ନାବାଳିକାଙ୍କୁ ସାପ ଦେଖିବାକୁ ଡାକି ନେଇ … - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ନାବାଳିକାଙ୍କୁ ସାପ ଦେଖିବାକୁ ଡାକି ନେଇ …

rape1

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ନାବାଳିକାଙ୍କୁ ଏକା ଦେଖି ମତି ଭ୍ରମ ହୋଇଗଲା। ଭୁଲିଗଲା ବୟସର ତାରତମ୍ୟ। ନିଜର ବାସନା ପୂରଣ କରିବାକୁ ରାକ୍ଷସ ପାଲଟି ଗଲା ଯୁବକ। ଆଉ କୋମଳମତି ଝିଅଟିର ଇଜ୍ଜତ ସହ ଖେଳ ଖେଳିବାକୁ ପଛାଇଲା ନାହିଁ। ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳରେ।

ଅଭିଯୁକ୍ତ ଜଣଙ୍କ ହେଲେ ସୋମନାଥ ନାୟକ (୨୬)। ପୁଲିସ୍‌ ତାକୁ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁସାରେ, ନାବାଳିକା ଜଣଙ୍କ ଗାଁର କ୍ଲବ୍‌ ଘର ନିକଟକୁ ଟ୍ୟୁସନ୍‌ ଯାଇଥାନ୍ତି। ସବୁଦିନ ପରି ଗତକାଲି  ମଧ୍ୟ ଯାଇଥିଲେ। ହେଲେ ଟ୍ୟୁସନ୍‌ ବନ୍ଦ ଥିଲା। ଝିଅଟି ଘରକୁ ଫେରୁଥିବା ବେଳେ ସୋମନାଥ ହାବୁଡ଼ରେ ପଡ଼ି ଯାଇଥିଲେ। ସୋମନାଥ ତାଙ୍କୁ ସାପ ଦେଖାଇବାକୁ କହି କ୍ଲବ୍‌ ଘର ପଛପଟକୁ ନେଇଯାଇ ଦୁଷ୍କର୍ମ କରିଥିଲେ।

ଏନେଇ ଝିଅଟି ଘରେ କହିବା ପରେ ଘଟଣା ପଦାକୁ ଆସିଥିଲା। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍‌ ସୋମନାଥଙ୍କୁ ଅଟକ ରଖି ପଚରାଉଚରା କରୁଛି।



from Odisha Reporter https://ift.tt/2OQ1crW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages