ଏହି କାରଣରୁ ‘ନବରାତ୍ରୀ’ରେ କନ୍ୟାଙ୍କୁ ପୂଜା କରାଯାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ଏହି କାରଣରୁ ‘ନବରାତ୍ରୀ’ରେ କନ୍ୟାଙ୍କୁ ପୂଜା କରାଯାଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବରାତ୍ରୀର ନ’ ଦିନରେ ମା’ ଦୁର୍ଗାଙ୍କ ପୂଜା କରାଯାଇଥାଏ। ତେବେ ନବରାତ୍ରୀର ସପ୍ତମୀ ତିଥିରୁ କନ୍ୟା ପୂଜନ ଆରମ୍ଭ ହୋଇଥାଏ। ଅଷ୍ଟମୀ ଏବଂ ନବମୀ ତିଥିରେ କନ୍ୟାଙ୍କୁ ଦେବୀଙ୍କ ପରି ମାନ୍ୟତା ଦିଆଯାଇ ସେମାନଙ୍କ ପୂଜାର୍ଚ୍ଚନା କରାଯାଏ। ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, କନ୍ୟା ଅର୍ଥାତ୍‌ ଝିଅମାନଙ୍କୁ ନବରାତ୍ରୀରେ ଏପରି ପୂଜା କାହିଁକି କରାଯାଇଥାଏ। ତେବେ ଆସନ୍ତୁ ଜାଣିବା, ଏପରି କନ୍ୟା ପୂଜନ ପଛର ଗୁରୁତ୍ୱ।
ଧାର୍ମିକ ଗୁରୁତ୍ୱ:
ଶାସ୍ତ୍ରରେ କୁଆଁରୀ କନ୍ୟାଙ୍କୁ ମା’ ଦୁର୍ଗାଙ୍କ ପରି ପବିତ୍ର ଏବଂ ପୂଜନୀୟା ବୋଲି କୁହାଯାଇଛି। ଦୁଇ ବର୍ଷରୁ ୧୦ ବର୍ଷର ପର୍ଯ୍ୟନ୍ତ ଝିଅଙ୍କୁ ଦୁର୍ଗାଙ୍କ ସ୍ୱରୂପ ବୋଲି କୁହାଯାଏ। ଏପରିକି ଝିଅମାନଙ୍କୁ ପୂଜା କରିବା ପରେ ତାଙ୍କୁ ବିଧିବଦ୍ଧ ଭୋଜନ ମଧ୍ୟ ଦିଆଯାଇଥାଏ।
ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି, ହୋମ, ଜପ ଏବଂ ଦାନ କରିବା ଦ୍ୱାରା ମା’ ଯେତିକି ସନ୍ତୁଷ୍ଟ ହୋଇ ନଥା’ନ୍ତି, ଝିଅଙ୍କୁ ପୂଜା କରିବା ଦ୍ୱାରା ତା’ଠାରୁ ଅଧିକ ସନ୍ତୁଷ୍ଟ ହୋଇଥା’ନ୍ତି।କୁହାଯାଏ ବିଧିସମ୍ମତ ଓ ଶ୍ରଦ୍ଧାପୂର୍ବକ ଝିଅମାନଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କ ହୃଦୟରୁ ଭୟ ଦୂର ହୋଇଥାଏ ଏବଂ ତାଙ୍କ ଉପରେ ମା’ଙ୍କ କୃପା ଦୃଷ୍ଟି ସବୁବେଳେ ରହିଥାଏ।

କନ୍ୟା ପୂଜାର ବିଧି:
ନବରାତ୍ରୀରେ କନ୍ୟା ପୂଜନ ପାଇଁ ଦୁଇ ବର୍ଷରୁ ୧୦ ବର୍ଷ ବୟସ ମଧ୍ୟରେ କନ୍ୟା ହିଁ ଚୟନ କରନ୍ତୁ।
୧ ବର୍ଷ ବୟସରୁ କମ୍‌ କନ୍ୟାଙ୍କୁ ନବରାତ୍ରୀରେ ପୂଜା କରିବା ଉଚିତ୍‌ ନୁହେଁ। ଏହାର କାରଣ ସେମାନେ ପ୍ରସାଦ ଖାଇପାରିବେ ନାହିଁ ଏବଂ ଏ ସମ୍ପର୍କରେ  ସେମାନଙ୍କ ଜ୍ଞାନ ମଧ୍ୟ ନଥାଏ।
ପୂଜା ଦିନ କନ୍ୟାଙ୍କ ଉପରେ ପାଣି ଛିଞ୍ଚିବା ପରେ ପୂଜା କରନ୍ତୁ ଏବଂ ପୂଜା ସରିବା ପରେ ସେମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ।
ଏହା ସହିତ କନ୍ୟା ପୂଜନ ସମୟରେ ମା’ ଦୁର୍ଗାଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ।
ବୟସ ଅନୁଯାୟୀ କନ୍ୟା ପୂଜାର ମହତ୍ୱ:୨ ବର୍ଷର କନ୍ୟାକୁ ପୂଜା କଲେ ମା’ ଦୁର୍ଗା ଦୁଃଖ ଓ ଦାରିଦ୍ର୍ୟ ଦୂର କରିଥା’ନ୍ତି।
୩ ବର୍ଷ ବୟସର କନ୍ୟାଙ୍କୁ ତ୍ରିମୂର୍ତ୍ତିଙ୍କ ରୂପ ବୋଲି କୁହାଯାଏ। ଏହି ତ୍ରିମୂର୍ତ୍ତି କନ୍ୟାଙ୍କୁ ପୂଜା କଲେ, ଧନ ପ୍ରାପ୍ତି ହେବା ସହିତ ପରିବାରରେ ସୁଖଶାନ୍ତି ବଜାୟ ରହିଥାଏ।
୪ ବର୍ଷର କନ୍ୟାଙ୍କୁ କଲ୍ୟାଣୀ କୁହାଯାଇଥାଏ। ଏମାନଙ୍କ ପୂଜା କରିବା ଦ୍ୱାରା ପରିବାରର କଲ୍ୟାଣ ହୋଇଥାଏ।
୫ ବର୍ଷ କନ୍ୟାଙ୍କୁ ରୋହିଣୀ ବୋଲି କୁହାଯାଏ। ରୋହିଣୀଙ୍କୁ ପୂଜା କଲେ, ବ୍ୟକ୍ତି ରୋଗମୁକ୍ତ ହୋଇଥା’ନ୍ତି।
୬ ବର୍ଷ ବୟସର କନ୍ୟାଙ୍କୁ କାଳୀଙ୍କର ରୂପ ବୋଲି କୁହାଯାଏ। ଆଉ କାଳୀଙ୍କ ରୂପର ପୂଜାରୁ ବିଜୟ, ବିଦ୍ୟା ଏବଂ ରାଜଯୋଗ ପ୍ରାପ୍ତି ହୁଏ।
୭ ବର୍ଷ କନ୍ୟାଙ୍କୁ ଚଣ୍ଡିଙ୍କ ସହ ତୁଳନା କରାଯାଇଥାଏ। ଏହି ରୂପକୁ ପୂଜା କଲେ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ।
୮ ବର୍ଷର କନ୍ୟାଙ୍କୁ ଶାମ୍ଭବୀ କୁହାଯାଏ। ଶାମ୍ଭବୀଙ୍କ ପୂଜା କରିବା ଦ୍ୱାରା ବାଦ ବିବାଦରେ ବିଜୟ ଲାଭ ହୋଇଥାଏ।



from Odisha Reporter https://ift.tt/2EvXDTl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages