ମାଟିରେ ମାଟି ହୋଇ ମାଟିକୁ ଗଢ଼ୁଥିବା ମଣିଷ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ମାଟିରେ ମାଟି ହୋଇ ମାଟିକୁ ଗଢ଼ୁଥିବା ମଣିଷ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଖେଇ ଆସିଲାଣି ଆଲୁଅର ପର୍ବ ଦୀପାବଳି। ସବୁଠି ଜଳିବ ଦୀପ, ଫୁଟିବ ବାଣ। ଝିଲ୍‌ମିଲ୍‌ ଦିଶିବ ରାତି। ଆତସବାଜିରେ କମ୍ପିବ ସହର। କିନ୍ତୁ ଯେଉଁମାନେ ଜୀବନ ତମାମ ତାଙ୍କ ଜୀବନକୁ ଦୀପ ଗଢ଼ିବାରେ ବିତେଇ ଦେଉଛନ୍ତି, ତାଙ୍କ କଥା କ’ଣ? ମାଟିରେ ମାଟି ହୋଇ ମାଟିକୁ ଗଢ଼ୁଥିବା ମଣିଷର ଖବର କ’ଣ? କେମିତି ସିଏ ବଞ୍ଚୁଚି? କେମିତି ଚାଲିଛି ତା’ ତେଲ ଲୁଣର ସଂସାର?

ଖୋର୍ଦ୍ଧା ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ଗାଁ ଟିଏ। ନାଁ ଫୁଲପୋଖରୀ। ସେଠି ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପରିବାର ବାସ କୁରଥିବା ବେଳେ ଅର୍ଦ୍ଧାଧିକ ପରିବାର ‘କୁମ୍ଭାର’। ବାପ ଅଜା ଅମଳରୁ ଚାଲିଛି କୁଳ ବେଉସା। ବାପା, ମା, ପୁଅ, ଝିଅ ସମସ୍ତେ ଲାଗି ଥାଆନ୍ତି ମାଟିରେ। କିଏ ମାଟି ଚକଟେ, କିଏ ଦୀପ ଗଢ଼େ ତ ଆଉ କିଏ ଖରାରେ ଶୁଖାଏ। ଖାଲି ସେତିକିରେ କାମ ସରିଯାଏନି।

ସେଠାକାର ଜଣେ କୁମ୍ଭକାର ଅମୂଲ୍ୟ ବେହେରାଙ୍କ କହିବା ଅନୁସାରେ, ‘ ମାଟି ଚକଟା ହେଲା ପରେ ପାଖାପାଖି ୩ରୁ ୪ ଦିନ ଧରି ଦୀପ ଗଢ଼ାହୁଏ ଏବଂ ଖରାରେ ଶୁଖା ହୁଏ। ତା’ପରେ ପୋଡ଼ା ହେବା ପାଇଁ ଯାଏ ଭାଟିକୁ। ପୋଡ଼ିବା କାମ ସାରିବାକୁ ୪ ଘଣ୍ଟା ଲାଗେ। ପରଦିନ ସକାଳୁ ଭାଟିରୁ ବାହାରେ’।

ତାଙ୍କ କହିବା ଅନୁସାରେ ଫୁଲପୋଖରୀ ଗାଁରୁ ଲିଙ୍ଗରାଜଙ୍କ ପାଖକୁ ଯାଏ ଦୀପ।

ବଢୁଛି ମାଟି ତିଆରି ସାମଗ୍ରୀ ଚାହିଦା

କୁମ୍ଭକାର ବିଜୟ ମୁଦୁଲିଙ୍କ କହିବା ଅନୁସାରେ, ଏବେ ଦିନକୁ ଦିନ ମାଟି ତିଆରି ସାମଗ୍ରୀର ଚାହିଦା ବଢ଼ିଲାଣି। ଗୋଟେପଟେ ପ୍ଲାଷ୍ଟିକ୍‌କୁ ବିରୋଧ କରାଯାଉଥିବା ବେଳେ ଆଉ ଗୋଟେପଟେ ପାରମ୍ପରିକ ପୁରୁଣା ଶୈଳୀକୁ ମଣିଷ ପୁଣି ଥରେ ଫେରୁଛି। ସେହି ଦୃଷ୍ଟିରୁ ମାଟିରେ ଅନେକ ସୌଖୀନ ସାମଗ୍ରୀମାନ ପ୍ରସ୍ତୁତ କରୁଛୁ। ମାଟି କପ୍‌, ମାଟି ଗ୍ଲାସ୍ ଠାରୁ ଆରମ୍ଭ କରି ବିଭିନ୍ନ ସାଜସଜ୍ଜା ସାମଗ୍ରୀ।

ବଢ଼ିଲାଣି ପ୍ରତିଯୋଗିତା

ଏବେ ବଜାରରେ ପ୍ରତିଯୋଗିତା ବଢ଼ିଲାଣି। କଲିକତା, ଚାଇନାରୁ ବହୁ ଆକର୍ଷଣୀୟ ସାମଗ୍ରୀ ସବୁ ଆସୁଛି। ତେଣୁ ସେମାନଙ୍କ ଉତ୍ପାଦ ସହିତ ପ୍ରତିଯୋଗିତା କରିବା ପାଇଁ ଆମକୁ ମଧ୍ୟ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପଡ଼ୁଛି। କିନ୍ତୁ ସମସ୍ୟା ହେଲା ଏବେ ଭଲ ମାଟି ମିଳୁନି। ସେମାନଙ୍କ ମାଟି ଅନୁସାରେ ଆମ ମାଟି ଟିକେ ଅନୁନ୍ନତ। ଗୋଡ଼ି ବାଲି ମିଶା ମାଟିକୁ ପୁଣି ଥରେ ଆମକୁ ଚଲେଇବାକୁ ପଡ଼ୁଛି। ସେଥିରେ ସମୟ ଯାଉଛି। ଶାସ୍ତ୍ର ଅନୁସାରେ, ଯେଉଁ ମାଟିକୁ ବାର୍‌ହା ତାଡ଼ିଥିବ ସେହି ମାଟିରେ ହିଁ କୁମ୍ଭାର କାମ କରେ। ଆଜିକାଲି ତ ଜଙ୍ଗଲ ନାହିଁ, ବାର୍‌ହା ଆସିବେ କୁଆଡ଼ୁ ଆଉ ମାଟି ତାଡ଼ିବ କୁଆଡ଼ୁ ବୋଲି ସେହି ଗାଁର ଅନ୍ୟ ଜଣେ କୁମ୍ଭକାର ମହୋଦଧି ମୁଦୁଲି କୁହନ୍ତି।

 



from Odisha Reporter https://ift.tt/2zhad2y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages