୨୦୧୩ରୁ ଭାରତ ପାଇଁ ରୋହିତ କରୁଛନ୍ତି ଏଭଳି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

୨୦୧୩ରୁ ଭାରତ ପାଇଁ ରୋହିତ କରୁଛନ୍ତି ଏଭଳି ରେକର୍ଡ

ନୂଆଦିଲ୍ଲୀ: ଭାରତର ରନ୍‌ ମେସିନ୍‌ ବିରାଟ୍‌ କୋହଲି ରେକର୍ଡ ପରେ ରେକର୍ଡ କରୁଥିବା ଆପଣ ଦେଖୁଛନ୍ତି। ହେଲେ ବିରାଟ୍‌ ଏତେ ରନ୍‌ କରୁଥିଲେ ହେଁ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମାଙ୍କ ରେକର୍ଡ କେବେ ହେଲେ ଅତିକ୍ରମ କରିପାରି ନାହାନ୍ତି।

ରୋହିତ କ୍ରମାଗତ ଭାବେ ୨୦୧୩ରୁ ୨୦୧୮ ଯାଏ ଭାରତ ପାଇଁ ପ୍ରତିବର୍ଷ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ କରିଛନ୍ତି। ଅର୍ଥାତ ପ୍ରତିବର୍ଷ ରୋହିତ ଶର୍ମାଙ୍କ ବ୍ୟକ୍ତିଗତ ସ୍କୋରକୁ ଅନ୍ୟ କୌଣସି ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ଅତିକ୍ରମ କରିପାରି ନାହାନ୍ତି। ଗଲା ୬ ବର୍ଷ ହେଲା ରୋହିତ ଏଭଳି ରେକର୍ଡ କରିଆସୁଛନ୍ତି।


ୱେଷ୍ଟଇଣ୍ଡିଜ୍ ବିପକ୍ଷ ୪ର୍ଥ ଟେଷ୍ଟ୍ରେ ରୋହିତ ୧୩୭ ବଲ୍ରେ ବିସ୍ଫୋରକ ୧୬୨ ରନ୍ର ଇନିଂସ୍ ଖେଳିଛନ୍ତି। ଚଳିତ ବର୍ଷ ରୋହିତଙ୍କ ଏହି ୧୬୨ ରନ୍ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳିଙ୍କ ବ୍ୟକ୍ତିଗତ ସର୍ବାଧିକ ରନ୍ଠାରୁ ଅଧିକ।
ବିରାଟ୍ ୧୫୭ ରନ୍ କରି ଚଳିତ ବର୍ଷ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ସାଜିଥିଲେ। କିନ୍ତୁ ରୋହିତ ୪ର୍ଥ ଦିନିକିଆରେ ଏହାକୁ ଭାଙ୍ଗି ଦେଇଛନ୍ତି।
ରୋହିତ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୨୦୮ ରନ୍‌ର ଇନିଂସ୍‌ ଖେଳିଥିଲେ।

ସେହିବର୍ଷ ରୋହିତଙ୍କ ବ୍ୟକ୍ତିଗତ ସ୍କୋରଠାରୁ କୌଣସି ଭାରତୀୟ ଖେଳାଳି ଅଧିକ ରନ୍‌ କରିପାରି ନଥିଲେ। ସେହିଭଳି ରୋହିତ ୨୦୧୩ରେ ୧୫୮ ବଲ୍‌ରେ ୨୦୯, ୨୦୧୪ରେ ୧୭୩ ବଲ୍‌ରେ ୨୬୪, ୨୦୧୫ରେ ୧୩୩ ବଲ୍‌ରେ ୧୫୦ ଓ ୨୦୧୬ରେ ୧୬୩ ବଲ୍‌ରେ ୧୭୧ ରନ୍‌ କରିଥିଲେ। ଏହି ବର୍ଷ ଗୁଡ଼ିକରେ କୌଣସି ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ଏହି ରନ୍‌କୁ ଅତିକ୍ରମ କରିପାରିନଥିଲେ।



from Odisha Reporter https://ift.tt/2DbEdS6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages