ଦେଶରେ ପ୍ରଥମଥର ପାଇଁ ହେଲା ୪ ବର୍ଷ ଝିଅର ଖପୁରୀ ପ୍ରତିରୋପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ଦେଶରେ ପ୍ରଥମଥର ପାଇଁ ହେଲା ୪ ବର୍ଷ ଝିଅର ଖପୁରୀ ପ୍ରତିରୋପଣ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବିଜ୍ଞାନର ଅଗ୍ରଗତି ଯୋଗୁ ପୂର୍ବରୁ ଅସମ୍ଭବ ମନେ ହେଉଥିବା କାର୍ଯ୍ୟ ଏବେ ସମ୍ଭବ ହେଉଛି। ଭାରତୀୟ ଚିକିତ୍ସା ବିଜ୍ଞାନ ଇତିହାସରେ ପ୍ରଥମ ଥର କୁହାଯାଉଥିବା ପୁନେରେ ଏକ ୪ ବର୍ଷର ଝିଅର ଖପୁରୀ ପ୍ରତିରୋପଣ ସଫଳତାର ସହ କରାଯାଇଛି।

ଏହି ଝିଅର ନଷ୍ଟ ହୋଇଯାଇଥିବା ଖପୁରୀର ୬୦ ପ୍ରତିଶତ ସ୍ଥାନରେ ଡାକ୍ତରମାନେ ଏହି ସଫଳ ପ୍ରତିରୋପଣ କରିଛନ୍ତି।

୨୦୧୭ ମେ’ ୩୧ରେ ପୁନେର ଏହି ଝିଅଟି ସ୍କୁଲ ଯାଉଥିବାବେଳେ ଏକ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ଝିଅଟିର ମସ୍ତିଷ୍କର ୬୦ ଭାଗ ନଷ୍ଟ ହୋଇ ଯାଇଥିଲା। ଝିଅଟିକୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ମସ୍ତିଷ୍କରେ ଦୁଇଟି କ୍ରିଟିକାଲ୍‌ ସର୍ଜରୀ କରାଯାଇଥିଲା।
କିନ୍ତୁ ଅଚାନକ ମସ୍ତିଷ୍କରେ ସମସ୍ୟା ଦେଖାଯିବାରୁ ଝିଅଟିକୁ ପୁଣି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲା।
ସିଟି ସ୍କାନ୍‌ରୁ ଜଣାପଡ଼ିଥିଲା, ଝିଅର ମସ୍ତିଷ୍କରୁ ‘ଏଡିମା’ (edema) ନାମକ ତରଳ ପଦାର୍ଥ ଅଧିକ ନିର୍ଗତ ହେଉଛି। ଏହାପରେ ଝିଅଟିକୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା।୪୮ ଘଣ୍ଟା ଭେଣ୍ଟିଲେଟର୍‌ରେ ରହିବା ପରେ ଝିଅଟିର ସ୍ୱାସ୍ଥ୍ୟରେ କୌଣସି ସୁଧାର ନ ଆସିବାରୁ ପୁନଶ୍ଚ ସିଟି ସ୍କାନ୍‌ ହେବା ପରେ ଝିଅଟିର ମସ୍ତିଷ୍କ ଅଧିକ ଆଘାତ ପାଇଥିବା ଜଣା ପଡ଼ିଥିଲା। ଯାହାକୁ ଇଂରାଜୀରେ ‘malignant cerebral edema’ ବୋଲି କୁହାଯାଏ।
ଏହା ପରେ ଡାକ୍ତରମାନେ ଝିଅଟିର ଖପୁରୀ ପ୍ରତିରୋପଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଝିଅଟିର ଖପୁରୀର ମାପ ନେବାପରେ ସର୍ଜରୀ କରାଯାଇ ମସ୍ତିଷ୍କର ନଷ୍ଟ ହୋଇଥିବା ହାଡ଼କୁ ପ୍ରଥମେ କଢ଼ା ଯାଇଥିଲା ଏବଂ ସେହି ସ୍ଥାନରେ ଆମେରିକାରେ ନିର୍ମିତ ନୂଆ ଖପୁରୀ ପ୍ରତିରୋପଣ କରାଯାଇଥିଲା।
ଏପରି ଖପୁରୀ ପ୍ରତିରୋପଣ ଭାରତରେ ପ୍ରଥମଥର ପାଇଁ କରାଯାଇଥିବା କୁହାଯାଉଛି।
ବର୍ତ୍ତମାନ ସେ ସ୍କୁଲ ଯିବା ସହିତ ତାର ସାଙ୍ଗମାନଙ୍କ ସହିତ ଆରାମରେ ଖେଳାବୁଲା ପାରୁଛି ବୋଲି ଝିଅର ମା’ କହିଛନ୍ତି।



from Odisha Reporter https://ift.tt/2ycKWqy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages