ଼ିଶାରେ ବିଜେଡି ଏବେ ‘ଟିନା’ ବା ‘କେହି ବିକଳ୍ପ ନାହାନ୍ତି’ ଫ୍ୟାକ୍ଟର କାମ କରୁଛି। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବାପରେ ଗତ କିଛି ସପ୍ତାହ ହେଲା ରାଜ୍ୟରେ କଂଗ୍ରେସର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ମାତ୍ର ଏହାଏକ ଅତି ବିଳମ୍ବିତ ପଦକ୍ଷେପ। ଉଭୟ କଂଗ୍ରେସ ଓ ବିଜେପି ରାଜ୍ୟରେ ତୃଣମୂଳ ସ୍ତରରେ ବିଜେଡିକୁ ଟକ୍କର ଦେବା ସ୍ଥିତିକୁ ଆସିନାହାନ୍ତି। ୟୁପିଏ ସରକାର ସମୟରେ ୧୦ ବର୍ଷ କଂଗ୍ରେସକୁ ଓ ଗତ ସାଢ଼େ ୪ ବର୍ଷ ମଧ୍ୟରେ ବିଜେପିକୁ ମ୍ୟାନେଜ୍ କରିବାରେ ବିଜେଡି ସକ୍ଷମ ହୋଇଛି। ଯେଉଁଥିପାଇଁ ବିଜେଡି ସରକାର ବିରୁଦ୍ଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ସତ୍ୱେ ଏସବୁର ସିବିଆଇ କିମ୍ବା ଇଡି ତଦନ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ହୋଇପାରୁନି।

‘ବିଜେଡି ଛାଡ଼ିବାକୁ ଏକପ୍ରକାର ବାଧ୍ୟ କରାଯାଇଥିଲା’

ଦୀର୍ଘବର୍ଷ ଧରି ବିଜେଡି ସହ ଭାବନାତ୍ମକ ଭାବେ ଯୋଡ଼ି ହୋଇ ରହିଥିବାରୁ ସେହି ଦଳକୁ ପୁଣି ଫେରିବା (ନିର୍ବାଚନ ପୂର୍ବରୁ ଅବା ପରେ) ପ୍ରସଙ୍ଗରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ସେ ନବୀନ ପଟ୍ଟନାୟକଙ୍କୁ ଘୃଣା କରନ୍ତି ନାହିଁ। କିନ୍ତୁ ନବୀନଙ୍କ କାର୍ଯ୍ୟ ତାଙ୍କୁ ଗଭୀର ଆଘାତ ଦେଇଛି ଓ ଭାଙ୍ଗି ଦେଇଛି। ତିନି ପିଢ଼ିର ପାରିବାରିକ ବନ୍ଧୁ ହୋଇଥିଲେ ମଧ୍ୟ ତାଙ୍କ ପିତାଙ୍କ ଶେଷକୃତ୍ୟ ପାଇଁ ନବୀନ ନିଜେ ଆସିନଥିଲେ। ଏପରିକି ଦଳର ଶହଶହ କର୍ମୀ ଓ ନେତାଙ୍କୁ ମଧ୍ୟ ଆସିବାକୁ ବାରଣ କରିଥିଲେ। ଏହା ହିଁ ଏବେ ବିଜେଡି ଓ ନବୀନଙ୍କ ସହ ତାଙ୍କର ଭାବନାତ୍ମକ ସମ୍ବନ୍ଧର ସ୍ଥିତି। ଯାହା ତାଙ୍କର ସର୍ବଦା ମନେରହିବ। ବିଜେଡି ଛାଡ଼ିବା କେବେ ତାଙ୍କର ଉଦ୍ଦେଶ୍ୟ ନଥିଲା। କିନ୍ତୁ ଯେଉଁଭଳି ଭାବେ ଘଟଣାକ୍ରମ ହେଲା ଓ ତାଙ୍କୁ ମାନସିକସ୍ତରରେ ଆଘାତ ଦିଆଗଲା, ତାହା ତାଙ୍କୁ ଦଳ ଛାଡ଼ିବାକୁ ବାଧ୍ୟ କରିଥିଲା।

‘ଏବେ ଅଫିସର ଦଳର ପାଣ୍ଠି ସଂଗ୍ରହ କରୁଛନ୍ତି, ଟିକେଟ ବାଣ୍ଟୁଛନ୍ତି’

ସେହିପରି ପୂର୍ବରୁ ବିଜେଡିକୁ ଆଇଏଏସ୍ ପ୍ୟାରୀମୋହନ ମହାପାତ୍ର ନିୟନ୍ତ୍ରଣ କରୁଥିବାବେଳେ, ଏବେ ଅନ୍ୟଜଣେ ଆଇଏଏସ୍ ପରିଚାଳନା କରୁଛନ୍ତି। ତେଣୁ ସେ ଏବେ ସେହି ବ୍ୟବସ୍ଥାକୁ କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ପଣ୍ଡା କହିଥିଲେ ଯେ- “ଭାରତୀୟ ଗଣତନ୍ତ୍ରରେ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ ଏପରି କରିପାରିବେ। ପ୍ୟାରୀ ମହାପାତ୍ର ଚାକିରିରୁ ଅବସର ନେଇ ରାଜନୀତି କରୁଥିଲେ। କିନ୍ତୁ ତାଙ୍କର ନିୟନ୍ତ୍ରଣ ଦଳୀୟ ବ୍ୟାପାରରେ ଥିଲାବେଳେ ପ୍ରଶାସନିକ କାର୍ଯ୍ୟରେ ଅଧିକ ପ୍ରଭାବ ରହୁନଥିଲା। କିନ୍ତୁ ଏବେ ସରକାରୀ ଚାକିରିରେ ଥିବା ଜଣେ ଆଇଏଏସ୍ ଉଭୟ ଦଳ ଓ ପ୍ରଶାସନିକ କଳକୁ ନିୟନ୍ତ୍ରଣ କରୁଛନ୍ତି। ଆଉ ସେହି ଆଇଏଏସ୍ ଜଣକ କାହା ପ୍ରତି ଉତ୍ତରଦାୟୀ ମଧ୍ୟ ନୁହନ୍ତି। ଏବେ ପ୍ରଶାସନିକ ଅଫିସରମାନେ ଦଳର ପାଣ୍ଠି ସଂଗ୍ରହ କରୁଛନ୍ତି। ଦଳୀୟ ଟିକେଟ ବାଣ୍ଟୁଛନ୍ତି।”

ବିରୋଧ କରିବାରୁ ଆକ୍ରୋଶମୂଳକ ପଦକ୍ଷେପ

ବିଜେଡିରେ ଏହିଭଳି ଅଜବ ଓ ଅଗ୍ରହଣୀୟ ପରମ୍ପରାକୁ ହିଁ ବୈଜୟନ୍ତ ବିରୋଧ କରିଥିଲେ। ଯେଉଁଥିପାଇଁ ତାଙ୍କୁ ଶାରୀରିକ ଆକ୍ରମଣର ଶିକାର ହେବାକୁ ପଡ଼ିଥିଲା। ତାଙ୍କ ପରିବାର ସଦସ୍ୟଙ୍କୁ ମାନସିକ ସ୍ତରରେ ହଇରାଣ କରାଯିବା ସହ ତାଙ୍କ ନାଁରେ ମିଥ୍ୟା ମାମଲା ମଧ୍ୟ ରୁଜୁ କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।



from Odisha Reporter https://ift.tt/2OgZu2J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages