ଷ୍ଟେଟ୍ ବ୍ୟାଙ୍କର ନୂଆ ଉଠାଣ ନିୟମ ଅକ୍ଟୋବର ୩୧ରୁ ଲାଗୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଷ୍ଟେଟ୍ ବ୍ୟାଙ୍କର ନୂଆ ଉଠାଣ ନିୟମ ଅକ୍ଟୋବର ୩୧ରୁ ଲାଗୁ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର):ଦେଶର ସର୍ବବୃହତ  ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍‌ବିଆଇ)ର ନୂଆ ନିୟମ। ଅକ୍ଟୋବର ୩୧ରୁ ଗ୍ରାହକମାନେ ଦିନକୁ ୨୦ ହଜାର ଟଙ୍କାରୁ ଅଧିକ ପରିମାଣ ଉଠାଇ ପାରିବେ ନାହିଁ। ଏବେ ଏହା ୪୦ ହଜାର ଟଙ୍କା ଥିବା ବେଳେ ଏସ୍‌ବିଆଇ ଏହାକୁ ୫୦% ହ୍ରାସ କରି ଦେଇଛି। ଏଥିପାଇଁ ଗ୍ରାହକଙ୍କୁ ଭିନ୍ନ ଧରଣର ଡେବିଟ୍‌ କାର୍ଡ ବ୍ୟବହାର କରିବାକୁ ପଡ଼ିବବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ବ୍ୟାଙ୍କର ସୂଚନା ଅନୁସାରେ ୨୦୧୮ ମାର୍ଚ୍ଚ ସୁଦ୍ଧା ଏସ୍‌ବିଆଇ ୩୯ କୋଟି ୫୦ ଲକ୍ଷ ଡେବିଟ୍‌ କାର୍ଡ ଜାରି କରିଛି। ସେଥି ମଧ୍ୟରୁ ୨୬ କୋଟି କାର୍ଡ ସକ୍ରିୟ ରହିଛି।

ଯେଉଁମାନେ ଏସ୍‌ବିଆଇର ଗୋଲ୍ଡ୍ ଏବଂ ପ୍ଲାଟିନମ୍ ଡେବିଟ୍‌ କାର୍ଡଧାରୀ ସେମାନେ ଯଥାକ୍ରମେ ୫୦ ହଜାର ଏବଂ ୧ ଲକ୍ଷ ଟଙ୍କା ଉଠାଇ ପାରିବେ।

କେବଳ କ୍ଲାସିକ୍ ଏବଂ ମାଏଷ୍ଟ୍ରୋ ଡେବିଟ୍‌ କାର୍ଡଧାରୀଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ ବୋଲି ବ୍ୟାଙ୍କ କହିଛି। କ୍ୟାଶ୍‌ଲେସ୍‌ କାରବାରକୁ ବୃଦ୍ଧି କରିବା ପାଇଁ ବ୍ୟାଙ୍କର ଏହା ଏକ ପ୍ରୟାସ ବୋଲି ଏସ୍‌ବିଆଇ ସଫେଇ ଦେଇଛି।

 



from Odisha Reporter https://ift.tt/2Rrlxkv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages