ଶତ୍ରୁଘ୍ନ ପାଣ୍ଡବ ପାଇଲେ ଶାରଳା ପୁରସ୍କାର  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ଶତ୍ରୁଘ୍ନ ପାଣ୍ଡବ ପାଇଲେ ଶାରଳା ପୁରସ୍କାର 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବଙ୍କୁ ମିଳିଲା ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର। କବିତା ସଂକଳନ ‘ମିଶ୍ର ଧ୍ରୁପଦ’ ପାଇଁ ସେ ୩୯ତମ ଶାରଳା ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦକୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି।

ସେହିପରି ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ୨ କୃତୀ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କୁ ‘ଇଲା ପଣ୍ଡା’ ସଂଗୀତ ସମ୍ମାନ ଓ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କୁ ‘ଇଲା ପଣ୍ଡା’ ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯାଇଛି।

ପୁରସ୍କାର ବାବଦରେ ଉଭୟଙ୍କୁ ଏକ ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ ମିଳଛି। ସାହିତ୍ୟ ଓ କଳା କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ଲାଗି ଇଣ୍ଡିଆନ୍ ମେଟାଲସ୍‌ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ (ଇମ୍ପା) ପକ୍ଷରୁ ୧୯୭୯ ମସିହାରୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇ ଆସୁଛି।



from Odisha Reporter https://ift.tt/2O8jOy5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages