
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରକୁ ସଦା ସର୍ବଦା ପରିଷ୍କାର ରଖିବାକୁ ସମସ୍ତେ ଭଲ ପାଆନ୍ତି। ପରିବେଶ ଭଲ ଥିଲେ ମନ ଭଲ ରହେ ଏବଂ ସକାରାତ୍ମକ ଚିନ୍ତା ଆସେ। ତେବେ ଏହି ଘର ପରିଷ୍କାର ଅଥବା ଝାଡୁ କରିବା ପ୍ରକ୍ରିୟାରେ ମଧ୍ୟ କିଛି ନିୟମ ବା ବିଧି ରହିଛି। ଯାହା ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଆସନ୍ତୁ ଜାଣିବା ଏ ସବୁ ବିଷୟରେ ।
ଝାଡୁ କରା ଯାଉଥିବା ତଥା ସଫା ସୁତୁରା ରହୁଥିବା ଘରେ ମା’ ଲକ୍ଷ୍ମୀ ବାସ କରନ୍ତି। ସେଥିପାଇଁ ଝାଡୁକୁ ଖୋଲା ଜାଗାରେ ରଖନ୍ତୁ ନାହିଁ। ଏହାକୁ ସର୍ବଦା ଘରର ପଶ୍ଚିମ ଦିଗରେ ରଖନ୍ତୁ। ଝାଡୁକୁ ରୋଷେଇ ଘରେ ମଧ୍ୟ ରଖନ୍ତୁ ନାହିଁ। ଏପରି କଲେ ଘରଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ।
ରାତି ସମୟରେ ଘରର ଦ୍ଵାର ପାଖରେ ଝାଡୁ ରଖିଲେ ଘରକୁ ଆସୁରୀକ ଶକ୍ତି ପ୍ରବେଶ କରିଥାଏ ବୋଲି ବାସ୍ତୁ ବିଜ୍ଞାନୀଙ୍କ ମତ। ତେଣୁ କେବେ ହେଲେ ବି ଏମିତି କରନ୍ତୁ ନାହିଁ। ସୂର୍ଯ୍ୟ ଅସ୍ତ ପରେ ଘରେ ଝାଡୁ ମାରନ୍ତୁ ନାହିଁ। ଏମିତି କରିବା ଅଶୁଭ ମନାଯାଏ।
ଭୁଲ୍ରେ ଝାଡୁକୁ ଗୋଡ଼ ଲଗାନ୍ତୁ ନାହିଁ। ଏମିତି କଲେ ଆପଣଙ୍କୁ ଲକ୍ଷ୍ମୀଛଡା ଦୋଷ ଲାଗିବ। କୌଣସି ବି ପଶୁ ବା ପିଲାମାନଙ୍କୁ ଝାଡୁରେ ମାରନ୍ତୁ ନାହିଁ। ଏପରି କଲେ ଘରେ ଅଶାନ୍ତି ଲାଗି ରହିଥାଏ। ଘରର କୌଣସି ସଦସ୍ୟ ଯଦି ବାହାରକୁ ଯାଉଛନ୍ତି ତେବେ ସଙ୍ଗେ ସଙ୍ଗେ ଝାଡୁ ଲଗାନ୍ତୁ ନାହିଁ।
ଝାଡୁକୁ କେବେ ବି ଠିଆ କରି ରଖନ୍ତୁ ନାହିଁ। ଏମିତି କଲେ ଶତ୍ରୁତା ବଢେ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଯେବେ ବି ନୂଆ ଘରକୁ ଯାଉଛନ୍ତି ସେବେ ନୂଆ ଝାଡୁ ଆଣନ୍ତୁ। ପୁରୁଣା ଝାଡୁ ନେବାର ଅର୍ଥ ଆପଣ ପୁରୁଣା ଅଶୁଭ ଶକ୍ତିକୁ ନୂଆ ଘରକୁ ଆଣୁଛନ୍ତି।
from Odisha Reporter https://ift.tt/2RCKk5S
No comments:
Post a Comment