ଠକିଦେଲେ ସରକାର ! ଚିଟ୍‌ଫଣ୍ଡରେ ୧୦ ହଜାରରୁ ଅଧିକ ଟଙ୍କା ରଖିଥିବା ଜମାକାରୀଙ୍କୁ କେବେ ମିଳିବ ଟଙ୍କା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଠକିଦେଲେ ସରକାର ! ଚିଟ୍‌ଫଣ୍ଡରେ ୧୦ ହଜାରରୁ ଅଧିକ ଟଙ୍କା ରଖିଥିବା ଜମାକାରୀଙ୍କୁ କେବେ ମିଳିବ ଟଙ୍କା?

nabadeanta chitfund

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ଚିଟ୍‌ଫଣ୍ଡ ସଂସ୍ଥାରେ ୧୦ ହଜାର ଟଙ୍କାରୁ ଅଧିକ ଜମା ରଖିଥିବା ଜମାକାରୀଙ୍କୁ ଟଙ୍କା ମିଳିବା ଆଶା କ୍ଷୀଣ ହୋଇଛି। କାରଣ ଆଇନ୍‌ଗତ ଜଟିଳତା, ଜମାକାରୀ ଚିହ୍ନଟ ନହେବା ଓ ବ୍ୟାଜ୍ୟାପ୍ତ ସଂପତ୍ତି ନିଲାମ ନହେବା ଯୋଗୁ ସରକାର ଅଡୁଆରେ ଫସିଛନ୍ତି। ଜଷ୍ଟିସ ଏମ୍ଏମ୍ ଦାଶ ତଦନ୍ତ କମିଶନଙ୍କ ସୁପାରିଶ ଆଧାରରେ ମାତ୍ର ଅଳ୍ପ କିଛି କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇଥିଲେ ମଧ୍ୟ ଅନ୍ୟମାନେ ଟଙ୍କା ପାଇବେ ନା ନାହିଁ, ସେନେଇ ସରକାରଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ।

ବାଲେଶ୍ୱର ସହର ଉପକଣ୍ଠ ବାଲିଆ ଗାଁର ମଞ୍ଜୁଲତା ଦାଶ ଜମି ବିକ୍ରି କରି ୨୦୦୯ ମସିହାରେ ସି-ଶୋର୍‌ ଚିଟ୍‌ଫଣ୍ଡ ସଂସ୍ଥାରେ ଜମା କରିଥିଲେ ୫୦ ହଜାର ଟଙ୍କା। ମଞ୍ଜୁଲତାଙ୍କ ଶ୍ୱଶୁର ଗଜେନ୍ଦ୍ର ଦାସ ମଧ୍ୟ ଲକ୍ଷେ ଟଙ୍କା ଜମା ରଖିଥିଲେ। ଗଜେନ୍ଦ୍ରଙ୍କ ମୃତ୍ୟୁ ପରେ ବୋହୂ ମଞ୍ଜୁଲତା କଟକ ଚିଟ୍‌ଫଣ୍ଡ କମିଶନଙ୍କ ଅଫିସକୁ ଆସି ଦାଖଲ କରିଥିଲେ ସତ୍ୟପାଠ। ତେବେ ଏଯାଏ ତାଙ୍କୁ ଟଙ୍କା ମିଳିନି।

ମଞ୍ଜୁଲତାଙ୍କ ପଡୋଶୀ ବାସନ୍ତୀ ମଲ୍ଲିକଙ୍କର ମଧ୍ୟ ସମାନ ଅବସ୍ଥା। ଅପେକ୍ଷା କରି କରି ହତାଶ ହେଲେଣି। ତେବେ ଟଙ୍କାର ନାଁ ଗନ୍ଧ ନାହିଁ। କେବେଳ ରୋଜଭ୍ୟାଲିକୁ ଛାଡି ଦେଲେ, ଅନ୍ୟ ଚିଟ୍‌ଫଣ୍ଡ ସଂସ୍ଥାରେ ୧୦ ହଜାରରୁ ଅଧିକ ଟଙ୍କା ଜମା କରିଥିବା ଜମାକାରୀଙ୍କୁ ଏଯାଏ ଚିହ୍ନଟ କରାଯାଇନି।

୧୦ ହଜାରରୁ ଅଧିକ ଟଙ୍କା ଜମା କରିଥିବା ଜମାକାରୀଙ୍କୁ କେବେ ଚିହ୍ନଟ କରିବେ ରାଜ୍ୟ ସରକାର? କେମିତି ସେମାନେ ଫେରି ପାଇବେ ସେମାନଙ୍କ କଷ୍ଟୋପାର୍ଜିତ ଟଙ୍କା? ଏହାକୁ ନେଇ ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ସରକାରଙ୍କ ସାମ୍ନାରେ ଚାଲେଞ୍ଜ ହେଉଛି, ପାଖାପାଖି ୩୦୦ କମ୍ପାନୀ ଠକେଇ କରିଥିଲେ ମଧ୍ୟ ଏବେ ସୁଦ୍ଧା ମାତ୍ର ୫୦ଟି ସଂସ୍ଥା ବିରୋଧରେ ମାମଲା ହୋଇଛି। ମାତ୍ର ୨୦ଟି କମ୍ପାନୀର ସଂପତ୍ତି ବ୍ୟାଜ୍ୟାପ୍ତି କରାଯାଇଛି।

ଠକେଇ କରିଥିବା କିଛି କମ୍ପାନୀଙ୍କର ବିଭିନ୍ନ ରାଜ୍ୟରେ ବ୍ୟବସାୟ ଥିବାରୁ ଅଡୁଆ ଜଟିଳ ହୋଇଛି। ସେହିପରି ମାମଲାର ତଦନ୍ତ କରୁଥିବା ଇଡି ଓ ଇଓଡବ୍ଲ୍ୟୁ ମଧ୍ୟରେ ସମନ୍ୱୟ ରହୁନଥିବାରୁ କେଉଁ ସଂସ୍ଥାର କେତେ ସଂପତ୍ତି ବ୍ୟାଜାପ୍ତି ହେଲା ଏବଂ ଏହାକୁ କିପରି ଜମାକାରୀଙ୍କୁ ଫେରସ୍ତ କରାଯିବ ସେ ନେଇ ଦ୍ୱନ୍ଦ୍ୱ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆଉ କିଛି ସଂସ୍ଥାର ସିବିଆଇ ତଦନ୍ତ ଚାଲିଥିବାରୁ ଚିତ୍ର ଏକଦମ୍‌ ଜଟିଳ ରହିଛି। ଅନ୍ୟପକ୍ଷରେ ବ୍ୟାଜ୍ୟାପ୍ତି ସଂପତ୍ତିର ନିଲାମ ଡାକିଲେ ମଧ୍ୟ ଲୋକେ ଭୟରେ କିଣିବାକୁ ରାଜି ହେଉନାହାନ୍ତି। ଏସବୁ ଭିତରେ ଟଙ୍କା ପାଇବେ ନା ନାହିଁ ତାକୁ ନେଇ ଆଶାଆଶଙ୍କାରେ ରହିଛନ୍ତି ଜମାକାରୀ।



from Odisha Reporter https://ift.tt/2A0dxAO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages