ସିବିଆଇ ମହାକଳି: ସତୀଶ ସାନାଙ୍କୁ ସୁପ୍ରିମକୋର୍ଟଙ୍କ ସୁରକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ସିବିଆଇ ମହାକଳି: ସତୀଶ ସାନାଙ୍କୁ ସୁପ୍ରିମକୋର୍ଟଙ୍କ ସୁରକ୍ଷା

ନୂଆଦିଲ୍ଲୀ: ସିବିଆଇ ମହାକଳିର ମୁଖ୍ୟ ନାୟକ ତଥା ଯାହାଙ୍କ ବୟାନକୁ ଭିତ୍ତିକରି ସଂସ୍ଥାର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଉକ୍ତ ସତୀଶ ସାନାଙ୍କୁ ଆଜି ସୁପ୍ରିମକୋର୍ଟ ପୁଲସ୍‌କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସତୀଶ ଗତକାଲି ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁପ୍ରିମକୋର୍ଟଙ୍କ ନିକଟରେ ସୁରକ୍ଷା ପାଇଁ ନିବେଦନ କରିଥିଲେ। ଆଜି ସୁପ୍ରିମକୋର୍ଟ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପୁଲିସ୍‌କୁ କହିଛନ୍ତି।
ତେବେ ସିବିଆଇ ତଦନ୍ତରୁ ବର୍ତ୍ତିବା ପାଇଁ ସତୀଶ ଯେଉଁ ଆବେଦନ କରିଥିଲେ, ତାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ତାଙ୍କୁ ଜେରା କରିବାକୁ ସିବିଆଇ ନୋଟିସ୍‌ କରିଥିବାରୁ ଏହା ବିରୋଧରେ ସତୀଶ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ଆବେଦନ ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ତାଙ୍କ ବିରୋଧରେ ଆସିଥିବା ଭ୍ରଷ୍ଟାଚାର ମାମଲାର ତଦନ୍ତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏକେ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ହେବ ବୋଲି କହିଥିଲେ।

ତେଣୁ ସତୀଶ ଜଷ୍ଟିସ୍‌ ପଟ୍ଟନାୟକଙ୍କ ନିକଟରେ ବୟାନ ଦେବାକୁ ଇଚ୍ଛା ପ୍ରକାଶ କରିବା ସହ ସିବିଆଇ ଜେରାରରୁ ବର୍ତ୍ତିବାକୁ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ। ଏପରି କି ସେ ବୟାନ ଦେବାକୁ ଚାହୁଁଛନ୍ତି ବୋଲି ଜଷ୍ଟିସ୍‌ ଏକେ ପଟ୍ଟନାୟକଙ୍କୁ ଚିଠି ଲେଖି ଅବଗତ ମଧ୍ୟ କରାଇଥିଲେ। ହେଲେ ସୁପ୍ରିମକୋର୍ଟ ସିବିଆଇ ନୋଟିସ୍‌ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଆଜି କହିଛନ୍ତି।
ସତୀଶଙ୍କ ବୟାନକୁ ଭିତ୍ତି କରି ସିବିଆଇ ଅକ୍ଟୋବର ୧୫ରେ ଶ୍ରୀ ଆସ୍ଥାନାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଥିଲା। ମାଂସ ମାଫିଆ ମୋଇନ୍‌ କ୍ୟୁରେସୀ ମାମଲାରୁ ନିସ୍ତାର ପାଇବା ପାଇଁ ସତୀଶ ଦୁବାଇର ଜଣେ ବ୍ୟବସାୟୀଙ୍କ ମଧ୍ୟସ୍ଥିତିରେ ରାକେଶ ଆସ୍ଥାନାଙ୍କୁ ୨ କୋଟି ଟଙ୍କା ଦେଇଥିବା କହିଥିଲେ।



from Odisha Reporter https://ift.tt/2yGDRil

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages