ପୁଣି କହିଲେ ମୁଖ୍ୟମନ୍ତ୍ରୀ, ‘ଆୟୁଷ୍ମାନ’ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯଥେଷ୍ଟ ଭଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ପୁଣି କହିଲେ ମୁଖ୍ୟମନ୍ତ୍ରୀ, ‘ଆୟୁଷ୍ମାନ’ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯଥେଷ୍ଟ ଭଲ

ବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟୁଷ୍ମାନ ଯୋଜନାକୁ ବିରୋଧ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଫାଇଦା ୧କୋଟିରୁ ଅଧିକ ଲୋକଙ୍କୁ ମିଳିଛି ବୋଲି ରାଜ୍ୟ ସରକାରଙ୍କ ଦାବିକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଛୁଆ-ରାଧୁଆ ଉପାଖ୍ୟାନ ସହ ତୁଳନା କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନାଁ ନନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆୟୁଷ୍ମାନ ଯୋଜନାକୁ ସମାଲୋଚନା କରିଛନ୍ତି। ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗାଡ଼କଣର ମଣ୍ଡପ ବସ୍ତିରେ ବିଜେଡି ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ। ବିପିଏଲ୍, ଏପିଏଲ୍ ସମସ୍ତେ ଏ ସୁବିଧା ପାଇବେ। ଆୟୁଷ୍ମାନ ଯୋଜନା ଠାରୁ ଆମ ଯୋଜନା ବହୁତ ଭଲ। ରୋଗ ଓ ଦୁର୍ଘଟଣା କ’ଣ ବିପିଏଲ୍ କାର୍ଡ ଦେଖିକି ଆସେ? ଯାହାର ବିପିଏଲ୍ କାର୍ଡ଼ ନାହିଁ, ସେ କ’ଣ କରିବ? ସେମାନଙ୍କ ପାଇଁ ରାଜ୍ୟ ସରକାର ଅଛି। ରାଜ୍ୟର ସମସ୍ତଙ୍କ ପାଇଁ ରାଜ୍ୟ ସରକାର ଅଛି।

ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ୍ କାର୍ଡ଼ଧାରୀମାନେ ସୁବିଧା ପାଇବେ। କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତେ ସୁବିଧା ପାଇବେ। ରାଜ୍ୟ ସରକାରଙ୍କ ଯୋଜନା ସମସ୍ତଙ୍କ ପାଇଁ ଓଡ଼ିଶାର ଲୋକମାନେ ରାଜ୍ୟ ବାହାରେ ମଧ୍ୟ ଚିକିତ୍ସା ସୁବିଧା ପାଇବେ। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ଏ ସୁବିଧା ପାଇବେ। ବସ୍ତିର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ। ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସାରା ରାଜ୍ୟରେ ବେଶ୍ ଭଲ ଭାବରେ ଚାଲିିଛି।



from Odisha Reporter https://ift.tt/2JseW6o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages