
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)କୁଲ୍ଲୁ-ମନାଲି ସ୍ଥାନର ନାମଟି ଆପଣ ଶୁଣିଥିବେ। ଭାରତର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମଧ୍ୟରେ କୁଲ୍ଲୁ-ମନାଲି ହେଉଛି ଅନ୍ୟତମ। ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ଥିବା ଏହି ସ୍ଥାନଟି ହିମାଚଳ ପ୍ରଦେଶରେ ଅବସ୍ଥିତ। ଯଦି ଆପଣଙ୍କର ଏହି କୁଲ୍ଲୁ-ମନାଲି ବୁଲିବା ପାଇଁ ଯୋଜନା ଥାଏ ତେବେ ଜାଣି ରଖନ୍ତୁ ସେଠାକୁ ଗଲେ କ’ଣ ସବୁ ଦେଖିବେ।

ପୌରାଣିକ ତଥ୍ୟ ଅନୁଯାୟୀ ରାଜା ‘ମନୁ’ଙ୍କ ନାମରେ ମନାଲି ନାମକରଣ ହୋଇଛି। ୩ଟି ପାହାଡ଼ର ଲାଗି ଲାଗି ହୋଇଥିବା ସ୍ଥାନ ହେଉଛି ମନାଲି। ପ୍ରତି ପାହାଡ଼ରେ ଗାଁ ସାଙ୍ଗକୁ ଗୋଟିଏ ଗୋଟିଏ ମନ୍ଦିର ରହିଛି। ସେହିପରି ମନାଲିରେ ରହିଛି ବନ ବିହାର। ଏଠାରେ ଆପଣ ବୋଟିଂ ଏବଂ ଅନ୍ୟ ମନରଞ୍ଜନ ସାମଗ୍ରୀର ମଜା ନେଇପାରିବେ। ଅନ୍ୟପଟେ ଆପଣ ଏଠିକାର ଜଙ୍ଗଲରେ ବୁଲି ପ୍ରକୃତିକୁ ଉପଭୋଗ କରିପାରିବେ। ମନାଲିର ଆଉ ଏକ ଆକର୍ଷଣ ହେଉଛି ଗ୍ରେଟ୍ ହିମାଳୟନ୍ ରାଷ୍ଟ୍ରୀୟ ଉଦ୍ୟାନ୍। ହିମାଳୟ ସଂଲଗ୍ନ ଏହି ଉଦ୍ୟାନ୍ ୧୯୮୪ରେ ତିଆରି କରାଯାଇଥିଲା।
ଯାହା ୭୫୪ କିମି ବର୍ଗ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ। ପର୍ବତ ଘେରା ଏହି ରାଷ୍ଟ୍ରୀୟ ଉଦ୍ୟାନକୁ ୪ଟି ଘାଟିରେ ଭାଗ କରାଯାଇଛି। ମନାଲିରେ ଥିବା ମନୁ ମନ୍ଦିର ରାଜା ମନୁଙ୍କୁ ସମର୍ପିତ କରଯାଛି। ମନାଲିରେ ସବୁଠୁ ଆକର୍ଷଣ କେନ୍ଦ୍ର ବିନ୍ଦୁ ହେଉଛି ଯୋଗିନି ଝରଣା। ଏହି ଝରଣାକୁ ଦେଖିଲେ ଆପଣ ନିଶ୍ଚିତ ବିମୋହିତ ହେବେ। ତେବେ ମନାଲିଠାରୁ କୁଲୁ ଘାଟି ୪୦ କିମି ଦୂରରେ ଅବସ୍ଥିତ।
ଯେଉଁ ସ୍ଥାନକୁ ପ୍ରତି ବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ମନାଲି ଠାରୁ ୨ କିଲୋମିଟର ଦୂରରେ ଏକ ଅଭୟାରଣ୍ୟ ରହିଛି। ଏହି ଅଭୟାରଣ୍ୟରେ ଦେଓଦାର, କାଇଲ ,କାଜୁ, ଓ ମାପଲ ବୃକ୍ଷର ଘଞ୍ଚ ବନାନୀ ସହ କସ୍ତୁରୀ ମୃଗ , ମୋନାଲ , ଭାଲୁ , ଚିତା ବାଘ , ଧଳା ଚିତାବାଘ ବହୁ ସଂଖ୍ୟାରେ ରହିଥାନ୍ତି । ଗ୍ରୀଷ୍ମ କାଳରେ ଇବେକ୍ସ ଜାତୀୟ ପ୍ରାଣୀ ମାନଙ୍କର ବଡ ଦଳ ଏଠାରେ ବିଚରଣ କରୁଥିବାର ଦେଖାଯାଇଥାଏ ।
କୁଲୁଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ରାମଶିଳା ନାମକ ଏକ ସ୍ଥାନ ଅଛି । ଏଠାରୁ ପ୍ରାୟ ୧୭ କିଲୋମିଟର ଦୂରରେ ‘ ବିଜଲି ମହାଦେବ’ ଙ୍କ ମନ୍ଦିର ରହିଛି । ଏହା ଏକ ବିସ୍ମୟ ଜନକ ମନ୍ଦିର । ଏହା ସମୁଦ୍ର ପତନ ଠାରୁ ପ୍ରାୟ ୨୬୪୦ ମିଟର ଉଚ୍ଚରେ ଅବସ୍ଥିତ । ସେଠାରୁ ଷୋହଳ କିଲୋମିଟର ଆଗକୁ ଗଲେ ‘ ରାୟସନ’ ନାମକ ସ୍ଥାନ ପଡ଼େ । ଏମିତି ଏଠାରେ ଆପଣ ଅନେକ ସ୍ଥାନର ମଜା ନେଇପାରିବେ।
from Odisha Reporter https://ift.tt/2P0rMPe
No comments:
Post a Comment