ବାତିଲ ହେବ ୨୦୧୭ ଏସ୍‌ଏସ୍‌ସି ପରୀକ୍ଷା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ବାତିଲ ହେବ ୨୦୧୭ ଏସ୍‌ଏସ୍‌ସି ପରୀକ୍ଷା!

ନୂଆଦିଲ୍ଲୀ: ଷ୍ଟାଫ୍‌ ସିଲେକସନ୍‌ କମିଶନ(ଏସ୍‌ଏସ୍‌ସି)ର ଗ୍ରାଜୁଏଟ୍‌ ଲେଭେଲ ପରୀକ୍ଷା ୨୦୧୭ ଫେବୃଆରୀ ମାସରେ ହୋଇଥିଲା। ତେବେ ଏହି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବାରୁ ଏହାକୁ ବାତିଲ କରିବା ସପକ୍ଷରେ ଆଜି ଦେଶର ସର୍ବୋଚ୍ଚ ଅଦାଲତ ଯୁକ୍ତି ବାଢ଼ିଛନ୍ତି।

ଏଥିସହ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ମତ ରଖିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।

ପରୀକ୍ଷାରେ ବ୍ୟାପକ କପି ସହ ଅନ୍ୟାନ୍ୟ ଅନିୟମିତତା ହୋଇଥିଲା। ତେଣୁ ଏହାଦ୍ୱାରା ପରୀକ୍ଷାର୍ଥୀଙ୍କୁ କୌଣସି ଲାଭ ମିଳିବ ନାହିଁ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି।

ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ଏସ୍‌ଏସ୍‌ସି ପରୀକ୍ଷାର ରେଜଲ୍ଟ ପ୍ରକାଶ ଉପରେ ରୋକ ଲଗାଇଥିଲେ। ପରୀକ୍ଷା ପତ୍ର ଲିକ୍‌ ସହ ଏକାଧିକ ଛାତ୍ର କପି କରିଥିଲେ ବୋଲି ଅଭିଯୋଗ ହେବା ପରେ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା।

ଶେଷରେ ମାର୍ଚ୍ଚ ମାସରେ ସରକାର ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ମେ’ ମାସରେ ସିଫି ଟେକ୍ନୋଲଜି ପ୍ରାଇଭେଟ୍‌ ଲିଃର ୧୦ ଜଣ କର୍ମଚାରୀଙ୍କ ସମେତ ୧୭ ଜଣଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଥିଲା।



from Odisha Reporter https://ift.tt/2OdCHzK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages