ଲୁଣର ଏମିତି ବ୍ୟବହାର ଦୂର କରିବ ବାସ୍ତୁ ଦୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ଲୁଣର ଏମିତି ବ୍ୟବହାର ଦୂର କରିବ ବାସ୍ତୁ ଦୋଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେଉଁ ଘରେ ବାସ୍ତୁ ସମ୍ୱନ୍ଧିତ ଦୋଷ ରହିଥାଏ, ସେଠାରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଏହି ଦୋଷ କାରଣରୁ ଆପଣଙ୍କ ଧନସମ୍ପଦ କ୍ଷୟ ହେବା ସହିତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏଥିପାଇଁ ଆପଣ ଅନେକ ବାସ୍ତୁ ବିଶାରଦଙ୍କ ପାରାମର୍ଶ ନେଇଥାନ୍ତି। କିନ୍ତୁ ଏହି ସମସ୍ୟାର ସମାଧାନ ଆପଣଙ୍କ ଘରେ ରହିଅଛି। ଏହି ଦୋଷ ନିବାରକ ଦ୍ରବ୍ୟଟି ହେଉଛି ଲୁଣ।

ଯାହାର ବ୍ୟବହାର ସମ୍ପର୍କରେ ଆମେ ଜାଣିପାରିଲେ ହିଁ ବାସ୍ତୁ ଦୋଷରୁ ମୁକୁଳି ପାରିବା।

ଲୁଣ ଖାଲି ଖାଦ୍ୟକୁ ସ୍ୱାଦିଷ୍ଟ କରାଏନି। ଏହା ଜୀବନକୁ ବି ସ୍ୱାଦିଷ୍ଟ କରିଥାଏ। ମା’ ଲକ୍ଷ୍ମୀଙ୍କ ନିବାସ ବା ପିତ୍ରାଳୟ ଭାବେ ସମୁଦ୍ରକୁ ଗ୍ରହଣ କରାଯାଇଛି। ଲୁଣ ମଧ୍ୟ ସମୁଦ୍ରରୁ ପ୍ରାପ୍ତ ହୋଇଥାଏ। ଏଣୁ ଏହା ଦେବୀ ଲକ୍ଷ୍ମୀଙ୍କ ତୁଲ୍ୟ ସମ୍ମାନାସ୍ପଦ। ତା ହେଲେ ଆସନ୍ତୁ ଜାଣିବା ଲୁଣର ବ୍ୟବହାର ସମ୍ପର୍କରେ। ଯାହା କରିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ।

ଲୁଣ ମୁଣି- ଝିଅ ବିବାହ କରିବା ସମୟରେ ଲୁଣର ମୁଣି ବା ପୁଡିଆଟିଏ ତା ହାତରେ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଓ ଆପଣଙ୍କ ଝିଅ ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହେବ। ଉଭୟ ପରିବାରକୁ ଲକ୍ଷ୍ମୀଙ୍କ ଆଗମନ ହେବ।

ଗାଧୁଆ ପାଣିରେ ଲୁଣ- ପ୍ରତିଦିନ ଗାଧୋଇବା ବେଳେ ଗାଧୁଆ ପାଣିରେ ଚିମୁଟାଏ ଲୁଣ ପକାଇ ସ୍ନାନ କରନ୍ତୁ । ଏପରି କରିବା ଦ୍ୱାରା ଦିନ ତମାମ୍‌ ଆପଣଙ୍କ ଶରୀରକୁ ଆସିଥିବା ନକାରାତ୍ମକ ଶକ୍ତିମାନେ ନଷ୍ଟ ହୋଇଥାନ୍ତି।

ରାତିରେ ସାରା ଘରେ ଲୁଣ ଛିଞ୍ଚନ୍ତୁ- ରାତିତରେ ଶୋଇବାକୁ ଯିବା ଆଗରୁ ପ୍ରତି ଘରେ ଅଳ୍ପ ଲୁଣ ଛିଞ୍ଚି ଦିଅନ୍ତୁ ଆଉ ସକାଳୁ ଝାଡୁ କରି ଏହି ଲୁଣକୁ ଧୂଳି ସହ ବାହାରକୁ ଫିଙ୍ଗି ଦିଅନ୍ତୁ। ଏମିତି କଲେ ଘରକୁ ପ୍ରେତ ପ୍ରବେଶ କରି ନ ଥାଏ।

ଲୁଣ ପାଣିରେ ଗୋଡ ବୁଡାନ୍ତୁ- ପ୍ରତିଦିନ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲୁଣ ପାଣିରେ ଗୋଡ ବୁଡାଇ ରଖନ୍ତୁ, ଦେଖିବେ ଆପଣଙ୍କ ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଯିବ।



from Odisha Reporter https://ift.tt/2Cu1Nsa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages