ରାତାରାତି କୋଟିପତି ହୋଇଗଲେ ଏହି ଗାଁର ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ରାତାରାତି କୋଟିପତି ହୋଇଗଲେ ଏହି ଗାଁର ଲୋକେ

ଇଟାନଗର (ଓଡ଼ିଶା ରିପୋର୍ଟର): ଗୋଟିଏ ଗାଁର ଏକାଧିକ ଲୋକ ହଠାତ କୋଟିପତି ହୋଇଗଲେ। ଆଜ୍ଞା ହଁ, ସେଥିପାଇଁ ସେମାନେ ଲୋକପ୍ରିୟ ଟିଭି ଶୋ’ ‘କୌନ୍‌ ବନେଗା କରୋଡ୍‌ପତି’ରେ ଭାଗନେଇନଥିଲେ କି ତାଙ୍କର କୌଣସି ଲଟେରୀ ଲାଗିନଥିଲା। ଏପରି ସମ୍ଭବ ହୋଇପାରିଛି ୧୯୬୨ ମସିହାରେ ଚୀନ୍‌ ସହିତ ଯୁଦ୍ଧ ହେବାପରେ ଭାରତୀୟ ସେନା ପକ୍ଷରୁ ବିଭିନ୍ନ ଭିତ୍ତଭୂମି ନିର୍ମାଣ ପାଇଁ ଜମି ଅଧିଗ୍ରହଣ କାରଣରୁ।

ଏହି କ୍ରମରେ ଆଜି ଦୋର୍ଜୀ ଖ୍ରୀମେଙ୍କୁ ୬.୩୧ କୋଟି ଟଙ୍କା ମିଳିଛି। କେବଳ ଦୋର୍ଜୀ ନୁହେଁ ବରଂ ସେହି ଅରୁଣାଚଳର ପଶ୍ଚିମ କାମେଙ୍ଗ୍‌ ଜିଲ୍ଲାର ଅନ୍ୟ ଏକ ଗାଁର ଦୁଇ ଜଣ ବ୍ୟକ୍ତି ଫୁଣ୍ଟସୋ ଖାୱା ଏବଂ ଖାଣ୍ଡୁ ଗ୍ଲୋ ମଧ୍ୟ ଯଥାକ୍ରମେ ୬.୨୧ କୋଟି ଏବଂ ୫.୯୮ କୋଟି ପାଇ ରାତାରାତି କୋଟିପତି ପାଲଟି ଯାଇଛନ୍ତି। ଏନେଇ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଟ୍ୱିଟ୍‌ କରି କହିଛନ୍ତି, ଏଭଳି କ୍ଷତିପୂରଣ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅରୁଣାଚଳ ପ୍ରତି ରହିଥିବା ଭଲ ପାଇବା ଯୋଗୁ ସମ୍ଭବ ହୋଇପାରିଛି। ଉଭୟ ଉତ୍ସବରେ କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅଞ୍ଚଳର ୫ଟି ଗାଁରେ ମୋଟ ୨୪.୫୬ କୋଟି ବଣ୍ଟା ଯାଇଛି। କେବଳ ଟୁକ୍‌ପେନ୍‌ର ୭ ଜଣ ଗ୍ରାମବାସୀଙ୍କୁ ୧୩.୧୭ କୋଟି ପ୍ରଦାନ କରାଯାଇଛି। ଏଭଳି ପ୍ରଥମ ଥର ପାଇଁ ହୋଇନି ବରଂ ୧୯୬୦ ପରଠାରୁ ସେମାନେ ଏଭଳି କୋଟି କୋଟି ଟଙ୍କାର କ୍ଷତିପୂରଣ ପାଇଆସୁଛନ୍ତି। ଉତ୍ତରପୂର୍ବ ଭାରତର ଏହି ରାଜ୍ୟରେ ଅଧିଗ୍ରହଣ ହୋଇଥିବା ଜମିରେ ଆର୍ମି ବେସ୍‌, ସଡ଼କ ଏବଂ ପୋଲ ଆଦି ନିର୍ମାଣ କରାଯାଉଛି।

ଏହି କ୍ରମରେ ୨୦୧୭ ଏପ୍ରିଲରେ ୧୫୨ଟି ପରିବାରକୁ ୫୪ କୋଟି, ସେହିବର୍ଷ ସେପ୍ଟେମ୍ବରରେ ୧୫୮ କୋଟି, ଚଳିତ ବର୍ଷ ଫେବୃଆରୀରେ ୩୧ ପରିବାରକୁ ୪୦.୮୦ କୋଟି ଏବଂ ଆଉଥରେ ୨୯ ଟି ପରିବାରକୁ ୧.୦୯ କୋଟି ଲେଖାଏ ପ୍ରଦାନ କରାଯାଇଛି।



from Odisha Reporter https://ift.tt/2QVJCiM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages