
ପାଟନା: ଦୀର୍ଘ ଏକମାସର କସରତ ପରେ ଶେଷରେ ବିଜେପି ସଭାପତି ଅମିତ ଶାହ ଓ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ୨୦୧୯ରେ ଏକାଠି ନିର୍ବାଚନ ଲଢ଼ିବାକୁ ରାଜି ହୋଇଛନ୍ତି। ଉଭୟ ୫୦-୫୦ ଫର୍ମୂଲାରେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେବେ ବୋଲି କହିଛନ୍ତି। ଅର୍ଥାତ ବିଜେପି ବିହାରର ୪୦ଟି ଲୋକସଭା ଆସନରୁ ଯେତିକିଟିରେ ପ୍ରାର୍ଥୀ ଦେବ ଜେଡିୟୁ ମଧ୍ୟ ସମାନ ସଂଖ୍ୟକ ପ୍ରାର୍ଥୀ ଦେବ।
ଆଜି ନୀତୀଶ କୁମାର ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିବା ପରେ ଏଭଳି ନିଷ୍କର୍ସ ବାହାରିଛି। ବୈଠକ ପରେ ଶ୍ରୀ ଶାହ କହିଛନ୍ତି, ନିଷ୍ପତ୍ତି ଅନୁଯାୟୀ ବିହାରରେ ଉଭୟ ବିଜେପି ଓ ଜେଡିୟୁ ଲୋକସଭା ନିର୍ବାଚନରେ ଏକାଠି ଲଢ଼ିବେ। ଉଭୟ ସମାନ ସଂଖ୍ୟକ ଆସନରେ ପ୍ରାର୍ଥୀ ଦେବେ। ସେହିପରି ଅନ୍ୟ ମେଣ୍ଟ ସହଯୋଗୀ ମାନଙ୍କୁ ମଧ୍ୟ ପସନ୍ଦ ମୁତାବକ ସିଟ୍ ଯୋଗାଇ ଦିଆଯିବ।
ଏଲ୍ଜେପିର ରାମ ବିଲାସ ପାଶ୍ୱାନ ଓ ଆର୍ଏଲ୍ଏସ୍ପିର ଉପେନ୍ଦ୍ର ଖୁସହ୍ୱା ମଧ୍ୟ ଆମ ସହ ଅଛନ୍ତି ବୋଲି ଶ୍ରୀ ଶାହ କହିଛନ୍ତି। ତେବେ କିଏ କେତେ ଆସନରେ ଲଢ଼ିବ, ସେ ସମ୍ପର୍କରେ ଆଗାମୀ ଦିନରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି। ଜେଡିୟୁ, ବିଜେପି, ଏଲ୍ଜେପି ଓ ଆର୍ଏଲ୍ଏସ୍ପି ମିଳିତ ଭାବେ ଏନ୍ଡିଏରେ ରହିଛନ୍ତି।
ଗତ ଲୋକସଭା ନିର୍ବାଚନ ବେଳେ ଜେଡିୟୁ ବାମପନ୍ଥୀ ଦଳ ସହ ମିଶି ପ୍ରାର୍ଥୀ ଦେଇଥିଲା। ସେହିପରି ୨୦୧୫ରେ ଜେଡିୟୁ କଂଗ୍ରେସ ଓ ଆର୍ଜେଡି ସହ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢ଼ିଥିଲା। କିନ୍ତୁ ଜେଡିୟୁ ପରବର୍ତ୍ତୀ ସମୟରେ କଂଗ୍ରେସ ଓ ଜେଡିୟୁକୁ ଛାଡ଼ି ବିଜେପି ସହ ହାତ ମିଶାଇଥିଲା।
୨୦୧୪ ଲୋକସଭା ନିର୍ବାଚନରେ ବିଜେପି-ଏଲ୍ଜେପି ଓ ଆର୍ଏଲ୍ଏସ୍ପି ୪୦ଟି ଲୋକସଭା ଆସନରୁ ୩୧ଟିରେ ଜିତିଥିଲେ। ଜେଡିୟୁ ମାତ୍ର ୨ଟିରେ ଜିତିପାରିଥିଲା। ଅନ୍ୟ ୭ଟି ସିଟ୍ରୁ ଆର୍ଜେଡି ୪ଟି, କଂଗ୍ରେସ ୨ଟି ଓ ଏନ୍ସିପି ଗୋଟିଏ ଆସନରେ ଜିତି ପାରିଥିଲା।
from Odisha Reporter https://ift.tt/2ShbFL8
No comments:
Post a Comment