ରାଜ୍ୟରେ ଦେଖାଦେଇଛି ଷ୍ଟାମ୍ପ ପେପର୍ ସଙ୍କଟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ରାଜ୍ୟରେ ଦେଖାଦେଇଛି ଷ୍ଟାମ୍ପ ପେପର୍ ସଙ୍କଟ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଷ୍ଟାମ୍ପ ପେପର୍ ସଙ୍କଟ ଦେଖାଦେଇଛି! ଷ୍ଟାମ୍ପ ପେପର୍ ଛାପୁଥିବା ମହାରାଷ୍ଟ୍ରର ନାସିକ ସ୍ଥିତ ପ୍ରେସକୁ ଟଙ୍କା ଦିଆଯାଇନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି। ଯାହାଫଳରେ ଲୋକେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।

ରାଜଧାନୀ ବାସିନ୍ଦା ହେଉଛନ୍ତି ପ୍ରୀତମ ନେଗି। ଘର ଭଡ଼ା ପାଇଁ ଏଗ୍ରିମେଣ୍ଟ ଲାଗି ୧୦ ଟଙ୍କାର ଷ୍ଟାମ୍ପ ପେପରକୁ ୧୫ ଟଙ୍କା ଦେଇ କିଣିଥିବା ସେ ଅଭିଯୋଗ କରିଛନ୍ତି। ତେବେ ଅଧିକ ପଇସା ଦେଲେ ମଧ୍ୟ ଷ୍ଟାମ୍ପ ଓ ଷ୍ଟାମ୍ପ ପେପର୍ ମିଳୁନାହିଁ। ଫଳରେ ରେଜିଷ୍ଟ୍ରେସନଠାରୁ ଆରମ୍ଭ କରି ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ସାଧାରଣ ଲୋକ ଓ ଏହି କାର୍ଯ୍ୟରେ ନିୟୋଜିତ ଆଇନ୍‌ଜୀବୀ ଏବଂ ଅନ୍ୟ କର୍ମଚାରୀ ହଇରାଣ ହେଉଛନ୍ତି। ସେପଟେ ଏହା ଉପରେ ନିର୍ଭରଶୀଳ ଭେଣ୍ଡରଙ୍କ ଧନ୍ଦା ମଧ୍ୟ ମାନ୍ଦା ପଡ଼ିଯାଇଛି।

୨୦୧୮-୧୯ ଆର୍ଥିକ ବର୍ଷରେ ଜୁଡିସିଆଲ୍‌ ଷ୍ଟାମ୍ପ ପେପର୍ କିଣା ବାବଦକୁ ଦେଢ଼ କୋଟି ଓ ନନ୍-ଜୁଡିସିଆଲ୍ ଷ୍ଟାମ୍ପ ପେପର କିଣା ବାବଦକୁ ୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ତେବେ ରାଜ୍ୟ ସରକାର ଏଯାଏ ମାତ୍ର ୫ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

ସେପଟେ ପୂର୍ବରୁ ଷ୍ଟାମ୍ପ ପ୍ରେସର ୩ କୋଟିରୁ ଅଧିକ ଟଙ୍କା ବାକି ଅଛି। ସେହିପରି ନଭେମ୍ବରରୁ ଜାନୁୟାରୀ ଯାଏ ଆବଶ୍ୟକ ଷ୍ଟାମ୍ପ ପେପର କିଣିବାକୁ ୩୦ ପ୍ରତିଶତ ଅର୍ଥ ଅଗ୍ରୀମ ଦେବାକୁ ପଡିବ। ତେବେ ଯେତିକି ଟଙ୍କା ମଞ୍ଜୁର ହୋଇଛି, ତାହା ସମୁଦାୟ ଖର୍ଚ୍ଚ ପୂରଣ ଲାଗି ପର୍ଯ୍ୟାପ୍ତ ନୁହେଁ। ଏହାକୁ ନେଇ ଅର୍ଥ ବିଭାଗକୁ ଚିଠି ଲେଖିଛି ଟ୍ରେଜେରୀ ନିର୍ଦ୍ଦେଶାଳୟ। ଅନ୍ୟପକ୍ଷରେ ଇ-ଷ୍ଟାମ୍ପିଂ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲାଗି ସରକାର ଜାଣିଶୁଣି ଏଭଳି ସ୍ଥିତି ସୃଷ୍ଟି କରିଥିବା ଓଡ଼ିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ ଅଭିଯୋଗ କରିଛି।



from Odisha Reporter https://ift.tt/2AjXzSi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages