ବନ୍ଧୁକ କାରବାର କରୁଛନ୍ତି ଝାଲ୍‌ମୁଢ଼ି ବେପାରୀ, ଅଟୋ ଡ୍ରାଇଭର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ବନ୍ଧୁକ କାରବାର କରୁଛନ୍ତି ଝାଲ୍‌ମୁଢ଼ି ବେପାରୀ, ଅଟୋ ଡ୍ରାଇଭର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚୋରା ବନ୍ଧୁକ କାରବାର ରୋକିବା ପାଇଁ ଅପରେସନ ‘ବ୍ଲାକ୍‌ ସ୍ମୋକ’ କାର୍ଯ୍ୟକାରୀ କରାଯାଉଥିଲା। ତାହା ଆଜି ଧୂଆଁବାଣରେ ପରିଣତ ହୋଇଛି। ଯାହାଫଳରେ ରାଜଧାନୀରେ ଚୋରା ବନ୍ଧୁକ କାରବାର ବୃଦ୍ଧି ପାଇଛି। ଅଶାନ୍ତ ହେଉଛି ରାଜଧାନୀ।

ରାଜଧାନୀରେ ଚୋରା ବନ୍ଧୁକ ବିକ୍ରି ପାଇଁ ଅଣାଯାଉଥିବା ବେଳେ ୫ଟି ବନ୍ଧୁକ ସହିତ ୧୦ରାଉଣ୍ଡ ଗୁଳି ଜବତ କରିଛି ପୁଲିସ। ଏଥିରେ ରିଭଲ୍‌ଭର୍‌, ୯ ଏମଏମ ପିସ୍ତଲ ଓ ପଏଣ୍ଟ ୭୬୫ ଏମଏମ ପିସ୍ତଲ ରହିଛି। ଏହି ଚୋରା ବନ୍ଧୁକ କାରବାରରେ ସଂପୃକ୍ତ ଥିବା ୪ ଡିଲରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ପେସାରେ ଏମାନେ ଅଟୋ ଡ୍ରାଇଭର, ଝାଲ୍‌ମୁଢ଼ି ବେପାରି ଓ ଶ୍ରମିକ ଥିଲେ। ହେଲେ ଛଦ୍ମବେଶରେ ବନ୍ଧୁକ ଚାଲାଣ କରୁଥିଲେ। ଗୋଟିଏ ଗୋଟିଏ ବନ୍ଧୁକର ଦାମ୍ ୧୦ ହଜାର ଟଙ୍କାରୁ ଆରମ୍ଭ କରି ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ଅତ୍ୟାଧୁନିକ କାର୍ବାଇନ୍ ଭଳି ବନ୍ଧୁକର କାରବାର ମଧ୍ୟ ହେଉଥିବା ଏମାନଙ୍କୁଠାରୁ ସୂଚନା ମିଳିଛି। ଖଣ୍ଡଗିରି, ନୟାପଲ୍ଲୀ ପୁଲିସ ଓ ସ୍ପେଶାଲ ସ୍କ୍ୱାଡ୍ ଚଢାଉ କରି ଏହି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, କେଉଁଠୁ ଆସୁଛି ଏହି ସବୁ ଚୋରା ବନ୍ଧୁକ।? ଅଭିଯୁକ୍ତମାନେ କାହାକୁ ବିକ୍ରି କରିଥାନ୍ତି ବନ୍ଧୁକ? ନିର୍ଦ୍ଦିଷ୍ଟ କୌଣସି ଅପରାଧୀ, ଗ୍ୟାଙ୍ଗଷ୍ଟରକୁ ବିକ୍ରି କରିଥାନ୍ତେ କି? ନା ଆଉ କେଉଁ ଡିଲରକୁ ଦେଇଥାନ୍ତେ? ଚୋରା ବନ୍ଧୁକ କାରବାରକୁ ରୋକିବା ପାଇଁ ଆଗରୁ କମିଶନରେଟ ପୁଲିସ କରିଥିଲା ଅପରେସନ ବ୍ଲାକ ସ୍ମୋକ୍। ପୁଣି ଥରେ ଟ୍ୱିନ୍ ସିଟିରେ ଏହାର ସ୍ପେଶାଲ ଡ୍ରାଇଭ୍ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର୍ ସତ୍ୟଜିତ ମହାନ୍ତି।

କିଛି ମାସ ଭିତରେ କମିଶନରେଟ ପୁଲିସ କେବଳ ଭୁବନେଶ୍ୱରରୁ ୧୫ଟି ଚୋରା ବନ୍ଧୁକ ଜବତ କରିଛି। ଗିରଫ ହୋଇଛନ୍ତି ୩୦ଜଣ ଅଭିଯୁକ୍ତ।



from Odisha Reporter https://ift.tt/2Srd55Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages