‘ରେମଣ୍ଡ’ର ରାଜା ବିଜୟପତ୍ ସିଂହାଣିଆ କମ୍ପାନୀ ବୋର୍ଡ୍‌ରୁ ବିଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

‘ରେମଣ୍ଡ’ର ରାଜା ବିଜୟପତ୍ ସିଂହାଣିଆ କମ୍ପାନୀ ବୋର୍ଡ୍‌ରୁ ବିଦା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ରେମଣ୍ଡ୍। ଏହି ନାଁ ହିଁ ଏହାର ପରିଚୟ। ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ପୁରୁଷଙ୍କୁ ଦେଇଥିଲା ଜେଣ୍ଟଲମ୍ୟାନ୍ ଲୁକ୍ ଓ ଲକଜୁରିୟସ୍‌ ଫିଲ୍‌। କୁହାଯାଏ ରେମଣ୍ଡ ହେଉଛି ଭାରତରେ ସବୁଠାରୁ ବୃହତ୍ ଉଲେନ୍‌ ଫେବ୍ରିକ୍‌ ମେକର୍।  ୬୦୦ ରୁ ଊର୍ଦ୍ଧ୍ୱ ଏକ୍ସକ୍ଲୁଶିଭ୍‌ ଏବଂ ୪୦୦୦ରୁ ଊର୍ଦ୍ଧ୍ୱ ମଲ୍ଟିବ୍ରାଣ୍ଡ୍ ରିଟେଲ୍‌ ଆଉଟ୍‌ଲେଟ୍‌ରେ ରେମଣ୍ଡ ଜାହିର୍‌ କରିଛି ତା’ର ଉପସ୍ଥିତି। କିନ୍ତୁ ଏହି ପ୍ରସିଦ୍ଧ ବ୍ରାଣ୍ଡ୍ ପଛର ନାୟକ କିଏ ?
 
ଆସନ୍ତୁ ଜାଣିବା ସେହି ବ୍ୟକ୍ତିଙ୍କ ସମ୍ପର୍କରେ ଓ ସେ ବର୍ତ୍ତମାନ ଭୋଗୁଥିବା ଅବସ୍ଥା କଥା …
 
ବିଜୟପତ୍ ସିଂହାଣିଆ। ସେ ହେଉଛନ୍ତି ରେମଣ୍ଡ୍ ଗ୍ରୁପ୍‌ର ଅବସରପ୍ରାପ୍ତ ଅଧ୍ୟକ୍ଷ, ବ୍ରାଣ୍ଡ୍ ପଛର ନାୟକ। କିନ୍ତୁ ତାଙ୍କର ଏହି ସମ୍ମାନସୂଚକ ପଦ ତାଙ୍କଠାରୁ ଛଡ଼ାଇ ନିଆଯାଇଛି।  ସେ ଆଉ କମ୍ପାନୀ ବୋର୍ଡର ସଦସ୍ୟ ହୋଇ ନାହାନ୍ତି। ଖାଲି ସେତିକି ନୁହେଁ କମ୍ପାନୀ ପକ୍ଷରୁ ତାଙ୍କୁ ଚଳିତ ବର୍ଷ ସେପ୍ଟେମ୍ବର ୭ରେ ଚିଠି ଲେଖି ଜଣାଇ ଦିଆଯାଇଛି ଯେ, ନିଜ ନାମ ପୂର୍ବରୁ ଆଉ ଅବସରପ୍ରାପ୍ତ ଅଧ୍ୟକ୍ଷ ଲେଖିବେ ନାହିଁ।
 
ଚିଠିରେ ଲେଖା ଅଛି, ତାଙ୍କୁ ଏହି ପଦରୁ ବହିଷ୍କାର କରିବା ପଛରେ ପାରିବାରିକ କଳହ କିଛି ନାହିଁ। କିନ୍ତୁ ତାଙ୍କ ବ୍ୟବହାର ହିଁ ତାଙ୍କର ବୋର୍ଡରୁ ବିଦା ହେବାର ମୁଖ୍ୟ କାରଣ। କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର, ବୋର୍ଡ ସଦସ୍ୟ ଏବଂ ଅଧ୍ୟକ୍ଷଙ୍କ ବିଚାର କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଏଥିରେ କୁହାଯାଇଛି।
 
ଏହା ପୂର୍ବରୁ ଅଗଷ୍ଟ ୩୦ରେ ବିଜୟପତ୍ କମ୍ପାନୀକୁ ଏକ ଚିଠି ଲେଖି ଜଣାଇଥିଲେ ଯେ, ” ମୁଁ ମୋ ପୁଅର ହୀନ ଚକ୍ରନ୍ତାର ଶିକାର। ସେ ମୋର ଅତି ମୂଲ୍ୟବାନ ପଦ୍ମଭୂଷଣ ମେଡାଲ୍‌, ମୋର ପେଣ୍ଟିଂ ଆଦି ସବୁ ଚୋରେଇ ନେଇଛି। ସେ ମତେ ଏ ସବୁ ଫେରାଇବାକୁ ମନା କରୁଛି।”  
 
ଅନ୍ୟ ପକ୍ଷରେ ତାଙ୍କ ପୁଅ ଗୌତମ୍ ସିଂହାଣିଆ କହିଛନ୍ତି, “ମୋ ବାପା ନିଜେ ତାଙ୍କ ମେଡାଲ ତଥା ଦୁର୍ମୂଲ୍ୟ ବସ୍ତୁ ସବୁ ନିଜେ କେଉଁଠାରେ ହଜାଇ ଦେଇଛନ୍ତି। ସେ ମନେ ପକାଇପାରୁନାହାନ୍ତି। ସେ ସବୁ ନେଇ ମୁଁ କ’ଣ କରିବି। ମୋ ବାପାଙ୍କ ବାଚାଳାମି ମତେ ଦୁଃଖିତ କରୁଛି। କିନ୍ତୁ ମୁଁ ଏବେ ବି ଚାହେଁ ଯେ, ମୋ ବାପାଙ୍କର ଯଦି କିଛି ଅଭିଯୋଗ ରହିଛି ବା କିଛି ସମସ୍ୟା ରହିଛି ସେ ସବୁକୁ ମୁଁ ସମାଧାନ କରିବି। କିନ୍ତୁ ସେ ମୋ ସହ ଆଲୋଚନା କରିବାକୁ ନାରାଜ।”


from Odisha Reporter https://ift.tt/2J52vgs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages