
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହ୍ୱାଟ୍ସ ଆପ୍ ଗ୍ରୁପ୍ରେ ଅଶ୍ଳୀଳ ଭିଡିଓ ପଠାଇବା ମାମଲାରେ ହ୍ୱାଟ୍ସଆପ୍ ଆଡମିନ ବା ପରିଚାଳକଙ୍କୁ କ୍ରାଇମବ୍ରାଞ୍ଚର ସାଇବର ସେଲ୍ ଗିରଫ କରିଛି। ହରିୟାଣାରୁ ଗିରଫ ହୋଇଥିବା ଏହି ବ୍ୟକ୍ତିଙ୍କ ନାଁ ପବନ କୁମାର ଅଗ୍ରୱାଲ ବୋଲି ଜଣାପଡ଼ିଛି।
ପବନ ତାଙ୍କ ସହ ଶତ୍ରୁତା ଥିବା କେତେକ ଲୋକଙ୍କୁ ସେମାନଙ୍କର ଅନୁମତି ନ ନେଇ ନିଜ ହ୍ୱାଟ୍ସଆପ୍ ଗ୍ରୁପ୍ରେ ସାମିଲ କରିଥିଲେ। ଏହାପରେ ସେ ଅଶ୍ଳୀଳ ଫଟୋ, ମେସେଜ ଓ ଭିଡିଓ ପୋଷ୍ଟ କରି ସଂପୃକ୍ତ ଲୋକଙ୍କୁ ହଇରାଣ କରିବା ସହ ବଦନାମ କରୁଥିଲେ। ଏନେଇ ଭୁବନେଶ୍ୱର ଆଇଆରସି ଭିଲେଜର ଜଣେ ବ୍ୟକ୍ତି ଲିଖିତ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ଏହାର ଖୋଲତାଡ଼ କରିଥିଲା।
from Odisha Reporter https://ift.tt/2CrLI5Z
No comments:
Post a Comment