ଆର୍ଥିକ ଅନଟନ: ଘରୁ ମିଳିଲା ୪ ଭାଇ ଭଉଣୀଙ୍କ ଝୁଲନ୍ତା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ଆର୍ଥିକ ଅନଟନ: ଘରୁ ମିଳିଲା ୪ ଭାଇ ଭଉଣୀଙ୍କ ଝୁଲନ୍ତା ମୃତଦେହ

ଫରିଦାବାଦ: ହରିଆଣାର ଫରିଦାବାଦ୍‌ ସ୍ଥିତ ଏକ ବନ୍ଦ ଘରୁ ୪ଟି ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଏମାନେ ସମ୍ପର୍କରେ ଭାଇଭଉଣୀ ବୋଲି ଜଣାପଡ଼ିଛି।

ସୁରଜକୁଣ୍ଡ ପୁଲିସ୍‌ ଷ୍ଟେସନ୍‌ର ଇନ୍‌ସପେକ୍ଟର୍‌ ବିଶାଲ କୁମାର କହିଛନ୍ତି, “ ଗୋଟିଏ ପରିବାରର ୪ ଜଣ ଆତ୍ମହତ୍ୟା କରିଛନ୍ତି। ପୁଲିସ୍‌ ଏବେ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି। ଏମାନେ ୩ରୁ ୪ ଦିନ ତଳେ ଜୀବନ ହାରିଥିବା ଅନୁମାନ କରାଯାଉଛି। କାରଣ ଏମାନେ ଭଡ଼ା ନେଇ ରହୁଥିବା ଦୟାଲବାଗ ଫ୍ଲାଟ୍‌ର ବନ୍ଦଥିବା ଏକ ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବା ପରେ ହିଁ ସ୍ଥାନୀୟ ଲୋକ ଏ ସମ୍ପର୍କରେ ଜାଣିଥିଲେ।

୪ ଜଣଙ୍କ ଝୁଲନ୍ତା ମୃତଦେହକୁ ୨ଟି ରୁମ୍‌ରୁ ଠାବ କରାଯାଇଛି। ଏହି ମୃତକମାନେ ସମ୍ପର୍କରେ ଭାଇଭଉଣୀ ହୋଇଥିବା ବେଳେ ଏମାନଙ୍କ ବୟସ ୩୭ରୁ ୫୨ ବର୍ଷ ମଧ୍ୟରେ ହେବ। ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ୍‌ ନୋଟ୍‌ ଅନୁଯାୟୀ, ଉତ୍କଟ ଆର୍ଥିକ ସମସ୍ୟା ଯୋଗୁ ୪ ଭାଇ ଉଭଣୀ ମିଳିତ ଆତ୍ମହତ୍ୟା କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅନଟନ କାରଣରୁ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି। ଦୀର୍ଘ ୬ ମାସ ତଳେ ଭାଇ ଜଣକ ବିଭିନ୍ନ ଲୋକଙ୍କଠାରୁ ଉଧାର କରଜ କରିଥିଲେ। ଏହାକୁ ପରିଶୋଧ କରିବାର ସାମର୍ଥ୍ୟ ନଥିବାରୁ ସେମାନେ ଅନ୍ୟ ଉପାୟ ନ ପାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଜଣେ ପଡ଼ୋଶୀ କହିଛନ୍ତି।



from Odisha Reporter https://ift.tt/2yu6PSq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages