ମ୍ୟାଚ୍‌ ଜିତିବା ପରେ କ’ଣ କହିଲେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ମ୍ୟାଚ୍‌ ଜିତିବା ପରେ କ’ଣ କହିଲେ ବିରାଟ୍‌

ରାଜକୋଟ୍‌: ଦମଦାର ପ୍ରଦର୍ଶନ ସହ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ ଜିତି ନେଇଛି। ଆଉ ଏହି ବିଜୟ ପରେ ଟିମ୍‌ର ଅଧିନାୟକ ବିରାଟ୍‌ କୋହଲି ଖେଳାଳିମାନଙ୍କ ପ୍ରଦର୍ଶନକୁ ମନଭରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଟିମ୍‌ର ଖେଳାଳିମାନେ ଯେଉଁଭଳି ପ୍ରଦର୍ଶନ କଲେ, ତାହା ବେଶ ପ୍ରଶଂସନୀୟ। ଆମେ ଯେତେବେଳେ ଘରୋଇ ପରିବେଶକୁ ମ୍ୟାଚ୍‌ ଖେଳିବାକୁ ଫେରୁ, ସେତେବେଳେ ଆମେ ପରିସ୍ଥିତିର ପୂରା ଫାଇଦା ଉଠାଇଥାଉ।

ଘରୋଇ ପରିବେଶ ସହ ସବୁ ଖେଳାଳି ନିଜକୁ ଖାପ ଖୁଆଇ ପାରନ୍ତି। ତେଣୁ ଆମେ ପୂରା ମ୍ୟାଚ୍‌ରେ ନିଜର ଦବଦବା ଦେଖାଇଥାଉ। ତଥାପି କିଛି କ୍ଷେତ୍ରରେ ଆମକୁ ଆହୁରି କାମ କରିବାକୁ ପଡ଼ିବ। ଆମେ ଯାହା ଚାହୁଁଛୁ, ସେସବୁ କ୍ଷେତ୍ରରେ ଉନ୍ନତି ଆସିବା ନିହାତି ଦରକାର। ପ୍ରତିପକ୍ଷ ଟିମ୍‌ କ’ଣ ଚାହୁଁଛି, ସେକଥା ଆମେ କେବେ ହେଲେ ଚିନ୍ତା କରୁନାହୁଁ ବୋଲି କୋହଲି ମ୍ୟାଚ୍‌ ପରେ କହିଛନ୍ତି।

ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିବା ୧୮ ବର୍ଷୀୟ ପୃଥ୍ୱୀ ଶ’ ଶତକ ହାସଲ କରିଥିବାରୁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ବିବେଚନା କରାଯାଇଛି। କୋହଲି ମ୍ୟାଚ୍‌ ପରେ ପୃଥ୍ୱୀଙ୍କୁ ପ୍ରଶଂସା କରି କହିଛନ୍ତି, “ ମୁଁ ପୃଥ୍ୱୀ ଓ ଜଡ୍ଡୁ (ରବୀନ୍ଦ୍ର ଜାଡେଜା)ଙ୍କ ପ୍ରଦର୍ଶନରେ ବେଶ ଆତ୍ମସନ୍ତୋଷ ଲାଭ କରିଛି। ଡେବ୍ୟୁ ମ୍ୟାଚ୍‌ରେ ପୃଥ୍ୱୀ ଯେଉଁଭଳି ପ୍ରଭାବୀ ବ୍ୟାଟିଂ କଲେ, ତାହା ଅତ୍ୟନ୍ତ ପ୍ରଶଂସନୀୟ। ଏହି ପିଚ୍‌ରେ ବ୍ୟାଟିଂ କରିବା ଆଦୌ ସହଜ ନଥିଲା। କିନ୍ତୁ କେବଳ ପୃଥ୍ୱୀ ନୁହନ୍ତି, ଜାଡେଜା ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଥିଲେ। ବୋଲର୍‌ମାନେ ମଧ୍ୟ ନିଜର ପ୍ରକୃତ ଲୟ ଦେଖାଇଥିଲେ। ଓଭରଅଲ୍‌ ଟିମ୍‌ର ପ୍ରତିଟି ସଦସ୍ୟ ନିଜ ନିଜର ଭୂମିକା ଠିକ୍‌ ଭାବେ ସମ୍ପାଦନ କରିଛନ୍ତି।”

ଭାରତ ପ୍ରଥମ ଇନିଂସ୍‌ରେ ୬୪୯ ରନ୍‌ କରି ପାଳି ଘୋଷଣା କରିବା ପରେ ୱେଷ୍ଟଇଣ୍ଡିଜ୍‌ ତା’ର ପ୍ରଥମ ଇନିଂସ୍‌ରେ ୧୮୧ ଓ ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୧୯୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ଟିକୁ ଗୋଟିଏ ଇନିଂସ ଓ ୨୭୨ ରନ୍‌ରେ ଜିତି ନେଇଥିଲା।



from Odisha Reporter https://ift.tt/2ON2FPf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages