ଧୋନିଙ୍କ କ୍ୟାରିଅର୍‌ର ଅନ୍ତ ବାବଦରେ ଏମିତି କହିଲେ ମୁଖ୍ୟ ଚୟନକର୍ତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଧୋନିଙ୍କ କ୍ୟାରିଅର୍‌ର ଅନ୍ତ ବାବଦରେ ଏମିତି କହିଲେ ମୁଖ୍ୟ ଚୟନକର୍ତ୍ତା

ମୁମ୍ବାଇ : ଦିନ ଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଅନୁମତିରେ ଭାରତୀୟ କ୍ରିକେଟ୍‌ ଦଳର ପତ୍ରଟିଏ ମଧ୍ୟ ହଲୁ ନଥିଲା, କିନ୍ତୁ ସମୟ ବଦଳିବା ସହିତ ବିପଦରେ ପଡ଼ିଛି ତାଙ୍କ କ୍ୟାରିଅର। ପୂର୍ବରୁ ଟେଷ୍ଟରୁ ଅବସର ନେଇ କେବଳ ସୀମିତ ଓଭର କ୍ରିକେଟ୍‌ ଖେଳୁଥିବା ଧୋନି ଗତକାଲି ବିଭିନ୍ନ ଟି୨୦ ସିରିଜ୍ ପାଇଁ ଘୋଷିତ ଦଳରେ ସ୍ଥାନ ନପାଇବା ପରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଥିଲା। ହୁଏତ ପୂର୍ବରୁ କେବେ ଆହତ ଜନିତ କାରଣ ପାଇଁ ଏବଂ ବିଶ୍ରାମ ପାଇଁ ସେ ହୁଏତ କିଛି ସିରିଜ୍‌ ଖେଳିନଥିବେ। କିନ୍ତୁ ଏଥର ପ୍ରଥମ ଥର ତାଙ୍କୁ ବାଦ୍‌ ଦିଆଯାଇଛି। ଏହି ବାବଦରେ ଉତ୍ତର ରଖିଛନ୍ତି ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ।

ପ୍ରସାଦ୍‌ କହିଛନ୍ତି, “ଧୋନି ଆଗାମୀ ୬ଟି ଟି୨୦ ଖେଳିବେନି, କାରଣ ଆମେ ୱିକେଟ୍‌କିପର ବ୍ୟାଟ୍‌ସମ୍ୟାନ୍‌ ସ୍ଥାନ ପାଇଁ ବିକଳ୍ପ ତିଆରି କରୁଛୁ। ସେଥିପାଇଁ ଆମେ ରିଷଭ୍‌ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କୁ ବାଛିଛୁ। ସେମାନେ ଉଭୟ ବ୍ୟାଟିଂ ଏବଂ କିପିଂରେ ନିଜକୁ ପ୍ରସ୍ତୁତ କରିବାକୁ ସୁଯୋଗ ପାଇପାରିବେ। କିନ୍ତୁ ଏହା ଧୋନିଙ୍କ କ୍ୟାରିଅର୍‌ର ଅନ୍ତ ନୁହେଁ।”

ଯଦିଓ ଏଭଳି ସଫେଇ ଦେଇ ପ୍ରସାଦ ଖସିଯିବାର ଭଲ ପ୍ରୟାସଟିଏ କରିଛନ୍ତି, କିନ୍ତୁ କ୍ଷୁଦ୍ରତମ କ୍ରିକେଟ୍‌ ଫର୍ମାଟ୍‌ରେ ଧୋନିଙ୍କ ଭବିଷ୍ୟତ ବାବଦରେ ବିଶେଷଜ୍ଞମାନଙ୍କର ଏବଂ ଧୋନିପ୍ରେମୀଙ୍କର ମତ ଟିକେ ନିଆରା ରହିଛି।



from Odisha Reporter https://ift.tt/2OSg4pH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages