ପଞ୍ଚମ ଦିନକିଆ: ସିରିଜ୍ ବରାବର କରିବା ଲକ୍ଷ୍ୟରେ ରହିବ ଇଣ୍ଡିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ପଞ୍ଚମ ଦିନକିଆ: ସିରିଜ୍ ବରାବର କରିବା ଲକ୍ଷ୍ୟରେ ରହିବ ଇଣ୍ଡିଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଟେଷ୍ଟ ଦଳ ଠାରୁ ସଂପୂର୍ଣ୍ଣ ଭିନ୍ନ ବୋଲି ପ୍ରମାଣ ଦେବା ପରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ର ଦିନିକିଆ ଟିମ୍‌ ଥିରୁଭନନ୍ତପୁରମ୍‌ରେ ଗୁରୁବାରର ଅନ୍ତିମ ମ୍ୟାଚ୍‌କୁ ଜିତି ୫ଟିକିଆ ସିରିଜ୍‌କୁ ବରାବର୍‌ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ତେବେ ଏଥିପାଇଁ କାରିବିଅନ୍‌ ଦଳକୁ ନିଜ ମଧ୍ୟକ୍ରମ ବ୍ୟାଟିଂକୁ ଅଧିକ ଦୃଢ଼ତା ଦେବା ସହ ବୋଲିଂକୁ ମଧ୍ୟ ବେଶ୍ କିଛି ଶାଣିତ କରିବାକୁ ପଡ଼ିବ।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆ ସିରିଜ୍‌ର ଶେଷ ମ୍ୟାଚ୍‌ରେ ବିଜୟ ହାସଲ କରି ଇଣ୍ଡିଜ୍‌ ବିପକ୍ଷରେ ସିଧାସଳଖ ଅଷ୍ଟମ ଦ୍ୱିପାକ୍ଷିକ ସିରିଜ୍‌ ବିଜୟର ସୁଯୋଗକୁ କେବେ ବି ହାତଛଡ଼ା କରିବାକୁ ଚାହିଁବ ନାହିଁ।

ଏହି ୫ଟିକିଆ ଦିନିକିଆ ସିରିଜ୍‌ରେ ଗୋଟିଏ ମ୍ୟାଚ୍‌ ‘ଟାଇ’ ହୋଇଥିବାବେଳେ ଅନ୍ୟ ଗୋଟିକରେ ପରାଜୟ ସହ ବିରାଟ ବାହିନୀ ଏବେ ୨-୧ରେ ଆଗୁଆ ରହିଛି।

ମୁମ୍ବାଇର ଚତୁର୍ଥ ଦିନିକିଆରେ ୨୨୪ ରନ୍‌ର ବିଶାଳ ବିଜୟ ପାଇବା ପରେ ‘ମେନ୍ ଇନ୍ ବ୍ଲ୍ୟୁ’ଙ୍କ ମନୋବଳ ଏବେ ଶିଖର ଛୁଇଁଛି। ଟପ୍‌ ଅର୍ଡର୍‌ରେ ଡେପୁଟି ରୋହିତ୍ ଶର୍ମା ଓ କ୍ୟାପ୍‌ଟେନ୍ କୋହଲିଙ୍କ ଧମାକାଦାର ପ୍ରଦର୍ଶନ ପରେ ପ୍ରାୟ ୨ ବର୍ଷ ପରେ ‘ମଧ୍ୟକ୍ରମ ମୁଣ୍ଡ ବିନ୍ଧା’ ଦୂର କରିଥିବା ଅମ୍ବାତି ରାୟୁଡ଼ୁଙ୍କ ଉନ୍ନତ ଫର୍ମ ଭାରତୀୟ ବ୍ୟାଟିଂର ଶକ୍ତି ପାଲଟିଛି।

ବଡ଼ ପାଳି ଖେଳି ନ ଥିଲେ ହେଁ ଥରେ ଲୟକୁ ଫେରିଲେ ଧୱନ୍‌ଙ୍କୁ ରୋକିବା ମଧ୍ୟ କୌଣସି ବି ପ୍ରତିପକ୍ଷଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍‌। ତେବେ ଧୋନିଙ୍କ ବ୍ୟାଟିଂରେ ପୂର୍ବ ଚମକ ଦେଖିବାକୁ ମିଳୁ ନ ଥିବା ସତ୍ତ୍ୱେ ୱିକେଟ୍‌ ପଛରେ ନିଜ ବିଚକ୍ଷଣ ଦକ୍ଷତା ବଜାୟ ରଖିଥିବାରୁ ଦଳ ପାଇଁ ସେ ଅପରିହାର୍ଯ୍ୟ ମନେ ହେଉଛନ୍ତି।

ଭ୍ରମଣକାରୀ ଦଳ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ଏହି ୩୭ ବର୍ଷୀୟ କ୍ରିକେଟ୍‌ କିମ୍ବଦନ୍ତୀ ବ୍ୟାଟ୍‌ରେ ତାଙ୍କ କରିସ୍ମା ଫେରି ପାଇବାକୁ ନିଶ୍ଚୟ ଉଦ୍ୟମ କରିବେ। ସେହିପରି କେଦାର୍ ଯାଦବ ଓ ରବୀନ୍ଦ୍ର ଜାଡେଜା ପିଚ୍‌ରେ ବେଶ୍ କିଛି ଓଭର୍ ରହିଲେ, ଦଳକୁ ବିଶାଳ ଟାର୍ଗେଟ୍‌ ଅବଶ୍ୟ ମିଳିବ। ସେହିପରି ଚତୁର୍ଥ ଦିନିକିଆରେ ବାମହାତୀ ଦ୍ରୁତ ବୋଲର୍‌ ଖଲିଲ୍‌ ଅହମ୍ମଦଙ୍କ ପ୍ରଦର୍ଶନ ଭାରତୀୟ ଆକ୍ରମଣକୁ ବିବିଧତାରେ ଭରି ଦେଇଛି।

ଧଳା ବଲ୍‌କୁ ଉଭୟ ଦିଗକୁ ସୁଇଂ କରିବାରେ ତାଙ୍କ ସାମର୍ଥ୍ୟ ଯୋଗୁ ଆଗାମୀ ବିଶ୍ୱକପ୍‌ ଲାଇନ୍ ଅପ୍‌ରେ ଖଲିଲ୍‌ ରହିବା ଏକପ୍ରକାର  ନିଶ୍ଚିତ ଲାଗୁଛି। ଚାଇନାମ୍ୟାନ୍‌ କୁଲଦୀପ୍‌ ଯାଦବ୍‌ ଓ ରବୀନ୍ଦ୍ର ଜାଡେଜାଙ୍କ ସହ ନୂଆ ବଲ୍‌ର ନିୟମିତ ଯୋଡ଼ି ବୁମ୍ରା ଓ ଭୁବନେଶ୍ୱର କୁମାର୍‌ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ନିଜ ଫର୍ମ ପରଖିବାର ପୁଣି ଏକ ସୁଯୋଗ ପାଇବେ।

ସବୁ କିଛି ଠିକ୍ ରହିଲେ, ଅପେକ୍ଷାକୃତ ଶକ୍ତିଶାଳୀ ବିରାଟ୍ ବାହିନୀ ପାଇଁ ସିରିଜ୍‌କୁ ୩-୧ରେ ଶେଷ କରିବା ସହଜସାଧ୍ୟ ହେବ।

ଅନ୍ୟପକ୍ଷରେ ବିରାଟ୍‌ଙ୍କୁ ମୁମ୍ବାଇରେ ରୋକିଥିବା ଇଣ୍ଡିଜ୍‌ ବୋଲିଂ ଶିବିର ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବ୍ୟାଟିଂର ପୁନଃପରୀକ୍ଷା ନେବାକୁ ସାଧ୍ୟମତେ ଉଦ୍ୟମ କରିବ। ଏଥିପାଇଁ କିନ୍ତୁ ନୂଆ ବଲ୍‌ରେ କେମାର୍‌ ରୋଚ୍‌ ଓ ଅଧିନାୟକ ଜେସନ୍ ହୋଲ୍‌ଡର୍‌ଙ୍କ କିଛି ଅଧିକା କରି ଦେଖାଇବାକୁ ହେବ।

କେବଳ ଏହି ଦୁଇ ଅଭିଜ୍ଞ ନୁହନ୍ତି ବରଂ ଇଣ୍ଡିଜ୍ ଦଳର ସ୍ପିନର୍‌ମାନେ ମଧ୍ୟ ଟିମ୍‌ ଇଣ୍ଡିଆର ବିଶେଷଜ୍ଞମାନଙ୍କ ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରି ପଡ଼ିଆକୁ ଓହ୍ଲାଇବେ। ଥିରୁବନନ୍ତପୁରମ୍‌ର ଦିନିକିଆରେ ଅଭିଜ୍ଞ ଦେବେନ୍ଦ୍ର ବିଶୁଙ୍କୁ ମଧ୍ୟ ସାମିଲ୍ କରିବା ପାଇଁ ଇଣ୍ଡିଜ୍‌ ଟିମ୍‌ ମ୍ୟାନେଜ୍‌ମେଣ୍ଟ୍‌ ଚିନ୍ତା କରିପାରେ।

ସିରିଜ୍‌ରେ ଭ୍ରମଣକାରୀ ଦଳର ନୂଆ ଆବିଷ୍କାର କୁହାଯାଉଥିବା ଶିମ୍‌ରନ୍‌ ହେଟ୍‌ମେୟର୍‌ଙ୍କ ବିସ୍ଫୋରକ ବ୍ୟାଟ୍‌ ଗତ ଦୁଇଟି ମ୍ୟାଚ୍‌ରେ ନିରବି ଯାଇଥିବାରୁ ଇଣ୍ଡିଜ୍‌ ମଧ୍ୟକ୍ରମରେ କିଛିଟା ଅସ୍ଥିରତା ସୃଷ୍ଟି ହୋଇଛି।

ତେଣୁ ସ୍ଥିର ପ୍ରଦର୍ଶନ ଦେଉଥିବା ଶାଇ ହୋପ୍‌ଙ୍କ ସହ ଏକ ବୃହତ୍‌ ଭାଗୀଦାରୀ ପାଇଁ ହେଟ୍‌ମେୟାର୍‌ ଏବଂ ଏହି ସିରିଜ୍‌ରେ ନିଜ ଖ୍ୟାତି ଅନୁସାରେ ପ୍ରଦର୍ଶନ ଦେଇ ପାରି ନ ଥିବା ରୋଭ୍‌ମ୍ୟାନ୍ ପୱେଲ୍‌ଙ୍କୁ ଲୟକୁ ଫେରିବାକୁ ପଡ଼ିବ।

ଏହା ସହ ଭେଟେରାନ୍ ମାର୍ଲନ୍‌ ସାମୁଏଲ୍‌ସ ମଧ୍ୟ ଦଳରେ ତାଙ୍କ ଆବଶ୍ୟକତାର ପ୍ରମାଣ ଦେବାକୁ ବ୍ୟଗ୍ର ରହିବେ। ସେହିପରି ଏଯାଏ ଆଖିଦୃଶିଆ ସ୍କୋର୍‌ କରିବାରେ ବିଫଳ ହୋଇଥିବା ହେମ୍‌ରାଜ୍‌ ଚନ୍ଦ୍ରପଲ୍‌ ବା ରୋଭ୍‌ମ୍ୟାନ୍‌ ପୱେଲ୍‌ଙ୍କ ବଦଳରେ ହେଟ୍‌ମେୟାର୍‌ଙ୍କ ଭଳି ବିସ୍ଫୋରଣର କ୍ଷମତା ରଖୁଥିବା ସୁନିଲ୍‌ ଆମ୍ବ୍ରିସ୍‌ଙ୍କୁ ୱେଷ୍ଟ୍‌ଇଣ୍ଡିଜ୍‌ ଚୂଡ଼ାନ୍ତ ଦଳରେ ସାମିଲ୍‌ କରିପାରେ।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧୱନ୍‌, ବିରାଟ କୋହଲି(ଅ), ଅମ୍ବାତି ରାୟୁଡ଼ୁ, ଏମ୍‌ଏସ୍‌ ଧୋନି(ୱି), କେଦାର୍ ଯାଦବ୍‌, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର୍‌, ଖଲିଲ୍‌ ଅହମ୍ମଦ, କୁଲଦୀପ ଯାଦବ ଏବଂ ଯଶପ୍ରୀତ ବୁମ୍ରା।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍‌ ଦଳ: କିରନ୍‌ ପୱେଲ୍‌, ଚନ୍ଦ୍ରପଲ୍ ହେମ୍‌ରାଜ୍‌/ସୁନିଲ୍ ଆମ୍ବ୍ରିସ୍‌, ଶାଇ ହୋପ୍‌(ୱି), ଶିମ୍‌ରନ୍‌ ହେଟ୍‌ମେୟାର୍‌, ମାର୍ଲନ୍ ସାମୁଏଲ୍‌ସ୍, ରୋଭ୍‌ମ୍ୟାନ୍‌ ପୱେଲ୍‌, ଜେସନ୍ ହୋଲ୍‌ଡର୍‌(ଅ), ଅସ୍‌ଲେ ନର୍ସ, କିମୋ ପଲ୍‌, ଫାବିଏନ୍‌ ଆଲେନ୍/ଦେବେନ୍ଦ୍ର ବିଶୁ, କେମାର୍ ରୋଚ୍‌।



from Odisha Reporter https://ift.tt/2Q9GErc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages