୧୯ ଜିଲ୍ଲାରେ ଅତି ପ୍ରବଳ ବର୍ଷା, ଘଣ୍ଟା ପ୍ରତି ୧୦୦ରୁ ୧୨୫କିମି ବେଗରେ ବହିବ ପବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

୧୯ ଜିଲ୍ଲାରେ ଅତି ପ୍ରବଳ ବର୍ଷା, ଘଣ୍ଟା ପ୍ରତି ୧୦୦ରୁ ୧୨୫କିମି ବେଗରେ ବହିବ ପବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ମାଡ଼ି ଆସୁଛି ବାତ୍ୟା ତିତ୍‌ଲି। ଆସନ୍ତା ୭୨ ଘଣ୍ଟା ଭିତରେ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଅତିକ୍ରମ କରିବ। ଏହି ସମୟରେ ଭୟଙ୍କର ରୂପ ଧାରଣ କରି ପ୍ରବଳ ବର୍ଷା ସାଙ୍ଗକୁ ୧୦୦ରୁ ୧୨୫ କିଲୋମିଟର ପଯର୍ୟନ୍ତ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଏଥିପାଇଁ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର। ସେପଟେ ବାତ୍ୟାକୁ ଦେଖି ରାଜ୍ୟ ସରକାର ସମୀକ୍ଷା କରିଛନ୍ତି। ଏନ୍‌ଡିଆରଏଫ୍ ଟିମ କ୍ଷେତ୍ରକୁ ପଠାଯାଇଛି । ବାତ୍ୟା କଥା ଶୁଣି ଉପକୂଳ ବାସିନ୍ଦା ଓ ପ୍ରଶାସନ ସମସ୍ତେ ସଜାଗ ହେଲେଣି। ଏନେଇ ୫ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ସେଗୁଡ଼ିକ ହେଲା ଗଜପତି, ଗଂଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ସେହିପରି ଅରେଞ୍ଜ ଓ୍ୱାର୍ଣ୍ଣିଂ ଜୋନ୍‌ରେ ରହିଥିବା ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର। ତେବେ ୧୧ ତାରିଖରେ ଏସବୁ ଜିଲ୍ଲା ସହ ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ୧୨୫ କିଲୋମିଟର ରହିବ।

ଆସନ୍ତା ୨ଦିନ ସମୁଦ୍ର ଅଧିକ ଅଶାନ୍ତ ରହିବ । ଏହି ସମୟରେ ଉଚ୍ଚ ଜୁଆର ଆସିବ । ସେଥିପାଇଁ ସବୁ ବନ୍ଦରରେ ୪ ନମ୍ବର ସତର୍କ ସୂଚନା ଦିଆଯାଇଛି। ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ଗଜପତି, ଭଦ୍ରକ ଓ ନୟାଗ଼ଡ଼କୁ ଆଜିଠୁ NDRF ଟିମ୍ ପଠା ସରିଛି । ଏମାନେ ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମ୍ପର୍କ ରଖି କାମ କରିବେ।



from Odisha Reporter https://ift.tt/2yuDfvg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages