ଆକ୍ରମଣ ପରେ ଖସିଯାଉଥିଲେ ୨ ଆତଙ୍କୀ, ଗୁଳିରେ ଟଳିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ଆକ୍ରମଣ ପରେ ଖସିଯାଉଥିଲେ ୨ ଆତଙ୍କୀ, ଗୁଳିରେ ଟଳିଲେ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଲ୍ଲା ଜିଲ୍ଲା କ୍ରଲହାରଠାରେ ଥିବା ପୁଲିସ୍‌ ବ୍ୟାରାକ ଉପରେ ଆଜି ଆତଙ୍କବାଦୀମାନେ ସଶସ୍ତ୍ର ଆକ୍ରମଣ କରିଛନ୍ତି। ଗୁଳିମାଡ଼ କରି ଆତଙ୍କବାଦୀମାନେ ଖସି ଯିବାକୁ ଚେଷ୍ଟା କରିଥିଲେ ହେଁ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଆଜି ସକାଳେ ବ୍ୟାରାକ ନିକଟରେ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଚଳପ୍ରଚଳ ହେଉଥିବାର ସୂଚନା ମିଳିଥିଲା। ପୁଲିସ୍‌ ଓ ସେନା ପକ୍ଷରୁ କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପରିଚୟପତ୍ର ମଗାଯିବାରୁ ସେମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି।

ଅନ୍ୟପକ୍ଷରେ ବାରମୁଲ୍ଲା ଜିଲ୍ଲା ବୋନିୟାର ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ଡେଇଁ ୩ ଜଣ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ତେବେ ସେମାନଙ୍କ ମୃତଦେହ ମିଳି ନଥିବାରୁ ପୁଲିସ୍‌ ଏ ସମ୍ପର୍କରେ ଅଧିକ କିଛି ତଥ୍ୟ ଦେଇନାହିଁ। ତେବେ ବୋନିୟାର୍‌ଠାରେ ଏନ୍‌କାଉଣ୍ଟର୍‌ ହୋଇଥିବା ସେନା ପକ୍ଷରୁ ସ୍ୱୀକାର କରାଯାଇଛି। ଏହି ଏନ୍‌କାଉଣ୍ଟର୍‌ରେ କିଛି ଅଚିହ୍ନା ଆତଙ୍କବାଦୀ ନିହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ଏବେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଥିବା ସେନା ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2CujDLl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages