ଶେଷ ଦର୍ଶନ: ରାସ୍ତା ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ଶେଷ ଦର୍ଶନ: ରାସ୍ତା ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ମୃତ

ରାୟପୁର (ଓଡ଼ିଶା ରିପୋର୍ଟର): ନବରାତ୍ରି ପାଇଁ ଛତିଶଗଡ଼ ଡୋଙ୍ଗରଗଡ଼ର ମା ବାମ୍‌ଲେଶ୍ୱରୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ଦର୍ଶନ ସାରି ଫେରିବାବେଳକୁ ସେମାନେ ଯାଇଥିବା ଏସ୍‌ୟୁଭି ସହିତ ଏକ ଟ୍ରକ୍‌ର ଧକ୍କା ହେବାରୁ ଚାଲିଗଲା ପରିବାରର ୧୦ ଜଣଙ୍କ ଜୀବନ ଏବଂ ୪ ଜଣଙ୍କୁ ଆହତ ଅବସ୍ଥାରେ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ଜଣାଯାଇଛି।

ଏଭଳି ଘଟଣା ଘଟିଛି ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ। ନାଗପୁର-ରାୟପୁର ଜାତୀୟ ରାଜପଥରେ ଏହି ହୃଦୟଥରା ଦୁର୍ଘଟଣା ଘଟିଛି। ପୁଲିସ୍‌ ସୂଚନା ଅନୁଯାୟୀ, ଏସ୍‌ୟୁଭି ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍‌ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏପରି ଘଟିବା ପରେ ଟ୍ରକ୍‌ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ୍ ଜଣାଇଛି।



from Odisha Reporter https://ift.tt/2NGdopQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages