କାନ୍ଦାହାରର ତିନି ମୁଖ୍ୟଙ୍କୁ ହତ୍ୟା, ଆମେରିକୀୟ କମାଣ୍ଡର ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

କାନ୍ଦାହାରର ତିନି ମୁଖ୍ୟଙ୍କୁ ହତ୍ୟା, ଆମେରିକୀୟ କମାଣ୍ଡର ନିଖୋଜ

କାନ୍ଦାହାର (ଓଡ଼ିଶା ରିପୋର୍ଟର): ଆଫଗାନିସ୍ତାନରେ ଏକ ବଡ଼ ଧରଣର ତାଲିବାନୀ ଆକ୍ରମଣରେ କାନ୍ଦାହାର ପ୍ରଦେଶ ପ୍ରଶାସନର ୩ ଜଣ ମୁଖ୍ୟ ପଦାଧିକାରୀ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଆମେରିକୀୟ କମାଣ୍ଡର ଜେନେରାଲ ଏସ୍‌ ମିଲର ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି।

କାନ୍ଦାହାର ସହରରେ ହୋଇଥିବା ଏହି ଆକ୍ରମଣରେ ରାଜ୍ୟର ପୁଲିସ୍ ମୁଖ୍ୟ ଜେନେରାଲ ଅବ୍‌ଦୁଲ ରଜିକ୍‌, ରାଜ୍ୟପାଳ ଏବଂ ଗୁଇନ୍ଦା ମୁଖ୍ୟଙ୍କୁ ହତ୍ୟା କରାଯାଇଛି ଏବଂ ଦୁଇ ଆମେରିକୀୟ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି। ଏନେଇ କାନ୍ଦାହାର ଉପରାଜ୍ୟପାଳ ଆଘା ଲାଲେଡାଟାଗିରି କହିଛନ୍ତି, ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ଜେନେରାଲ ରଜିକ୍‌, ରାଜ୍ୟପାଳ ଜଲାମୀ ୱେସା ଏବଂ ଗୁଇନ୍ଦା ମୁଖ୍ୟ ଜେନେରାଲ ଅବ୍‌ଦୁଲ ମୋମିନ୍‌ଙ୍କ ମୃତ୍ୟୁ ହୋଇଛି।

ଏହି ଆକ୍ରମଣରେ ଜଣେ କିମ୍ବା ଏକାଧିକ ବନ୍ଧୁକଧାରୀ ଆତଙ୍କବାଦୀ ସମ୍ପୃକ୍ତ ଥିଲେ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଅନ୍ୟପକ୍ଷରେ ଅନ୍ୟ ଏକ ସୂତ୍ରରୁ ଜଣାଯାଉଛି ଯେ, ଆଫଗାନିସ୍ତାନର ବରିଷ୍ଠ ଅଧିକାରୀ ଏବଂ ଆମେରିକାର ସେନା ଅଧିକାରୀଙ୍କ ମଧ୍ୟରେ ହେଉଥିବା ଏହି ବୈଠକରେ ଅଙ୍ଗରକ୍ଷୀମାନେ ଗୁଳିଚାଳନା କରିଥିଲେ।



from Odisha Reporter https://ift.tt/2EvrbAa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages