ସ୍କୁଲ ଯିବା ବାଟରେ ନଈ:  ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

ସ୍କୁଲ ଯିବା ବାଟରେ ନଈ:  ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ନୂଆଦିଲ୍ଲୀ:  ଆଜି ବି ଅବସ୍ଥା ସୁଧୁରିପାରିଲା ନାହିଁ। ସ୍ଥିତି ଯାହା ଥିଲା ଆଜି ବି ସେଇଆ। ଗମନାଗମନର ବ୍ୟବସ୍ଥା ନ ଥିବାରୁ ପୂର୍ବବତ୍‌ ଆଜିବି ସ୍କୁଲ ଯିବାକୁ ପିଲାମାନେ ବିପଦସଙ୍କୁଳ ପନ୍ଥା ଆପଣାଉଛନ୍ତି । ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଆମାମରେ।

ପୂର୍ବରୁ ଗୁରୁକଳ ଆଶ୍ରମ ଥିଲା । ପିଲାମାନେ ନଦୀ ପାର ହୋଇ ପାଠ ପଢ଼ିବାକୁ ଯାଉଥିଲେ ବୋଲି ଆମେ ଶୁଣିଛେ। କେତେକ ବାପାମାଆ ଏହି କଥା ତାଙ୍କ ପିଲାଙ୍କୁ କହିଥିବେ। ହେଲେ ଏବେ ଯୁଗ ଆଗେଇଲାଣି। ଲୋକେ ଚନ୍ଦ୍ର ପୃଷ୍ଠକୁ ଯାଇ ଫେରିଲେଣି। କିନ୍ତୁ ଆମ ଦେଶର ଅବସ୍ଥା ସୁଧୁରି ପାରିଲା ନାହିଁ। ଆଜି ବି କୁନି କୁନି ପିଲାଙ୍କୁ ପାଠ ପଢ଼ିବା ପାଇଁ ନଦୀ ପାର ହୋଇ ଯିବାକୁ ପଡ଼ୁଛି।

ଗମନାଗମନର କୌଣସି ବିକଳ୍ପ ନାହିଁ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଆସାମର ଦାରଙ୍ଗ ଜିଲ୍ଲାରେ। ପିଲାମାନେ ନଦୀ ପାର ହୋଇଯିବାର ଭିଡ଼ିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଏହି ଭିଡ଼ିଓରେ କୁନି କୁନି ପିଲା କାନ୍ଧରେ ବ୍ୟାଗ୍‌ ପକାଇ ନଦୀ ପାର ହେଉଛନ୍ତି। କିଏ ତିନି ଖଣ୍ଡ କାଠରେ ତିଆରି ଡଙ୍ଗାରେ ନଦୀର ଏପଟରୁ ସେପଟକୁ ଯାଉଛି ତ ଆଉ କିଏ କାନ୍ଧରେ ବସି ନଦୀ ପାର ହେଉଛି।

ପ୍ରତିଦିନ ଏମିତି ଅବସ୍ଥାରେ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର।



from Odisha Reporter https://ift.tt/2O4rW7O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages