‘ଠଗ୍ସ ଅଫ୍‌ ହିନ୍ଦୁସ୍ଥାନ୍‌’ରେ ଭିଏଫ୍‌ଏକ୍ସରେ ଠକାମି, ମାନିଲେ ଆମୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

‘ଠଗ୍ସ ଅଫ୍‌ ହିନ୍ଦୁସ୍ଥାନ୍‌’ରେ ଭିଏଫ୍‌ଏକ୍ସରେ ଠକାମି, ମାନିଲେ ଆମୀର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୟଶ୍‌ ରାଜ୍‌ ଫିଲ୍ମସ୍‌ର ବହୁ ଚର୍ଚ୍ଚିତ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’ର ଟ୍ରେଲରରେ ଏମ୍‌ଏସ୍‌ ପେଣ୍ଟରେ କଲର ଗ୍ରେଡିଂ ହୋଇଥିବା ପରି ସମାଲୋଚନା ଆସିବା ପରେ ଶେଷରେ ଆମୀର ଖାନ୍ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି।

ସଦ୍ୟ ରିଲିଜ୍‌ ହୋଇଥିବା ଏହାର ଟ୍ରେଲରକୁ ଶେଷ ଖବର ସୁଦ୍ଧା ୫.୪୪ କୋଟି ଲୋକ ଦେଖି ସାରିଲେଣି। କିନ୍ତୁ ମିଷ୍ଟର ପର୍ଫେକସନିଷ୍ଟ ଭାବେ ଜଣାଶୁଣା ଆମୀରଙ୍କ ଫିଲ୍ମରେ ଏଭଳି ଗଡ଼ବଡ଼କୁ ସହଜରେ ଗ୍ରହଣ କରିପାରିନାହାନ୍ତି ନିଜେ ଆମୀର। ଯେଉଁଭଳି ଭାବେ ଚର୍ଚ୍ଚା ହୋଇଥିଲା ଏଥିରେ ଭିଏଫ୍‌ଏକ୍ସ କାମ ସେପରି ହୋଇ ପାରିନାହିଁ କହି ସେ ନିଜ ଟିମର ସମାଲୋଚନା କରିଛନ୍ତି।

ପ୍ରତ୍ୟେକ ଫିଲ୍ମକୁ ଭାବିଚିନ୍ତି ସାଇନ୍‌ କରୁଥିବା ଏବଂ ରିଳିଜ୍‌ ପରେ ଦର୍ଶକଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରି ରହୁଥିବା ଆମୀରଙ୍କ ପାଇଁ ଦର୍ଶକଙ୍କ ଏପରି ନେଗେଟିଭ ପ୍ରତିକ୍ରିୟା ଝଟ୍‌କା ସଦୃଶ ହୋଇଛି। ଫିଲ୍ମଟି ପରଦାକୁ ଆସିବା ସମୟରେ ଏହି ଦିଗ ପ୍ରତି ଦୃଷ୍ଟି ଦେବାକୁ ସେ ନିଜ ଟିମ୍‌କୁ କଡ଼ା ତାଗିଦ କରିଥିବା ଜଣାଯାଇଛି।

ଏହି ଫିଲ୍ମରେ ଆମୀରଙ୍କ ସହିତ ବିଗ୍‌ ବି ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି। ଏଥିରେ ଆମୀର ଖାନ୍‌ଙ୍କ ଚରିତ୍ର ହଲିଉଡ୍‌ ଫିଲ୍ମ ‘ପାଇରେଟ୍ସ ଅଫ୍‌ କ୍ୟାରିବିୟାନ୍‌’ର ପ୍ରସିଦ୍ଧ ଚରିତ୍ର ଜ୍ୟାକ୍ ସ୍ପାରୋ ଦ୍ୱାରା ଅନୁପ୍ରାଣିତ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2NrQTol

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages