ବଢ଼ୁଛି ‘ତିତ୍‌ଲି’ କ୍ଷୟକ୍ଷତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ବଢ଼ୁଛି ‘ତିତ୍‌ଲି’ କ୍ଷୟକ୍ଷତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତ୍‌ଲି’ରେ ହୋଇଥିବା କ୍ଷୟକ୍ଷତିର ପରିମାଣ ୨୭୬୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। କିନ୍ତୁ ଏହା ଫାଇନାଲ୍‌ ରିପୋର୍ଟ ନୁହେଁ। ଆଜି ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି।

ସେ କହିଛନ୍ତି-“ରାଜ୍ୟର ୧୭ଟି ଜିଲ୍ଲାର ୮୧୨୫ଟି ପଞ୍ଚାୟତର ୬୦.୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୨.୬୩ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ୫୬୯୩୦ଟି ଘର କ୍ଷତିଗ୍ରସ୍ତ ହୋଇଛି। ସେଥିରୁ ୨୦,୪୨୨ ଘର ସମ୍ପୂର୍ଣ୍ଣ ଭାଙ୍ଗି ଥିବା ବେଳେ ବାକି ୩୬,୫୦୮ଟି ଘର ଆଂଶିକ ନଷ୍ଟ ହୋଇଛି।”

“ବର୍ତ୍ତମାନ ରିଲିଫ୍‌ ଓ ଥଇଥାନ୍‌ କର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ଅଧିକ ନଜର ରଖାଯାଇଛି। ବାତ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ୫୪ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ୮୬ଟି ମେଡ଼ିକାଲ୍‌ ରିଲିଫ୍‌ ସେଣ୍ଟର ଖୋଲିଯାଇଛି। ୮୨ଟି ମୋବାଇଲ୍‌ ହେଲ୍‌ଥ୍‌ ଟିମ୍‌ ମୁତୟନ କରାଯାଇଛି। ସେମାନେ ଗ୍ରାମାଞ୍ଚଳରେ ବାସବାସ କରୁଥିବା ଲୋକଙ୍କୁ ଓଆର୍‌ଏସ୍‌ ଓ ହାଲୋଜିନ୍‌ ବଟିକା ବାଣ୍ଟୁଛନ୍ତି।”

ଏସ୍‌ଆର୍‌ସି ଆହୁରି କହିଛନ୍ତି-“ବାତ୍ୟା ହେଲେ ସବୁବେଳେ ପିଇବା ପାଣିର ସମସ୍ୟା ଦେଖାଦେଇଥାଏ। ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ପ୍ରଭାବିତ ଅଞ୍ଚଳକୁ ୫୪ଟି ପାଣି ଟ୍ୟାଙ୍କର ଯୋଗାଇ ଦିଆଯାଇଛି। ପ୍ରାୟ ୬ ଲକ୍ଷ ୨୧ ହଜାର ପାଣି ପାଉଚ୍‌ ବଣ୍ଟା ଯାଇଛି। ଏହାଛଡ଼ା ଗଜପତି ଜିଲ୍ଲାରେ ଦୁଇଟି ମୋବାଇଲ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ଯେଉଁଥିରୁ ଘଣ୍ଟାପ୍ରତି ୪୦୦୦ ପାଣି ପାଉଚ୍‌ ତିଆରି ହେଉଛି।”

“୪୨୯୨ଟି ନଳକୂପ ମରାମତି କରାଯାଇଛି। ୬୬୨ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୪୬୫ଟିକୁ କାର୍ଯ୍ୟକ୍ଷମ କରାଯାଇଛି। ଆର୍‌ଡି ବିଭାଗରେ ୫୭୦ଟି ରାସ୍ତା ନଷ୍ଟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୫୩୫ଟି ରାସ୍ତା ଠିକ୍‌ କରାଯାଇଛି। ସେହି ରାସ୍ତା ଦେଇ ବର୍ତ୍ତମାନ ଗାଡ଼ି ଚଳାଚଳ କରୁଛି।”

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟ ଶାସନ ସଚିବ କହିଥିଲେ ୨୨ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏହା ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ନୁହେଁ ବୋଲି ମଧ୍ୟ ସେ କହିଥିଲେ।



from Odisha Reporter https://ift.tt/2R0IuuB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages