ବାପାଙ୍କ ସାଙ୍ଗିଆ ‘ଶ୍ରୀବାସ୍ତବ’ ଥିଲା, ହେଲେ ଲାଲବାହାଦୁରଙ୍କ ନାଁ ପଛରେ ‘ଶାସ୍ତ୍ରୀ’ କାହିଁକି? ପଢ଼ନ୍ତୁ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ବାପାଙ୍କ ସାଙ୍ଗିଆ ‘ଶ୍ରୀବାସ୍ତବ’ ଥିଲା, ହେଲେ ଲାଲବାହାଦୁରଙ୍କ ନାଁ ପଛରେ ‘ଶାସ୍ତ୍ରୀ’ କାହିଁକି? ପଢ଼ନ୍ତୁ 

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ନିଜର ସାଧୁତା ଓ ସରଳତା ପାଇଁ ଖାଲି ଦେଶ ନୁହେଁ ବିଦେଶରେ ମଧ୍ୟ ବେଶ ପରିଚିତ ଥିଲେ।  ପ୍ରଧାନମନ୍ତ୍ରୀ ଭଳି ଦେଶର ଉଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହୋଇ ମଧ୍ୟ ଗର୍ବ ଅହଂ କାର ତାଙ୍କୁ ଛୁଇଁ ପାରି ନଥିଲା। ସୌଖୀନ ଓ ବିଳାସପୂର୍ଣ୍ଣ ଜୀବନ ଶୈଳୀ ତାଙ୍କୁ ଆଦୌ ପସନ୍ଦ ନଥିଲା।

ସରଳ ଜୀବନଯାପନ ଏବଂ ସାଧାରଣ ଚଳଣିରେ  ତାଙ୍କ ଜୀବନ ବିତି ଯାଇଥିଲା। ତାଙ୍କ ନିଆରା ବ୍ୟକ୍ତିତ୍ୱ, ନିଷ୍ଠାପରତା ଏବଂ ସଚ୍ଚୋପଣିଆ ଦେଶର ଜନମାନସକୁ ବେଶ ଛୁଇଁ ପାରିଥିଲା। ଲାଲବାହାଦୁରଙ୍କ ଶାସ୍ତ୍ରୀଙ୍କ ପିତାଙ୍କ ନାମ ଶାରଦା ଶ୍ରୀବାସ୍ତବ ପ୍ରସାଦ୍‌ ଏବଂ ମାତାଙ୍କ ନାମ ରାମ ଦୁଲାରୀ ଦେବୀ ଥିଲା।

ଲାଲ ବାହାଦୁରଙ୍କ ଜନ୍ମ ୨ ଅକ୍ଟୋବର  ୧୯୦୧ ମସିହାରେ ହୋଇଥିଲା। ଜାତିବାଦର ପ୍ରବଳ ବିରୋଧୀ ଥିଲେ ଲାଲ ବାହାଦୁର। କାଶୀ ବିଦ୍ୟାପୀଠରୁ ତାଙ୍କୁ ଶାସ୍ତ୍ରୀ ଉପାଧି ମିଳିଥିଲା। ଏହା ପରେ ସେ ଉତ୍ତରାଧିକାରୀଭାବେ ପାଇଥିବା ଜାତିସୂଚକ ସର୍‌ନେମ ‘ଶ୍ରୀବାସ୍ତବ’କୁ ସେ ହଟାଇଦେଇଥିଲେ। ଆଉ ସବୁ ଦିନ ପାଇଁ ଶ୍ରୀବାସ୍ତବ ପ୍ରସାଦ୍‌ ବଦଳରେ ତାଙ୍କ ସାଙ୍ଗିଆ ଶାସ୍ତ୍ରୀ ରଖିଲେ। ଏହାପରେ ତାଙ୍କ ପରବର୍ତ୍ତୀ ପିଢିପାଇଁ ‘ଶାସ୍ତ୍ରୀ’ ସାଙ୍ଗିଆ ପ୍ରଚଳିତ ହୋଇଗଲା।

ସେହିପରି ଶାସ୍ତ୍ରୀଙ୍କ ବିଷୟରେ ଆଉ ଏକ ରୋଚକ ତଥ୍ୟ ରହିଛି। ଲାଲବାହାଦୁର ଶାସ୍ତ୍ରୀ ତାଙ୍କ ବିବାହ ବେଳେ ଶୂଶୁର ଘର ପକ୍ଷରୁ ତାଙ୍କୁ ଯୌତୁକରେ ତାଙ୍କୁ ଅରଟ ଏବଂ କିଛି ଗଜ କପଡ଼ା ମିଳିଥିଲା। ଏକ ସାଧାରଣ ପରିବାରରୁ ହିଁ ଶାସ୍ତ୍ରୀ ଆସିଥିଲେ। ତାଙ୍କ ପାରିବାରିକ ଆର୍ଥିକ ସ୍ଥିତି ଏତେ ଦୁର୍ବଳ ଥିଲା ଯେ, ସ୍କୁଲ ଯିବା ଲାଗି ନୌକା ପାରି ହେବାକୁ ମଧ୍ୟ ଶାସ୍ତ୍ରୀଙ୍କ ପାଖରେ ପଇସା ନଥିଲା। ତେଣୁ ସେ ପହଁରି ପହଁରି ନଦୀ ପାର ହୋଇ ସ୍କୁଲ ଯାଉଥିଲେ।

ଥରେ ଶାସ୍ତ୍ରୀଙ୍କ ଗାଁ ପାଖ ଗୋଟିଏ ପଡ଼ିଆରେ ଏକ ବଡ଼ ମେଳା ପଡ଼ିଥିଲା। ଯେଉଁଠିକୁ ନଦୀପାର ହୋଇ ଯିବାକୁ ପଡ଼ୁଥିଲା। ଶାସ୍ତ୍ରୀ ବି ନିଜ ବନ୍ଧୁ ସହ ମେଳା ଦେଖିବାକୁ ଯାଇଥିଲେ। କିନ୍ତୁ ମେଳାରେ ଶାସ୍ତ୍ରୀ ସବୁ ପଇସା ଖର୍ଚ୍ଚ କରିଦେଇଥିଲେ। ଯେତେବେଳେ ସେ ଘରୁ ଫେରିଲେ ଏବଂ ନଦୀକୂଳରେ ପହଞ୍ଚିଲେ ନାଉରିଆକୁ ଦେବା ପାଇଁ ତାଙ୍କ ପାଖରେ ପଇସା ନ ଥିଲା। ଏହି ସମୟରେ ସାଙ୍ଗକୁ ପ୍ରକୃତ କଥା ଲୁଚାଇବାକୁ ଯାଇ ଶାସ୍ତ୍ରୀ କହିଥିଲେ ମୋର ଟିକେ କାମ ଅଛି। ତେଣୁ ସେ ପରେ ଘରକୁ ଯିବେ।

ଶାସ୍ତ୍ରୀଙ୍କ ସବୁ ସାଙ୍ଗ ନୌକାରେ ପାରି ହୋଇ ଘରକୁ ଫେରିଥିଲେ। ଶାସ୍ତ୍ରୀ ଚାହୁଁ ନଥିଲେ ଯେ, ତାଙ୍କ ଭଡ଼ାର ବୋଝ ସାଙ୍ଗ ଉଠାନ୍ତୁ ବୋଲି। ଏହା ପରେ ଶାସ୍ତ୍ରୀ ପହଁରି ପହଁରି ନଦୀ ପାର ହୋଇ ଘରକୁ ଫେରିଥିଲେ।



from Odisha Reporter https://ift.tt/2xRXq6T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages