ନିଶାସକ୍ତ ପୁଲିସ୍‌କୁ ମାଡ଼ ମାରି ବିଜେପି ନେତା ଗିରଫ, ଦେଖନ୍ତୁ ଘଟଣାର ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ନିଶାସକ୍ତ ପୁଲିସ୍‌କୁ ମାଡ଼ ମାରି ବିଜେପି ନେତା ଗିରଫ, ଦେଖନ୍ତୁ ଘଟଣାର ଭିଡିଓ

ମିରଟ୍‌ (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶରେ ଜଣେ ବିଜେପି ନେତା ତାଙ୍କ ରେଷ୍ଟୁରାଣ୍ଟକୁ ଆସିଥିବା ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଆକ୍ରମଣ କରିବାପରେ ଗିରଫ ହୋଇଥିବା ଜଣାଯାଇଛି। ପୁଲିସ୍‌ କର୍ମଚାରୀ ଜଣକ ୟୁନିଫର୍ମରେ ଥିଲେ ଏବଂ ତାଙ୍କ ସହିତ ତାଙ୍କର ଜଣେ ମହିଳା ବନ୍ଧୁ ମଧ୍ୟ ଥିଲେ। ଅର୍ଡର ଦିଆଯାଇଥିବା ଖାଇବା ଆଣିବାରେ ଡେରି ହେବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ପୁଲିସ କର୍ମଚାରୀଙ୍କ ସାଙ୍ଗରେ ଥିବା ମହିଳା ଜଣକ ଜଣେ ଓକିଲ ବୋଲି ଜଣାଯାଇଛି, ଯେକି ଗଣ୍ଡଗୋଳ ବେଳେ ହାତରେ ପିସ୍ତଲ ଧରି ରେଷ୍ଟୁରାଣ୍ଟ ମାଲିକଙ୍କୁ ଧମକାଉଥିବା ଦେଖାଯାଉଛି।

ଆଜି ଏହି ବିଜେପି ନେତା ଏବଂ ସ୍ଥାନୀୟ କାଉନ୍‌ସିଲରଙ୍କୁ ଗିରଫ କରାଯାଇଛି। ପୁଲିସ୍‌ କର୍ମଚାରୀ ସୁଖପାଲ ସିଂହ ପାୱାର ଏହି ଘଟଣା ସମୟରେ ନିଶାରେ ଥିବା କୁହାଯାଉଛି। କୁମାର ପୁଲିସ୍‌ କର୍ମଚାରୀଙ୍କୁ ଲଗାତାର ଚାପୁଡ଼ା ମାରିବା ପରେ ପଛକୁ ଠେଲିଦେଇଥିବା ଏକ ଭିଡିଓରୁ ଜଣାପଡ଼ୁଛି। ବିଜେପିର ସ୍ଥାନୀୟ ବିଧାୟକ ବିଜୟପାଲ୍‌ ସିଂହ ତୋମାର ଯୁକ୍ତି ବାଢ଼ିଛନ୍ତି ଗିରଫ ବିଜେପି କାଉନସିଲରର ନିଜର ଆତ୍ମରକ୍ଷା ପାଇଁ ଆକ୍ରମଣ କରିବାକୁ ବାଧ୍ୟ ହୋଇଥିଲେ।



from Odisha Reporter https://ift.tt/2OEnXz1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages